ଓଡିଶା

odisha

କୋରୋନା ଗଡାଇଲା ଆଉ 6 ମୁଣ୍ଡ, ମୃତ୍ୟୁ ସଂଖ୍ୟା 97କୁ ବୃଦ୍ଧି

By

Published : Jul 20, 2020, 12:28 PM IST

ରାଜ୍ୟରେ କୋରୋନା ନେଲା ଆଉ 6 ମୁଣ୍ଡ । ଗଞ୍ଜାମରୁ 4, ଗଜପତିରୁ 1 ଓ ନୟାଗଡରୁ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ରାଜ୍ୟରେ ଏବେ ମୋଟ ମୃତ୍ୟୁ ସଂଖ୍ୟା 97କୁ ବୃଦ୍ଧି ପାଇଛି । ରାଜ୍ୟରେ ମୋଟ କୋରୋନା ପଜିଟିଭ୍ ସଂଖ୍ୟା ୧୮ ହଜାର 110କୁ ବୃଦ୍ଧି ପାଇଛି ।

କୋରୋନା ଗଡାଇଲା ଆଉ 6 ମୁଣ୍ଡ, ମୃତ୍ୟୁ ସଂଖ୍ୟା 97କୁ ବୃଦ୍ଧି
କୋରୋନା ଗଡାଇଲା ଆଉ 6 ମୁଣ୍ଡ, ମୃତ୍ୟୁ ସଂଖ୍ୟା 97କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ୟରେ କୋରୋନା ନେଲା ଆଉ 6 ମୁଣ୍ଡ । ଗଞ୍ଜାମରୁ 4, ଗଜପତିରୁ 1 ଓ ନୟାଗଡରୁ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ରାଜ୍ୟରେ ଏବେ ମୋଟ ମୃତ୍ୟୁ ସଂଖ୍ୟା 97କୁ ବୃଦ୍ଧି ପାଇଛି ।

କୋରୋନା ଗଡାଇଲା ଆଉ 6 ମୁଣ୍ଡ, ମୃତ୍ୟୁ ସଂଖ୍ୟା 97କୁ ବୃଦ୍ଧି

ଗଞ୍ଜାମର ମୃତ ବ୍ୟକ୍ତିଙ୍କ ବୟସ 52, 42, 54, 70 ବର୍ଷ ବୋଲି ଜଣାପଡିଛି । ସେହିପରି ଗଜପତିର ମୃତ ବ୍ୟକ୍ତିଙ୍କ ବୟସ 55 ବୋଲି ସୂଚନା ରହିଛି । ସେ ମଧୁମେହ ରୋଗରେ ପିଡୀତ ଥିବା ଜଣାପଡିଛି । ସେହିପରି ନୟାଗଡ ଜିଲ୍ଲାରେ ଜଣେ 40 ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

ରାଜ୍ୟରେ ୨୩ ଜିଲ୍ଲାରୁ ଆଉ ୬୭୩ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୪୪୬, ସ୍ଥାନୀୟ ଅଞ୍ଚଳରୁ ୨୨୭ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରେ ସର୍ବାଧିକ ୨୩୯, ଖୋର୍ଦ୍ଧା ଓ ଭଦ୍ରକରୁ ୫୮ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ କୋରୋନା ପଜିଟିଭ୍ ସଂଖ୍ୟା ୧୮ ହଜାର 110କୁ ବୃଦ୍ଧି ପାଇଛି । ଆରୋଗ୍ୟ ହୋଇ ଫେରିଛନ୍ତି 12 ହଜାର 452। ଏବେ ସୁଦ୍ଧା 3 ଲକ୍ଷ 93 ହଜାର 602 ଟେଷ୍ଟିଂ ସରିଥିବା ସୂଚନା ରହିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details