ଓଡିଶା

odisha

ETV Bharat / city

ରାଜ୍ୟରେ ଆଉ 6 ମୁଣ୍ଡ ନେଲା କୋରୋନା, ମୃତ୍ୟୁ ସଂଖ୍ୟା 70କୁ ବୃଦ୍ଧି - 6 more corona positive died

ରାଜ୍ୟରେ ପୁଣି ମୁଣ୍ଡ ନେଲା କୋରୋନା । ରବିବାର 3 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି 6 ଜଣଙ୍କର ମୃତ୍ୟୁ ହୋଇଛି । ଫଳରେ ମୃତ୍ୟୁ ସଂଖ୍ୟା 70କୁ ବୃଦ୍ଧି ପାଇଛି ।

ରାଜ୍ୟରେ ଆଉ 6 ମୁଣ୍ଡ ନେଲା କୋରୋନା, ମୃତ୍ୟୁ ସଂଖ୍ୟା 70କୁ ବୃଦ୍ଧି
ରାଜ୍ୟରେ ଆଉ 6 ମୁଣ୍ଡ ନେଲା କୋରୋନା, ମୃତ୍ୟୁ ସଂଖ୍ୟା 70କୁ ବୃଦ୍ଧି

By

Published : Jul 13, 2020, 12:11 PM IST

Updated : Jul 13, 2020, 1:08 PM IST

ଭୁବନେଶ୍ବର: ରାଜ୍ୟରେ ପୁଣି ମୁଣ୍ଡ ନେଲା କୋରୋନା । ରବିବାର 3 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି 6 ଜଣଙ୍କର ମୃତ୍ୟୁ ହୋଇଛି । ଫଳରେ ମୃତ୍ୟୁ ସଂଖ୍ୟା 70କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର 4 ଜଣ ହୋଇଥିବାବେଳେ କଟକରୁ ଜଣେ ଓ ଖୋର୍ଦ୍ଧାରୁ ଜଣେ ରହିଛନ୍ତି । ଗଞ୍ଜାମର ମୃତକଙ୍କ ମଧ୍ୟରୁ 45, 49, 72 ବର୍ଷର ପୁରୁଷ ରହିଥିବାବେଳେ କଟକର 40 ଓ ଭୁବନେଶ୍ବରର 67 ବର୍ଷର ପୁରୁଷ ରହିଛନ୍ତି ।

ରାଜ୍ୟରେ ଆଉ 6 ମୁଣ୍ଡ ନେଲା କୋରୋନା, ମୃତ୍ୟୁ ସଂଖ୍ୟା 70କୁ ବୃଦ୍ଧି

ତେବେ ସରକାରୀ ତଥ୍ୟ ଅନୁଯାୟୀ, ଗଞ୍ଜାମର ମୋଟ 4147 ଆକ୍ରାନ୍ତଙ୍କ ମଧ୍ୟରୁ 43 ଜଣ ମୃତ୍ୟୁ ଘଟିଥିବାବେଳେ 2 ଜଣଙ୍କର ଅନ୍ୟ ରୋଗରେ ମୃତ୍ୟୁ ଘଟିଛି । ଖୋର୍ଦ୍ଧାର 1336 ଆକ୍ରାନ୍ତଙ୍କ ମଧ୍ୟରୁ 10 ଜଣ ମୃତ୍ୟୁ ଘଟିଥିବାବେଳେ 5 ଜଣଙ୍କର ଅନ୍ୟ ରୋଗରେ ମୃତ୍ୟୁ ହୋଇଛି ।

ସେହିପରି କଟକର ମୋଟ 1021 ଆକ୍ରାନ୍ତଙ୍କ ମଧ୍ୟରୁ 7ଜଣଙ୍କର ମୃତ୍ୟୁ ଘଟିଥିବାବେଳେ 3 ଜଣଙ୍କର ଅନ୍ୟ ରୋଗରେ ମୃତ୍ୟୁ ହୋଇଛି । ଯାଜପୁରର ମୋଟ 913 ଆକ୍ରାନ୍ତଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଛି । ସୁନ୍ଦରଗଡର ମୋଟ 673 ଆକ୍ରାନ୍ତଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣଙ୍କର ଅନ୍ୟ ରୋଗରେ ମୃତ୍ୟୁ ଘଟିଛି ।

ଅନ୍ୟପଟେ ଗଜପତିର 614 ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଛି । ବାଲେଶ୍ବରରେ 546 ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 2 ଜଣ ଅନ୍ୟ ରୋଗରେ ମୃତ୍ୟୁ ବରଣ କରିଛନ୍ତି । ପୁରୀରେ 364 ମୋଟ ଆକ୍ରାନ୍ତ ମଧ୍ୟରୁ 2 ଜଣଙ୍କର ମୃତ୍ୟୁ ବରଣ କରିଥିବା ବେଳେ ଜଣଙ୍କର ଅନ୍ୟ ରୋଗରେ ମୃତ୍ୟୁ ହୋଇଛି ।

ମୟୂରଭଞ୍ଜରେ ମୋଟ 354 ମୋଟ ଆକ୍ରାନ୍ତ ହୋଇଥିବାବେଳେ 2 ଜଣଙ୍କର ଅନ୍ୟ ରୋଗରେ ମୃତ୍ୟୁ ବରଣ କରିଛନ୍ତି । କେନ୍ଦୁଝର ମୋଟ 318 ଆକ୍ରାନ୍ତ ହୋଇଥିବାବେଳେ ଜଣଙ୍କର ଅନ୍ୟ ରୋଗରେ ମୃତ୍ୟୁ ବରଣ କରିଛନ୍ତି । କେନ୍ଦ୍ରାପଡାରେ ମୋଟ 299 ଆକ୍ରାନ୍ତ ହୋଇଥିବାବେଳେ ଜଣଙ୍କର ମୃତ୍ୟୁ ଘଟିଛି । ସେହିପରି ଜଣଙ୍କର ଅନ୍ୟ ରୋଗରେ ମୃତ୍ୟୁ ହୋଇଛି ।

ଭଦ୍ରକରେ ମୋଟ 295 ଆକ୍ରାନ୍ତ ହୋଇଥିବାବେଳେ ଜଣଙ୍କର କୋରୋନାରେ ମୃତ୍ୟୁ ହୋଇଛି । 2 ଜଣ ଆକ୍ରାନ୍ତଙ୍କର ଅନ୍ୟ ରୋଗରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବରଗଡରେ ମୋଟ 202 ଆକ୍ରାନ୍ତ ହୋଇଥିବାବେଳେ ଜଣଙ୍କର ମୃତ୍ୟୁ ଘଟିଛି । ରାୟଗଡାରେ 141 ମୋଟ ଆକ୍ରାନ୍ତ ହୋଇଥିବାବେଳେର ଜଣଙ୍କର ମୃତ୍ୟୁ ଘଟିଛି । ଅନୁଗୋଳରେ 140 ମୋଟ ଆକ୍ରାନ୍ତ ଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି ।

ସେପଟେ ନବରଙ୍ଗପୁରରେ ମୋଟ 129 ଆକ୍ରାନ୍ତ ହୋଇଥିବାବେଳେ ଜଣଙ୍କର ଅନ୍ୟ ରୋଗରେ ମୃତ୍ୟୁ ହୋଇଛି । ତେବେ ରାଜ୍ୟରେ ମୋଟ 13737 ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କୋରୋନାରେ 70 ଜଣଙ୍କର ମୃତ୍ୟୁ ଘଟିଛି । ସେହିପରି 21 ଜଣଙ୍କର ଅନ୍ୟରୋଗରେ ମୃତ୍ୟୁ ହୋଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Jul 13, 2020, 1:08 PM IST

ABOUT THE AUTHOR

...view details