ଓଡିଶା

odisha

ଫାଇଲ ତଳେ ପଲିଥିନ ବ୍ୟାନ, ନିୟମକୁ ଫୁ କରି ଚାଲିଛି ବେଧଡକ ବ୍ୟବହାର

By

Published : Jan 23, 2020, 10:32 PM IST

Updated : Feb 4, 2020, 8:25 PM IST

ଭୁବନେଶ୍ବରରେ କାମ ଦେଉନି ପଲିଥିନ କଟକଣା । ପଲିଥିନ ଓ ପ୍ଲାଷ୍ଟିକ ବ୍ୟାନ ବାସ୍ତବରେ କାର୍ଯ୍ୟକାରୀ ହେଉଛି ନା କାଗଜ କଲମରେ ସିମୀତ ତାକୁ ନେଇ ଉଠିଛି ବଡ଼ ପ୍ରଶ୍ନ । ଦେଖନ୍ତୁ ଏହି ରିପୋର୍ଟ...

polythin-and-plastic-bag-ban
polythin-and-plastic-bag-ban

ଭୁବନେଶ୍ବର: ରାଜଧାନୀରେ କାମ ଦେଉନି ପଲିଥିନ କଟକଣା । ପଲିଥିନ ଓ ପ୍ଲାଷ୍ଟିକ ବ୍ୟାନ କେବଳ ବାସ୍ତବତା ନା କାଗଜ କଲମରେ ସୀମିତ ତାହା ବର୍ତ୍ତମାନ ବଡ଼ ପ୍ରଶ୍ନ । ସ୍ମାର୍ଟସିଟି ଭୁବନେଶ୍ବରରେ ୬ମାସ ତଳୁ ଲାଗୁ ହୋଇଛି ପଲିଥିନ ବ୍ୟାନ, ହେଲେ ତାର ବାସ୍ତବତା ନକହିବା ଭଲ । କେତେ ମାଇକ୍ରୋନ ମୋଟେଇ ପଲିଥିନ ବ୍ୟବହାର ହେବ ତାହା ନିର୍ଦ୍ଧାରଣ ହୋଇଥିଲେ ମଧ୍ୟ ଭୁବନେଶ୍ବର ବଜାରରେ ବେଧଡକ ଚାଲିଛି ପଲିଥିନ ବ୍ୟବହାର । ଏହେଉଛି ଭୁବନେଶ୍ବରର ଛାତି ଉପରେ ଥିବା ୧ନଂ ହାଟ । ରାଜଧାନୀର ସବୁଠୁ ବଡ ବ୍ୟବସାୟୀକ ପେଣ୍ଠସ୍ଥଳୀ । ହେଲେ ପ୍ରଶାସନର ନାକ ତଳେ ଏଠି ଅବାଧରେ ଚାଲିଛି ପଲିଥିନ ବ୍ୟବହାର । ପ୍ରତି ଛୋଟ ଏବଂ ବଡ ଦୋକାନ ଭିତରୁ ସାଧାରଣ ଲୋକେ ପଲିଥିନରେ ନିଜର ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଧରି ଯାଉଥିବାର ଦୃଶ୍ୟ ଆମ କ୍ୟାମେରାରେ କଏଦ ହୋଇଛି । ଯାହା ପ୍ରଶାସନିକ ଅବହେଳାର ସ୍ପଷ୍ଟ ପ୍ରମାଣ ଦେଉଛି ।

ନିୟମକୁ ଫୁ କରି ଚାଲିଛି ବେଧଡ଼କ ପଲିଥିନ ବ୍ୟବହାର

ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ପରିବେଶବିତ । ରାଜ୍ୟରେ ଗାନ୍ଧୀ ଜୟନ୍ତୀରୁ ପ୍ଲାଷ୍ଟିକ ବ୍ୟବହାର ବ୍ୟାନ ହୋଇଛି । ପର୍ଯ୍ୟାପ୍ତ ସଚେତନତା ସୃଷ୍ଟି ହେବାର ଆବଶ୍ୟକତା ରହିଛି । ଭୁବନେଶ୍ବରରେ ବହୁଳ ଉତ୍ପାଦନ ହେଉଛି । ସରକାର ନିୟମିତ ମନିଟରିଂ କରିବା ଦରକାର । ପ୍ଲାଷ୍ଟିକ ନକରାତ୍ମକ ପ୍ରଭାବ ପରିବେଶ ଏବଂ ଆମ ଶରୀର ଉପରେ ପଢୁଛି । ପ୍ଲାଷ୍ଟିକର ବହୁଳ ବ୍ୟବହାରକୁ ନିଷେଧ କରିବା ନେଇ ରାଜ୍ୟରେ ସରକାରୀ ପ୍ରଶାସନିକ କଳର ନିୟମିତ ଅନୁସନ୍ଧାନ ହେବା ଜରୁରୀ । ଆଇନ ଅନୁସାରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି । ଉତ୍ପାଦନକାରୀ, ମାର୍କେଟିଙ୍ଗ, ଜନସାଧାରଣ ବ୍ୟବହାରକୁ କଡା ଲଗାମ ଦେଲେ ପ୍ଲାଷ୍ଟିକ ବ୍ୟବହାରକୁ ରୋକା ଯାଇପାରିବ ବୋଲି ଓଡିଶା ପରିବେଶ ସମିତିର ସମ୍ପାଦକ ଡ଼ ଜୟକୃଷ୍ଣ ପାଣିଗ୍ରାହୀ କହିଛନ୍ତି ।

ରାଜଧାନୀରେ ବଢୁଥିବା ଜନସଂଖ୍ୟାକୁ ଦୃଷ୍ଟିରେ ରଖି ପଲିଥିନ ବ୍ୟାନ କରାଯାଇଥିଲା, ଲକ୍ଷ ଥିଲା ପରିବେଶ ପ୍ରଦୂଷଣକୁ ରୋକିବା । କିନ୍ତୁ ଲାଗୁ ହେବାର ୬ ମାସ ପରେ ବି ବାସ୍ତବତା ଠୁ ବହୁତ ଦୂରରେ ପଲିଥିନ ବ୍ୟାନ । ବଜାରରେ କୁଢ଼ କୁଢ଼ ପଲିଥିନ ମହଜୁଦ ଅଛି ଏବଂ ବ୍ୟବହାର ହେଉଛି । ଏହାକୁ ନେଇ ସାଧାରଣ ଲୋକଙ୍କ ଭିତରେ ସଚେତନତା ଥିଲେ ମଧ୍ୟ ବିକଳ୍ପର ଅଭାବ ଯୋଗୁଁ ଏହାର ବହୁଳ ମାତ୍ରାରେ ବ୍ୟବହାର ହେଇପାରୁନାହିଁ । ପ୍ଲାଷ୍ଟିକ ବ୍ୟବହାର ଏକ ଭୟଙ୍କର ବ୍ୟାଧି, ପରିବେଶ ପ୍ରଦୂଷଣ, ଶରୀର ଉପରେ କୁପ୍ରଭାଵ ପଡୁଛି । ବ୍ୟାପକ ସଚେତନତା ଆବଶ୍ୟକ । ସରକାର ଏନେଇ ଜୋରଦାର କଟକଣା ଜାରି କଲେ ପ୍ଲାଷ୍ଟିକ, ପଲିଥିନ ବ୍ୟବହାରକୁ ରୋକାଯାଇପାରିବ ବୋଲି ଅଧ୍ୟାପକ ବୈକୁଣ୍ଠନାଥ ପୃଷ୍ଟି କହିଛନ୍ତି ।


ସେହିପରି ବିଏମସି କମିଶନରଙ୍କ ସ୍ପଷ୍ଟକ୍ତି ହେଲା ପଲିଥିନ ବ୍ୟାନକୁ କଡାକଡି କରାଯାଉଛି । ଲକ୍ଷାଧିକ ଟଙ୍କାର ପଲିଥିନ, ପ୍ଲାଷ୍ଟିକ ଏବେ ଜବତ କରାଯାଇଛି । ସେଣ୍ଟ୍ରାଲ ସ୍କ୍ବାର୍ଡ ମାଧ୍ୟମରେ ଲକ୍ଷାଧିକ ଟଙ୍କାର ପ୍ଲାଷ୍ଟିକ ଜବତ କରାଯାଇଛି । ଭୁବନେଶ୍ବରରେ ପଲିଥିନର ବିକଳ୍ପ ଭାବେ କଟନ ବ୍ୟାଗ ବଣ୍ଟାଯାଉଛି । ଜନସାଧାରଣଙ୍କୁ ସଚେତନ କରାଯାଉଛି । ଭୁବନେଶ୍ବରରେ ୨୫ ଗୋଟି ଉତ୍ପାଦିତ କେନ୍ଦ୍ର ରହିଛି । ଯାହାକୁ ପ୍ରଦୂଷଣ ବୋର୍ଡ଼ ତଦାରଖ କରୁଛି । ଆଗକୁ ପଲିଥିନ କଟକଣା ଜୋରଦାର କରାଯିବ ବୋଲି ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ କହିଛନ୍ତି । ଏମିତି ଅନେକ ଯୋଜନା କାଗଜ କଲମ ମଧ୍ୟରେ ସୀମିତ ରହିଯାଉଛି । ଯାହା ବାସ୍ତବତା ଠାରୁ ବହୁତ ଦୂରରେ । ନୀତିଗତ ଭାବରେ ଏହାକୁ ଲାଗୁ କରିବାର ଆବଶ୍ୟକତା ରହିଛି । ଏହାର ସଠିକ କାର୍ଯ୍ୟାନ୍ବୟନ ହେବାର ଆବଶ୍ୟକତା ରହିଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : Feb 4, 2020, 8:25 PM IST

ABOUT THE AUTHOR

...view details