ହାଇଦ୍ରାବାଦ: ଓଡିଶାର ଗଞ୍ଜାମ, ବାଲେଶ୍ୱର, ବଲାଙ୍ଗୀର, ଭଦ୍ରକ ଆଦି ଜିଲ୍ଲାରେ ପ୍ରଧାନମନ୍ତ୍ରୀ ରୋଜଗାର ଅଭିଯାନ ଚାଲୁ ରହିଛି । ଆଗାମୀ ଦିନରେ ଡିଜିଟାଲ୍ ସ୍ୱାସ୍ଥ୍ୟ ମିସନ ସାରା ଦେଶରେ ଲାଗୁ କରାଯିବ । ଏହା ଦ୍ୱାରା ଗୋଟିଏ କାର୍ଡରେ ସମସ୍ତ ଜନସାଧାରଣ ନିଜ ନିଜର ସ୍ୱାସ୍ଥ୍ୟ ସଂପର୍କିତ ତଥ୍ୟ ରଖିପାରିବେ ବୋଲି ରାଷ୍ଟ୍ରୀୟ ସଭାପତି ଜେପ୍ପି ନଡ୍ଡା କହିଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
ଆଗାମୀ ଦିନରେ ୬ ଲକ୍ଷ ଗାଁକୁ ଅପଟିକାଲ ଫାଇବର ସଂଯୋଗ କରି ଡିଜିଟାଲ ଗାଁ ନିର୍ମାଣ ହେବ । କୋରୋନା ସଙ୍କଟ ସମୟରେ ରାଜ୍ୟ ବିଜେପି କାର୍ଯ୍ୟକର୍ତ୍ତାମାନେ ୬ ଲକ୍ଷ ୯୦ ହଜାର ରାସନ କିଟ, ୭ ଲକ୍ଷ ସାନିଟାଇଜର ଏବଂ ସାଢେ ୫ ଲକ୍ଷ ମାସ୍କ ବଂଟନ କରିବା କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ।
ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ବୈଠକରେ ରାଷ୍ଟ୍ର ଅଧ୍ୟକ୍ଷ ଉଦବୋଧନ ଦେଇ କହିଛନ୍ତି ପ୍ରଧାନମନ୍ତ୍ରୀଜୀଙ୍କ ଆହ୍ୱାନ କ୍ରମେ କାର୍ଯ୍ୟକର୍ତ୍ତାମାନେ ଆତ୍ମନିର୍ଭର ଭାରତ ନିର୍ମାଣ ଗଠନ ପାଇଁ ଭୋକାଲ ଫର୍ ଲୋକାଲ୍ ହୁଅନ୍ତୁ। ପିପିଲିର ଚାନ୍ଦୁଆ,ରାଘୁରାଜପୁର ପଟ୍ଟଚିତ୍ର ଓ ବୟନ ଶିଳ୍ପକୁ ବିଶ୍ୱ ଦରବାରରେ ପରିଚିତ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି ।
ଦଳ ପକ୍ଷରୁ ସମସ୍ତ ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ଆୟୋଜିତ ହୋଇଯାଇଥିବା କାର୍ଯ୍ୟକାରିଣୀ ବୈଠକ ସଫଳ ହୋଇଛି । ରାଷ୍ଟ୍ରୀୟ ସଭାପତି ନଡ୍ଡାଜୀ ଜାତୀୟ ରାଜନୀତିର ସାଂପ୍ରତିକ ସ୍ଥିତି ଓ ଦଳର ଭୂମିକା ଉପରେ କହିବା ସହ ଓଡ଼ିଶାରେ କାର୍ଯ୍ୟକର୍ତ୍ତା ମାନଙ୍କ ପରିଶ୍ରମକୁ ପ୍ରଶଂସା କରିଥିବା ଉଲ୍ଲେଖ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।