ଭୁବନେଶ୍ବର: ଅର୍ଥନୈତିକ ଅପରାଧ ଶାଖାର ବଡ ଖୁଲାସା । ଧାନ ମେସିନ କିଣିବା ନାଁରେ ହୋଇଛି ବଡ ଧରଣର ଜାଲିଆତି ଅଭିଯୋଗ । ଆଉ ଏଭଳି ଘଟଣା ଦେଖିବାକୁ ମିଳିଛି ରାଜଧାନୀସ୍ଥିତ ତମାଣ୍ଡୋ ଅଞ୍ଚଳର ଏକ ଆଗ୍ରୋଟେକ୍ ସଂସ୍ଥାରେ । ଏନେଇ ପୂର୍ବରୁ ଆଞ୍ଚଳିକ ମୁଖ୍ୟ ଭାବେ ଆଗ୍ରେଟେକ୍ ସଂସ୍ଥାରେ କାର୍ଯ୍ୟ କରିଥିବା ବେଳେ ଚଞ୍ଚକତା କରି ଟଙ୍କା ଲୁଟ୍ କରିଥିବା ଅଭିଯୋଗରେ ଶ୍ରୀନାଥ ରଣାଙ୍କୁ ଗିରଫ କରିଛି ଇଓଡବ୍ଲୁ । ତେବେ କୃଷି ଓ କୃଷି ଜାତ କ୍ଷେତ୍ରରେ ଉନ୍ନତି ନେଇ ବାଙ୍ଗୋଲୋରର ଏକ ସଂସ୍ଥା ଓଡିଶା ସରକାରଙ୍କ ସହବନ୍ଧିତାରେ ଏହି ସଂସ୍ଥା କାର୍ଯ୍ୟ କରିଆସୁଛି ।
ସେ ୨୦୧୮ରୁ ୨୦୨୦ ମସିହା ପର୍ଯ୍ୟନ୍ତ ତମାଣ୍ଡୋ ସ୍ଥିତ ଭରସା ପ୍ରିୟ ଆଗ୍ରୋଟେକ୍ ସଂସ୍ଥାରେ ଆଞ୍ଚଳିକ ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ ଅଭିଯୁକ୍ତ ଶ୍ରୀନାଥ । ତେବେ ସେ ଚାକିରୀରୁ ଅବସର ନେବା ପରେ ବାଲେଶ୍ବର ଜିଲ୍ଲାରେ ତାରିଣୀ ଅଟୋ ଏଜେନ୍ସି ସର୍ଭିସେସର ମାଲିକ ଭାବେ କାର୍ଯ୍ୟ କରି ଆସୁଛନ୍ତି । ଅଭିଯୋଗ ଅନୁସାରେ ମା ତାରିଣୀ ଅଟୋ ଏଜେନ୍ସି ସର୍ଭିସେସ ନାଁରେ ଫେକ୍ ଡିଲରସିପ୍ ଆଣି ଅଭିଯୁକ୍ତ ଶ୍ରୀନାଥ ସଂସ୍ଥାର ଆଇଡି ପାସୱାର୍ଡକୁ ବ୍ୟବହାର କରି ୫୦୦ଟି ଫେକ୍ ଧାନ ମେସିନର ଚେଚିସ ଓ ରେଜିଷ୍ଟ୍ରେସନ ନମ୍ବରକୁ ବ୍ୟବହାର କରି ଡିବିଟି ବା ଡାଇରେକ୍ଟ ବେନେଫିସିଆରି ଟ୍ରାନସଫର ଜରିଆରେ 6 କୋଟି ଟଙ୍କାର ସବସିଡି ହାତେଇଥିବା ନେଇ ଅଭିଯୋଗ ହୋଇଛି ।