ଓଡିଶା

odisha

ETV Bharat / city

ଅସହ୍ୟ ଜାଡରେ ଥରୁଛି ଓଡିଶା - ପାଣିପାଗ ସୂଚନା

ରାଜ୍ୟରେ ଜାରି ରହିଛି ଅସହ୍ୟ ଶୀତ। 3.2ଡିଗ୍ରୀ ତାପମାତ୍ରାରେ କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ସବୁଠୁ ଥଣ୍ଡା ସହର ପାଲଟିଛି। ଅଧିକ ପଢନ୍ତୁ...

ଅସ୍ୟହ ଜାଡରେ ଥରୁଛି ଓଡିଶା
ଅସ୍ୟହ ଜାଡରେ ଥରୁଛି ଓଡିଶା

By

Published : Feb 5, 2021, 12:58 PM IST

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଶୀତର ପ୍ରବାହ। ଅସହ୍ୟ ଶୀତରେ ଥରୁଛି ସାରା ଓଡିଶା। 10ଡିଗ୍ରୀ ତଳେ ରହିଛି 6ଟି ସହରର ତାପମାତ୍ରା। 3.2ଡିଗ୍ରୀ ତାପମାତ୍ରାରେ କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ସବୁଠୁ ଥଣ୍ଡା ସହର ପାଲଟିଛି।

ରାଜ୍ୟ ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଜି ଉଦୟଗିରିରେ 3.2ଡିଗ୍ରୀ, ଫୁଲବାଣୀରେ 5.5ଡିଗ୍ରୀ, ଦାରିଙ୍ଗବାଡିରେ 6.5ଡିଗ୍ରୀ,କୋରାପୁଟରେ 9.5ଡିଗ୍ରୀ,ବଲାଙ୍ଗୀରରେ 9.8ଡିଗ୍ରୀ ଓ ଭବାନୀପାଟଣାରେ 9.8ଡିଗ୍ରୀ ରାତ୍ରିର ତାପମାତ୍ରା ରେକର୍ଡ ହୋଇଛି। ଏହା ସହିତ ଭୁବନେଶ୍ବରରେ 13ଡିଗ୍ରୀ,କଟକରେ 12.6ଡିଗ୍ରୀ ରାତ୍ରୀର ତାପମାତ୍ରୀ ରହିଛି।

ଅସହ୍ୟ ଶୀତ କାରଣରୁ ଦିନ 11ଟା ପୂର୍ବରୁ ଘରୁ ବାହାରିବା ସମ୍ଭବ ହୋଉପାରୁ ନାହିଁ । ଏପଟେ ଆଗାମୀ 4 ରୁ 5ଦିନ ରାଜ୍ୟରେ ଏହି ପରି ଶୀତର ଲହରୀ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଭୁବନେଶ୍ବରରୁ ସଞ୍ଜିବ କୁମାର ରାୟ,ଇଟିଭି ଭାରତ

ABOUT THE AUTHOR

...view details