ଭୁବନେଶ୍ବର: ବିଧାନସଭାରେ ଉପସ୍ଥାପିତ ହେଲା ପଞ୍ଚମ ରାଜ୍ୟ ଅର୍ଥ କମିଶନଙ୍କ ରିପୋର୍ଟ । ରାଜ୍ୟ ଅର୍ଥ କମିଶନଙ୍କ ସୁପାରିଶକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାରଙ୍କ ଦ୍ବାରା ନିଆଯାଇଥିବା କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରସ୍ତୁତ ରିପୋର୍ଟକୁ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ମେ’ରେ ଗଠନ କରାଯାଇଥିଲା ଏହି ପଞ୍ଚମ ରାଜ୍ୟ ଅର୍ଥ କମିଶନ।
କମିଶନ ପଞ୍ଚାୟତ ରାଜ ଓ ପୌରସଂସ୍ଥା ପାଇଁ ତିନି ପ୍ରକାର ଅନୁଦାନ ବ୍ୟବସ୍ଥା କରିଛନ୍ତି । ଉତ୍ତର ଅଧିକାରୀ ସତ୍ତ୍ବେ ପ୍ରବର୍ତ୍ତନ ପାଣ୍ଠି ଜିଏସଟି ଓ ମୋଟର ଯାନ ଟିକସ ବାବଦ ଅର୍ଥ, ସହାୟକ ଅନୁଦାନ ତିନି ପ୍ରକାର ବ୍ୟବସ୍ଥା ହୋଇଛି । 2020-21ରୁ 2024-25 ପର୍ଯ୍ୟନ୍ତ ମୋଟ 50282.50କୋଟି ଟଙ୍କା ଆକଳନ କରିଛନ୍ତି । ସେପଟେ ପ୍ରବର୍ତ୍ତନ ପାଣ୍ଠିକୁ ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦ ମଧ୍ୟରେ ବଣ୍ଟନ କରିବା ପାଇଁ ସୁପାରିଶ କରାଯାଇଛି ।