ଓଡିଶା

odisha

By

Published : Nov 24, 2020, 10:44 AM IST

Updated : Nov 24, 2020, 7:28 PM IST

ETV Bharat / city

ଶୀତ ଅଧିବେଶନ: ବିଧାନସଭାରେ ତିନୋଟି ବିଲ୍ ପାରିତ, ଆସନ୍ତାକାଲି ଯାଏ ଗୃହ ମୁଲତବୀ

ଶୀତକାଳୀନ ଅଧିବେଶନର ପଞ୍ଚମ ଦିବସ
ଶୀତକାଳୀନ ଅଧିବେଶନର ପଞ୍ଚମ ଦିବସ

19:25 November 24

ଆସନ୍ତାକାଲି ଯାଏ ଗୃହ ମୁଲତବୀ

ବିଧାନସଭାରେ ତିନୋଟି ବିଲ ପାରିତ ହେବା ପରେ ଗୃହକୁ ଆସନ୍ତାକାଲି ଯାଏ ମୁଲତବୀ ଘୋଷଣା କଲେ ବାଚସ୍ପତି । 

19:09 November 24

ରାଜ୍ୟରେ 8 ମାସରେ ବିଭିନ୍ନ ରୋଗରେ ଗଲାଣି 1 ଲକ୍ଷରୁ ଅଧିକ ଜୀବନ

ରାଜ୍ୟରେ 8 ମାସରେ ବିଭିନ୍ନ ରୋଗରେ ମଲେଣି 1 ଲକ୍ଷ 41 ହଜାର 874 ଲୋକ । ଏପ୍ରିଲରୁ ଅକ୍ଟୋବର ମାସରେ ଯାଇଛି ଏତିକି ସଂଖ୍ୟକ ରୋଗୀଙ୍କ ଜୀବନ । ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନ ଲିଖିତି ଉତ୍ତରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଏହା ଦର୍ଶାଇଛନ୍ତି । 

19:01 November 24

କୋରୋନା ପରୀକ୍ଷା, ମୁକାବିଲା ଓ ରୋଗୀଙ୍କ ମାଗଣା ଚିକିତ୍ସା ଖର୍ଚ୍ଚର ହିସାବ ଦେଲେ ସରକାର

ଗୃହରେ କୋରୋନା ସମ୍ପର୍କିତ ପ୍ରଶ୍ନର ଉତ୍ତର ରଖିଲେ ସରକାର । କୋରୋନା ପରୀକ୍ଷା, ମୁକାବିଲା ଓ ରୋଗୀଙ୍କ ମାଗଣା ଚିକିତ୍ସା ଖର୍ଚ୍ଚର ହିସାବ ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ । 23 ଜିଲ୍ଲାରୁ ଆସିଥିବା ତଥ୍ୟ ଅନୁସାରେ 2 ଶହ 23 କୋଟି 87 ଲକ୍ଷ 81 ହଜାର 8ଶହ 76 ଟଙ୍କା ଖର୍ଚ୍ଚ ହୋଇଥିବା କହିଲେ ମନ୍ତ୍ରୀ । 

18:10 November 24

ବିଧାନସଭାରେ ଇଡକୋ ସଂଶୋଧନ ବିଲ ପାରିତ

ବିଧାନସଭାରେ ପାରିତ ହେଲା ଇଡକୋ ସଂଶୋଧନ ବିଲ୍‌ । ଏହା ଦ୍ୱାରା ଶିଳ୍ପାଞ୍ଚଳ ଭିତ୍ତିଭୂମି ସହ ସାମାଜିକ ଭିତ୍ତିଭୂମିର ବିକାଶ କରାଯିବ। ଏଥିରେ ରାସ୍ତା ବିଦ୍ୟୁତକରଣ,ସ୍ୱରେଜ, ଶିକ୍ଷାନୁଷ୍ଠାନ, ବିଶ୍ୱବିଦ୍ୟାଳୟ, ଭୋଜନାଳୟ,ବାଣିଜ୍ୟ କେନ୍ଦ୍ର,ପର୍ଯ୍ୟଟନ ସ୍ଥଳୀ, କ୍ରୀଡ଼ା କେନ୍ଦ୍ର ସାମିଲ କରାଗଲା।

18:03 November 24

ବିଧାନସଭାରେ ତିନୋଟି ବିଲ୍ ପାରିତ

ବିଧାନସଭାରେ ପାରିତ ହେଲା ତିନୋଟି ବିଲ୍‌ । ଓଡିଶା ଔଦ୍ୟୋଗିକ ଭିତ୍ତିଭୂମି ଉନ୍ନୟନ ନିଗମ ସଂଶୋଧନ ବିଧେୟକ, କମ୍ପାନୀ ଓଡିଶା ସଂଶୋଧନ ବିଧେୟକ ଓ ଚୁକ୍ତିଭିତ୍ତିକ ଶ୍ରମିକ ସଂଶୋଧନ ବିଧେୟକ ଗୃହରେ ପାରିତ ହୋଇଛି ।  

15:56 November 24

ପରୀ ମୃତ୍ୟୁ ଘଟଣା : ରୁଲିଂ ଦେଲେ ବାଚସ୍ପତି, ଆସନ୍ତାକାଲି ଉତ୍ତର ଦେବେ ମନ୍ତ୍ରୀ

ଭୁବନେଶ୍ବର: ପରୀ ମୃତ୍ୟୁ ଓ ବାପା ମା’ଙ୍କ ଆତ୍ମହତ୍ୟା ଉଦ୍ୟମ ପ୍ରସଙ୍ଗରେ ରୁଲିଂ ଦେଇଛନ୍ତି ବାଚସ୍ପତି । ପ୍ରସଙ୍ଗକୁ ବିରୋଧୀ ଦଳ ବିଧାନସଭାରେ ଉଠାଇବା ସହ ପରୀଙ୍କ ବାପା ମା’ ସୁରକ୍ଷା ବଳୟ ଭେଦ କରି ବିଧାନସଭା ସମ୍ମୁଖକୁ ଆସିଛନ୍ତି । ଡିଜେଲ ଧରି ସେମାନେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଯାହାକୁ ନେଇ ବାଚସ୍ପତି ରୁଲିଂ ଦେଇଛନ୍ତି । ନୟାଗଡରେ 3 ମାସ ହେଲା ମାମଲା ହୋଇଛି, ଜିଲ୍ଲାର ଜଣେ ମନ୍ତ୍ରୀଙ୍କ ନାଁ ଅଛି। ଗୃହ ରାଷ୍ଟ୍ରମନ୍ତ୍ରୀ ଗୃହରେ ସବୁ ଶୁଣିଛନ୍ତି। ମୁଁ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଉଛି ଏହି ଚାରୋଟି ଘଟଣାରେ ଆସନ୍ତାକାଲି ବିସ୍ତୃତ ଭାବେ ଉତ୍ତର ଦେବେ ବୋଲି ବାଚସ୍ପତି କହିଛନ୍ତି ।  

15:13 November 24

ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ଓଡ଼ିଶା ଅଶାନ୍ତ ବୋଲି କହିଲେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର । ରାଜ୍ୟର ବିଭିନ୍ନ ସ୍ଥାନରେ ଗଣଦୁଷ୍କର୍ମର ଅଭିଯୋଗ ଆସୁଛି । ସେହିପରି ସମ୍ବଲପୁରର ପୂର୍ବତନ SP ଅଖିଳେଶ୍ବର ସିଂହକୁ ବି ସମାଲୋଚନା କଲେ ସମ୍ବଲପୁର ବିଧାୟକ।

13:26 November 24

ହାଜତ ମୃତ୍ୟୁ ପ୍ରସଙ୍ଗ; ଘଟଣାର ଚାଲିଛି ବିଚାରବିଭାଗୀୟ ତଦନ୍ତ

ଭୁବନେଶ୍ବର: ରାଜ୍ୟରେ ହାଜତ ମୃତ୍ୟୁ ଘଟଣାର ଚାଲିଛି ବିଚାରବିଭାଗୀୟ ତଦନ୍ତ । ଏନଏଚଆରସିର ନିର୍ଦ୍ଦେଶ ଅନୁଯାୟୀ ଚାଲିଛି ତଦନ୍ତ । ଜେଏମଏଫସି ପୁରୀ, ପୁରୀ ହାଜତ ଘଟଣାର ତଦନ୍ତ କରୁଛି । ଏହି ଘଟଣାରେ Jmfc ସିିଦ୍ଧାନ୍ତ ମିଶ୍ର ତଦନ୍ତ କରୁଛନ୍ତି । ଏସଡ଼ିଜେଏମ୍ ପାନପୋଷ ଆର.କେ ପ୍ରଧାନ ବିରମିତ୍ରପୁର ଘଟଣାର ତଦନ୍ତ କରୁଛନ୍ତି ବୋଲି ଗୃହରେ ଉତ୍ତର ରଖିଛନ୍ତି ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ।

13:00 November 24

ଗୃହରେ ପୁଣି ଉଠିଲା ହାଜତ ମୃତ୍ୟୁ ପ୍ରସଙ୍ଗରେ ଏସପିଙ୍କୁ ଗିରଫ ଓ ମନ୍ତ୍ରୀ ଇସ୍ତଫା ଦାବି କଲେ ବିରୋଧୀ

ଭୁବନେଶ୍ବର: ଗୃହରେ ହାଜତ ମୃତ୍ୟୁ, କଳାହାଣ୍ଡି ସହ ପୋଲିସର ଥାର୍ଡ ଡିଗ୍ରୀ ପ୍ରସଙ୍ଗରେ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ । ପୋଲିସ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପାଇଁ ଏସପି ଅଖିଳେଶ୍ବର ସିଂକୁ ଗିରଫ କରାଯାଉ । ଏଥିସହ ଏସପିଙ୍କ ବିରୋଧରେ  କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଙ୍ଘାତିକ ଅଭିଯୋଗ ଆଣି କହିଛନ୍ତି, ପୁରୀରେ ଏସପି ଥିବା ସମୟରେ ଅଖିଳେଶ୍ବର ସିଂ ଦାଦା ବଟି ଆଦାୟ କରିଥିଲେ । ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ଇସ୍ତଫା ଦାବି ହୋଇଛି ।

12:32 November 24

ବିଧାନସଭାରେ ମନ୍ତ୍ରୀ ଦେଲେ ଉତ୍ତର କଟକ ଲୁଟ୍ ରେ ଅଭିଯୁକ୍ତ ଚିହ୍ନଟ

ଭୁବନେଶ୍ବର: ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ଆସିଥିବା ମୁଲତବୀ ନୋଟିସରେ ଜବାବ ରଖିଛନ୍ତି ଗୃହରାଷ୍ଟ୍ର ମନ୍ତ୍ରୀ । କଟକ ଆଇଆଇଏଫଏଲ ଫାଇନ୍ସ କମ୍ପାନୀରେ ହୋଇଥିବା ଲୁଣ୍ଠନ ଉପରେ ମଧ୍ୟ ମତ ରଖିଛନ୍ତି । ରାଜ୍ୟରେ ଆଇନ ସ୍ଥିତି ଶାନ୍ତିପୂର୍ଣ୍ଣ ଓ ନିୟନ୍ତ୍ରଣାଧୀନ ରହିଛନ୍ତି । ନଭେମ୍ବର 19 ରେ କଟକରେ ହୋଇଥିବା ଲୁଣ୍ଠନ ମାମଲାଟି ଫର୍ଦ୍ଦାଫାଶ କରିବା ସହ ଲୁଣ୍ଠ ସମ୍ପତ୍ତି ଜବତ କରାଯାଇଛି । ଏବଂ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି ବୋଲି ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି ।

12:05 November 24

ଗୃହରେ ପୁଣି ଉଠିଲା ହାଜତ ମୃତ୍ୟୁ ପ୍ରସଙ୍ଗ । ମୁଲତବୀ ନୋଟିସ ଆଲୋଚନା ବେଳେ ହାଜତ ପ୍ରସଙ୍ଗ ଉଠାଇଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ।

ଭୁବନେଶ୍ବର: ଗୃହରେ ପୁଣି ଉଠିଲା ହାଜତ ମୃତ୍ୟୁ ପ୍ରସଙ୍ଗ । ମୁଲତବୀ ନୋଟିସ ଆଲୋଚନା ବେଳେ ହାଜତ ପ୍ରସଙ୍ଗ ଉଠାଇଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ । ପୁରୀରେ କେ. ରମେଶ କୁ ପୋଲିସ ଉଠାଇ ଆଣିଲା ଓ ଥାର୍ଡ ଡିଗ୍ରୀ କରି ମାରିଦେଲା । ଏବଂ ବାପାଙ୍କ ଅନୁପସ୍ଥିତିରେ ଶେଷ କରିଦେଲେ ଅନ୍ତିମ ସଂସ୍କାର । ସୁନ୍ଦରଗଡରେ ମଧ୍ୟ ହୋଇଛି ହାଜତ ମୃତ୍ୟୁ । ଏଠାରେ ବ୍ରିଟିଶ ଯୁଗ ଚାଲିଛି ବୋଲି ମୋହନ ମାଝି କହିଛନ୍ତି । ଏହି ଘଟଣା ପାଇଁ ପୋଲିସ ଦାୟୀ ରହିବା ସହ ସିଟିଂ ଜଜ ଦ୍ବାରା ନ୍ୟାୟିକ ତଦନ୍ତ ପାଇଁ ସେ ଦାବି ରଖିଛନ୍ତି ।  

11:58 November 24

ପଶ୍ଚିମ ଓଡିଶାର ପ୍ରତି ସରକାରଙ୍କ ବୈମାତୃକ ମନୋଭାବର ଅଭିଯୋଗ ଆଣିଲେ କଂଗ୍ରେସ ନେତା ନରସିଂହ ମିଶ୍ର

ଭୁବନେଶ୍ବର: ପଶ୍ଚିମ ଓଡିଶା ପ୍ରତି ସରକାରଙ୍କ ବୈମାତୃକ ମନୋଭାବ ପୋଷଣ କରୁଥିବା ଅଭିଯୋଗ ଆଣିଲେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର । କୌଶଳୀ ଭାଷାକୁ ସରକାରୀ ଭାଷାର ମାନ୍ୟତା ମିଳୁନି । ହାଇକୋର୍ଟରେ ସ୍ଥାୟୀ ବେଞ୍ଚ ପ୍ରସଙ୍ଗ, ବଲାଙ୍ଗୀରରେ ବାଇପାସ ଓ ଶିକ୍ଷା ସହାୟକଙ୍କୁ ନିୟମିତ କରିବା ପ୍ରସଙ୍ଗ ଉଠାଇଛନ୍ତି ନରସିଂହ । 

11:57 November 24

ମନ୍ଦିର ଖୋଲିବା ପ୍ରସଙ୍ଗରେ ଗୃହରେ ବିଜେଡି ବିଧାୟକ ଅମର ଶତପଥୀଙ୍କ ମନ୍ତବ୍ୟ

ଭୁବନେଶ୍ବର: ମନ୍ଦିର ଖୋଲିବା ପ୍ରସଙ୍ଗରେ ଗୃହରେ ବିଜେଡି ବିଧାୟକ ଅମର ଶତପଥୀଙ୍କ ମନ୍ତବ୍ୟ । ମନ୍ଦିର ଖୋଲିବା ଦେବ ଦର୍ଶନ କରିବା ଭାବାବେଗ ଅଛି । କିନ୍ତୁ ବାସ୍ତବତା ବି ଦେଖିବାକୁ ପଡିବ । ମନ୍ଦିର ଖୋଲିବା ସ୍ଥିତିକୁ ଦେଖି ସ୍ଥାନୀୟ ପ୍ରଶାସନକୁ ପଦକ୍ଷେପ ନେବାକୁ କୁହାଯାଇଛି ।  ଦିଲ୍ଲୀ ମହାରାଷ୍ଟ୍ରର କୋରୋନା ସ୍ଥିତି ପରେ ଓଡିଶାର ନ ହେଉ । ତେଣୁ ସରକାର ସ୍ଥିତି ନିଷ୍ପତ୍ତି ନେବେ ।

11:52 November 24

ଆଇନଶୃଙ୍ଖଳା ଉପରେ ମୁଲତବୀ ନୋଟିସ ମନ୍ତ୍ରୀ ରଖିଲେ ଉତ୍ତର

ଭୁବନେଶ୍ବର: ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଅବସ୍ଥାରେ ସରକାର ନିରବଦ୍ରଷ୍ଟା। ଏହି ଶୀର୍ଷକ ପ୍ରସଙ୍ଗରେ ବିରୋଧୀ ଆଣିଥିବା ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ଆରମ୍ଭ। ଗୃହ ରାଷ୍ଟ୍ରମନ୍ତ୍ରୀ ରଖୁଛନ୍ତି ଉତ୍ତର।

11:23 November 24

ବିଧାନସଭା ସମ୍ମୁଖରେ ଦମ୍ପତ୍ତିଙ୍କ ଆତ୍ମହୁତି ଉଦ୍ୟମ

ଭୁବନେଶ୍ବର:ବିଧାନସଭା ସମ୍ମୁଖରେ ଆତ୍ମହୁତି ଉଦ୍ୟମ । ନୟାଗଡର ବହୁ ଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ଘଟଣାକୁ ନେଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଦମ୍ପତି । ନାବାଳିକାକୁ ଝିଅକୁ ନ୍ୟାୟ ନ ମିଳିବାରୁ ଆଜି ପରୀର ବାପା ମାଆ ନିଜ ଦେହରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏହି ସମୟରେ ଉପସ୍ଥିତ ଥିବା ପୋଲିସ ସେମାନଙ୍କୁ ଉଦ୍ଧାର କରିବା ସହ କାବୁ କରିନେଇଥିଲେ ।

10:56 November 24

ଶୀତକାଳୀନ ଅଧିବେଶନର ପଞ୍ଚମ ଦିବସରେ ଗୃହକାର୍ଯ୍ୟ ଆରମ୍ଭ ହୋଇଯାଇଛି । ମନ୍ଦିର ଖୋଲିବା ନେଇ ଦାବି କଲେ ବିରୋଧୀ ।

ଭୁବନେଶ୍ବର: ଗୃହରେ ଉଠିଲା ମନ୍ଦିର ପ୍ରସଙ୍ଗ । କଂଗ୍ରେସ ନେତା ତାରାପ୍ରସାଦ ବିହୀନ ପତି ଓ ବିଜେପି ନେତା ମୋହନ ଚରଣ ମାଝି ମଧ୍ୟ ମନ୍ଦିର ଖୋଲିବା ସପକ୍ଷରେ ଯୁକ୍ତି ବାଢିଛନ୍ତି । କେବଳ ମନ୍ଦିର ନୁହେଁ ଅନ୍ୟ ଧାର୍ମିକ ସ୍ଥଳୀ ଖୋଲିବା ପାଇଁ ଦାବି ଉଠିଛି । ଏନେଇ ବାଚସ୍ପତି ରୁଲିଂ ଦିଅନ୍ତୁ  ଏବଂ ବିଭାଗୀୟ ମନ୍ତ୍ରୀ ଗୃହରେ ଉତ୍ତର ରଖନ୍ତୁ ବୋଲି ତାରାପ୍ରସାଦ ବାହିନୀପତି କହିଛନ୍ତି ।ସେପଟେ ମୋହନ କହିଛନ୍ତି ଯେ, ଅନ୍ୟ ରାଜ୍ୟରେ କୋରୋନା ଅଧିକ ପ୍ରଭାବ ଥିବା ସତ୍ତ୍ବେ ମନ୍ଦିର ଖୋଲାଯାଇଛି । ତେଣୁ ଓଡିଶାର ମନ୍ଦିର ଖୋଲାଯାଉ ବୋଲି ଦାବି ସେ କରିଛନ୍ତି ।

10:17 November 24

ଗୃହକାର୍ଯ୍ୟ ଆରମ୍ଭରୁ ଶିକ୍ଷା ସହାୟକ ନିଯୁକ୍ତି ପ୍ରସଙ୍ଗ ଉଠାଇଲେ ବିରୋଧ ଦଳ ନେତା

ଭୁବନେଶ୍ବର: ବିଧାନସଭାର ଶୀତକାଳୀନ ଅଧିବେଶନର ପଞ୍ଚମ ଦିବସ । ଗୃହକାର୍ଯ୍ୟ ଆରମ୍ଭରୁ ବିରୋଧୀ ଦଳ ନେତା ଶିକ୍ଷା ସହାୟକ ନିଯୁକ୍ତି ପ୍ରସଙ୍ଗ ଉଠାଇଛନ୍ତି । 6 ବର୍ଷ ପରେ ବି ଯେଉଁ ଶିକ୍ଷା ସହାୟକ ମାନଙ୍କୁ ସରକାର ନିୟମିତ କରିନାହାଁନ୍ତି ସେମାନଙ୍କୁ ନିୟମିତ କରିବାକୁ ଦାବି। ନହେଲେ ଶିକ୍ଷା ବ୍ୟବସ୍ଥା ସୁଦୃଢ଼ ହୋଇପାରିବ ନାହିଁ ବୋଲି କହିଛନ୍ତି ବିରୋଧୀ ଦଳ ନେତା ।

Last Updated : Nov 24, 2020, 7:28 PM IST

ABOUT THE AUTHOR

...view details