ଭୁବନେଶ୍ବର: ରାଜଧାନୀରେ ନାବାଳିକା ଶିଶୁ ଚାଲାଣ । ବର୍ଷକ ପରେ ଉଦ୍ଧାର ହେଲୋ ୫ମ ଶ୍ରେଣୀ ଛାତ୍ରୀ । ନୟାପଲ୍ଲୀ ଥାନା ଆଇଆରସି ଭିଲେଜରେ ଥିବା ଜଣେ ଅବସରପ୍ରାପ୍ତ ଜିଲ୍ଲାପାଳଙ୍କ ଘରୁ ଉଦ୍ଧାର ହୋଇଛନ୍ତି ଛାତ୍ରୀ । ଛାତ୍ରୀ ଜଣକୁ ୨୦୨୦ ମସିହାରୁ ଶିଶୁ ଚୋରା ଚାଲାଣ କରାଯାଇ ଭୁବନେଶ୍ବର ଅଣାଯାଇଥିଲା ।
ନାବାଳିକା ଶିଶୁ ଚାଲାଣ, ଭୁବନେଶ୍ବରର ଅବସରପ୍ରାପ୍ତ କଲେକ୍ଟରଙ୍କ ଘରୁ ଉଦ୍ଧାର - ଭୁବନେଶ୍ବର ନାବାଳିକା ଶିଶୁ ଚାଲାଣ ଘଟଣା
ରାଜଧାନୀରେ ନାବାଳିକା ଶିଶୁ ଚାଲାଣ । ବର୍ଷକ ପରେ ଉଦ୍ଧାର ହେଲା ୫ମ ଶ୍ରେଣୀ ଛାତ୍ରୀ । ଅଧିକ ପଢନ୍ତୁ...
୫ମ ଶ୍ରେଣୀ ନାବାଳିକା ଶିଶୁ ଚାଲାଣ
ତାଙ୍କ ବାପା ଜଣେ ରିକ୍ସା ଚାଳକ ଥିଲେ। ଏନେଇ ସିଡବ୍ଲୁସି ନିକଟରେ ଅଭିଯୋଗ ପରେ ସୁରାକ ଲଗାଇ ନୟାପଲ୍ଲୀ ଥାନା ସହାୟତାରେ ନାବାଳିକାକୁ ଉଦ୍ଧାର କରାଯାଇଛି । ତେବ ଏଠାରେ ପ୍ରଶ୍ନ ଉଠୁଛି ପ୍ରଶାସନିକ ସେବାରେ ନିୟୋଜିତ ଥିବା ଲୋକ କିଭଳି ଏପରି ଘରେ ଜଣେ ଶିଶୁକୁ ଶ୍ରମିକ ଭାବେ ଖଟାଉଥିଲେ ? ଏନେଇ ପୋଲିସ ତଦନ୍ତ ଜାରି ରଖିଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ