ଓଡିଶା

odisha

By

Published : May 9, 2020, 8:23 PM IST

ETV Bharat / city

ସରପଞ୍ଚମାନଙ୍କ ସହିତ କଥାହେଲେ 5ଟି ସଚିବ

ସରପଞ୍ଚଙ୍କ ସହିତ କଥା ହେଲେ 5ଟି ସଚିବ । ସରପଞ୍ଚଙ୍କୁ ସେମାନଙ୍କ ନେତୃତ୍ବ ଓ ଭୂମିକ ବିଷୟରେ ବୁଝାଇଲେ। ଅଧିକ ପଢନ୍ତୁ.....

5T Secretary VK Pandian talk to all sarpanch
ସରପଞ୍ଚଙ୍କ ସହିତ କଥା ହେଲେ 5ଟି ସଚିବ

ଭୁବନେଶ୍ବର : ସରପଞ୍ଚଙ୍କ ସହିତ କଥା ହେଲେ 5ଟି ସଚିବ ଭି.କେ. ପାଣ୍ଡିଆନ । ଗଞ୍ଜାମ ଜିଲ୍ଲାର ସମସ୍ତ ସରପଞ୍ଚଙ୍କ ସହିତ କଥା ହୋଇଛନ୍ତି । ବର୍ତ୍ତମାନ ସମୟରେ ସରପଞ୍ଚଙ୍କ ଭୂମିକା ଗୁରୁତ୍ବପୁର୍ଣ୍ଣ । ବିଶେଷ କରି କ୍ବାରେଣ୍ଟାଇନ ସେଣ୍ଟରର ପରିଚାଳନା ନେଇ ଆଲୋଚନା କରିଛନ୍ତି ପାଣ୍ତିଆନ । ଗଞ୍ଜାମ ଜିଲ୍ଲାରେ ସମସ୍ତ ଆକ୍ରାନ୍ତ କ୍ବାରେଣ୍ଟାଇନ ଥିବା ସମୟରେ ଆସିଛି ।

ଏହାକୁ ନେଇ ଭୟଭୀତ ହେବାର ନାହିଁ ବୋଲି ସେ କହିଛନ୍ତି । କ୍ବାରେଣ୍ଟାଇନ ସେଣ୍ଟର ଗୁଡିକର ସଠିକ ପରିଚାଳନା ଦ୍ବାରା ହିଁ କୋରୋନା ବିରୋଧ ଯୁଦ୍ଧରେ ଆମେ ସଫଳ କି ବିଫଳ ହେବା ଜଣାପଡିବ । ଏହା ଅନୁଭବ କରିବା ପରେ ହିଁ ସମସ୍ତଙ୍କୁ ଜିଲ୍ଲାପାଳ କ୍ଷମତା ଦିଆଯାଇଛି । ସବୁ ଯୋଜନା କାର୍ଯ୍ୟକାରୀ କରିବାରେ ସରପଞ୍ଚ ସର୍ବଦା ଗୁରୁ ଦାୟିତ୍ବ ତୁଲାଇ ଆସୁଛନ୍ତି । ତେବେ କୋରୋନା ବେଳେ ଭୂମିକା ଅଧିକ ରହିଛି ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details