ଓଡିଶା

odisha

ETV Bharat / city

ପାଇଲଟ୍‌ ହେବାର ସ୍ୱପ୍ନ ଦେଖୁଥିଲେ ଭୂମିକା, ପ୍ରେରଣା ଦେବାକୁ ବିଜୁବାବୁଙ୍କ ଜୀବନୀ ପୁସ୍ତକ ପଠାଇଲେ ପାଣ୍ଡିଆନ - ଛାତ୍ରୀଙ୍କୁ ପୁସ୍ତକ ପଠାଇଲେ ପାଣ୍ଡିଆନ

ପାଇଲଟ୍‌ ହେବାର ସ୍ୱପ୍ନ ଦେଖୁଥିବା ଭୂମିକାଙ୍କୁ ପ୍ରେରଣା ଦେବାକୁ ବିଜୁ ପଟ୍ଟନାୟକଙ୍କ ଜୀବନୀ ପୁସ୍ତକ ପଠାଇଲେ ପାଣ୍ଡିଆନ (VK pandian sent Biju Patnaik biography)। ଜିଲ୍ଲାପାଳଙ୍କ ଠାରୁ ଗ୍ରହଣ କଲେ ଛାତ୍ରୀ । ଅଧିକ ପଢନ୍ତୁ

Etv Bharatପାଇଲଟ୍‌ ହେବାର ସ୍ୱପ୍ନ ଦେଖୁଥିଲେ ଭୂମିକା, ପ୍ରେରଣା ଦେବାକୁ ବିଜୁ ପଟ୍ଟନାୟକଙ୍କ ଜୀବନୀ ପୁସ୍ତକ ପଠାଇଲେ ପାଣ୍ଡିଆନ
Etv Bharatପାଇଲଟ୍‌ ହେବାର ସ୍ୱପ୍ନ ଦେଖୁଥିଲେ ଭୂମିକା, ପ୍ରେରଣା ଦେବାକୁ ବିଜୁ ପଟ୍ଟନାୟକଙ୍କ ଜୀବନୀ ପୁସ୍ତକ ପଠାଇଲେ ପାଣ୍ଡିଆନ

By

Published : Sep 28, 2022, 2:49 PM IST

ରାଉରକେଲା: ପାଇଲଟ୍‌ ହେବାର ସ୍ୱପ୍ନ ଦେଖୁଥିବା ସୁନ୍ଦରଗଡ଼ର ଛାତ୍ରୀ ଭୂମିକାଙ୍କୁ ପ୍ରେରଣା ଦେବାକୁ ବିଜୁ ପଟ୍ଟନାୟକଙ୍କ ଜୀବନୀ ପୁସ୍ତକ ପଠାଇଛନ୍ତି 5T ସଚିବ ଭି.କେ ପାଣ୍ଡିଆନ (VK pandian sent Biju Patnaik biography)। ଜିଲ୍ଲାର ହେମଗିର ବ୍ଲକ ଡୁଡୁକା ହାଇସ୍କୁଲର ଦଶମ ଶ୍ରେଣୀର ଛାତ୍ରୀ ହେଉଛନ୍ତି ଭୂମିକା ପ୍ରଧାନ । ସୁନ୍ଦରଗଡ଼ ଜିଲ୍ଲାରେ ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ସମ୍ପର୍କରେ ନିକଟରେ ହୋଇଥିବା ଭର୍ଚୁଆଲ ଆଲୋଚନାବେଳେ, 5T ସଚିବ ଭି କାର୍ତ୍ତିକେୟନ୍‌ ପାଣ୍ଡିଆନ୍‌ ଜିଲ୍ଲାର ଛାତ୍ରଛାତ୍ରୀମାନଙ୍କ ସହ ସିଧାସଳଖ କଥା ହୋଇଥିଲେ । ଏହି ଆଲୋଚନା ବେଳେ ସେ ଭୂମିକାଙ୍କ ଏପରି ଉଚ୍ଚାଭିଳାଷ ସମ୍ପର୍କରେ ଜାଣିବାକୁ ପାଇ ଖୁସିବ୍ୟକ୍ତ କରିଥିଲେ । ଆଜି ସେ ଭୂମିକାଙ୍କ ନିକଟକୁ ବିଜୁ ପଟ୍ଟନାୟକଙ୍କ ଜୀବନୀ ପୁସ୍ତକ ପଠାଇଛନ୍ତି ।

ସଚିବଙ୍କ ଠାରୁ ଆତ୍ମଜୀବନୀ ପୁସ୍ତକ ଉପହାର ପାଇବା ପରେ ଖୁସିବ୍ୟକ୍ତ କରିଛନ୍ତି ଛାତ୍ରୀ ଭୂମିକା । ସେ କହିଛନ୍ତି,‘‘ସେଦିନ ଭର୍ଚୁଆଲ ମିଟିଂ ବେଳେ 5T ସଚିବ ପାଣ୍ଡିଆନ୍‌ ସାର୍‌ ଆମ ପିଲାମାନଙ୍କୁ ସେମାନଙ୍କ କ୍ୟାରିୟର ସ୍ୱପ୍ନ ବିଷୟରେ ପଚାରୁଥିଲେ । ଭବିଷ୍ୟତରେ ପାଇଲଟ୍‌ ହେବା ପାଇଁ ଲକ୍ଷ୍ୟ ରଖିଛି ବୋଲି ମୁଁ ତାଙ୍କୁ କହିଥିଲି । ଏହା ଶୁଣି ସେ ମୋ’ ପାଇଁ ବିଜୁ ପଟ୍ଟନାୟକଙ୍କ ଜୀବନୀ ପୁସ୍ତକ ପଠାଇବେ ବୋଲି କହିଥିଲେ । ଆଜି ତାହା ପାଇ ମୁଁ ବହୁତ ଖୁସି ।’’

୧୩ଟି ବ୍ଲକର ବିଭିନ୍ନ ହାଇସ୍କୁଲରୁ ଆସିଥିବା ପିଲାମାନେ ନିଜ ନିଜର କ୍ୟାରିୟର ସ୍ୱପ୍ନ ବିଷୟରେ ସଚିବ ପାଣ୍ଡିଆନଙ୍କୁ କହିଥିଲେ । ଏହି ଅବସରରେ ପାଇଲଟ୍‌ ହେବାକୁ ସ୍ୱପ୍ନ ଦେଖୁଥିବା ଛାତ୍ରୀ ଭୂମିକା ପ୍ରଧାନଙ୍କୁ ୫ଟି ସଚିବ ଏକ ପ୍ରେରଣାଦାୟୀ ବହି ପଠାଇବେ ବୋଲି କହିଥିଲେ । ଦୁଃସାହସୀ ପାଇଲଟ୍‌ ଏବଂ ବିଶିଷ୍ଟ ରାଜନୀତିଜ୍ଞ ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ଜୀବନୀ ଉପରେ ଆଧାରିତ ଏକ ଲୋକପ୍ରିୟ କମିକ୍‌ ପୁସ୍ତକ ‘ଦ ଆଡଭେଞ୍ଚରସ୍‌ ଅଫ୍‌ ଦ ଡେୟାରଡେଭିଲ ଡେମୋକ୍ରାଟ୍‌’ । ୫ଟି ସଚିବ ଏହି ପୁସ୍ତକକୁ ଛାତ୍ରୀ ଭୂମିକାଙ୍କ ପାଇଁ ପଠାଇଛନ୍ତି ।

ଗତକାଲି (ମଙ୍ଗଳବାର) ସୁନ୍ଦରଗଡ଼ ଠାରେ ଜିଲ୍ଲାପାଳ ପରାଗ ହର୍ଷଦ ଗାଭାଲି ଭୂମିକାଙ୍କୁ ଏହି ପୁସ୍ତକଟି ପ୍ରଦାନ କରିଥିଲେ । ଭୂମିକା ତାଙ୍କ ବାପା ଥିପେନ୍ଦ୍ର ପ୍ରଧାନଙ୍କ ସହ ଆସି ଜିଲ୍ଲାପାଳଙ୍କଠାରୁ ଏହି ବହିଟି ଗ୍ରହଣ କରିଥିଲେ । ଏହି ବହିଟି ଭୂମିକାଙ୍କ ପାଇଁ ପ୍ରେରଣା ହେବ ବୋଲି ଜିଲ୍ଲାପାଳ ମଧ୍ୟ ଆଶାବ୍ୟକ୍ତ କରିଛନ୍ତି । ଏହି ପ୍ରେରଣାଦାୟୀ ପଦକ୍ଷେପ ପାଇଁ ଭୂମିକା ଓ ତାଙ୍କ ବାପା ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପୁସ୍ତକ ପ୍ରଦାନ ସମୟରେ ସୁନ୍ଦରଗଡ଼ ଠାରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଭୈରବ ସିଂହ ପଟେଲ, ଜିଲ୍ଲା ଶିକ୍ଷା ଅଧିକାରୀ ଅମୂଲ୍ୟ କୁମାର ପଧାନ ଓ ଡୁଡୁକା ହାଇସ୍କୁଲର ପ୍ରଧାନ ଶିକ୍ଷକ ଦିନେଶ ଚନ୍ଦ୍ର ପଟେଲ ଉପସ୍ଥିତ ଥିଲେ ।

ତୃତୀୟ ପର୍ଯ୍ୟାୟରେ ସୁନ୍ଦରଗଡ଼ ଜିଲ୍ଲାରେ ୪୪ଟି ସରକାରୀ ହାଇସ୍କୁଲର ରୂପାନ୍ତରଣ କାର୍ଯ୍ୟ କରାଯାଉଛି । ଏହା ମଧ୍ୟରେ ହେମଗିର ବ୍ଲକର ଡୁଡୁକା ହାଇସ୍କୁଲ ରହିଛି । ପୂର୍ବବର୍ତ୍ତୀ ଦୁଇଟି ପର୍ଯ୍ୟାୟରେ ୨୪୭ଟି ସରକାରୀ ହାଇସ୍କୁଲର ରୂପାନ୍ତରଣ ଶେଷ ହୋଇଛି । ପ୍ରତିଟି ରୂପାନ୍ତରିତ ସ୍କୁଲରେ ସ୍ମାର୍ଟ କ୍ଲାସରୁମ, ଆଧୁନିକ ବିଜ୍ଞାନାଗାର, ଇ-ପାଠାଗାର, ଉନ୍ନତ ଖେଳପଡ଼ିଆ ଇତ୍ୟାଦି କରାଯାଉଛି । ଏହି ରୂପାନ୍ତରିତ ଭିତ୍ତିଭୂମି ଓ ପରିବେଶ ପିଲାମାନଙ୍କ ଭବିଷ୍ୟତର ଲକ୍ଷ୍ୟ ପୂରଣ କରିବାରେ ବିଶେଷ ସହାୟକ ହେବ।

ଇଟିଭି ଭାରତ, ସୁନ୍ଦରଗଡ

ABOUT THE AUTHOR

...view details