ଓଡିଶା

odisha

ETV Bharat / city

ସ୍କୁଲ ପରିଦର୍ଶନରେ 5ଟି ସଚିବ, ସ୍ମାର୍ଟକ୍ଳାସ ରୁମକୁ ଗୁରୁତ୍ବ - 5 ଟି ସଚିବ ଭି କେ ପାଣ୍ଡିଆନ

ରାଜଧାନୀରେ ସ୍କୁଲ ପରିଦର୍ଶନ କରିଛନ୍ତି 5 ଟି ସଚିବ ଭି କେ ପାଣ୍ଡିଆନ । ସ୍କୁଲର ଭିତ୍ତିଭୂମି ତଦାରଖ କରିବା ସହ ଲାଇବ୍ରେରୀ ଓ ବୈଷୟକ ବିଜ୍ଞାନର ଉପରେ ଗୁରୁତ୍ବ ଦେଇଛନ୍ତି । କ୍ଲାସ ଗୁଡିକୁ ଡିଜିଟାଲ ମାଧ୍ୟମରେ ସ୍ମାର୍ଟ କ୍ଲାସ କରିବା ପାଇଁ ଅଧିକ ଗୁରୁତ୍ବ ଦେଇଛନ୍ତି । ଅଧିକ ପଢନ୍ତୁ...

school visit by 5T secretary V K Pandian
ସ୍କୁଲ ପରିଦର୍ଶନରେ 5ଟି ସଚିବ, ସ୍ମାର୍ଟକ୍ଳାସ ରୁମକୁ ଗୁରୁତ୍ୱ

By

Published : Jan 17, 2021, 3:35 PM IST

Updated : Jan 17, 2021, 3:49 PM IST

ଭୁବନେଶ୍ବର: ବିଦ୍ୟାଳୟ ପରିଦର୍ଶନ କଲେ 5ଟି ସଚିବ ଭିକେ ପାଣ୍ଡିଆନ । ପାଠପଢାରେ ସ୍ମାର୍ଟ କ୍ଳାସକୁ ଦେଲେ ଗୁରୁତ୍ବ । ଭୁବନେଶ୍ବରରେ 5 ଟି ସ୍କୁଲ ବୁଲିଥିଲେ। ବିଦ୍ୟାଳୟର ସୁବିଧା ଅସୁବିଧା ବୁଝିବା ସହ କିଭଳି ଭାବରେ କ୍ଳାସ ରୁମ ଗୁଡିକ ସ୍ମାର୍ଟ କ୍ଳାସ ରୁମ ହୋଇପାରିବ ସେନେଇ ଗୁରୁତ୍ବ ଦେଇଛନ୍ତି।

ସ୍କୁଲ ପରିଦର୍ଶନରେ 5ଟି ସଚିବ, ସ୍ମାର୍ଟକ୍ଳାସ ରୁମକୁ ଗୁରୁତ୍ୱ

ରାଜଧାନୀର 5 ଟି ବିଦ୍ୟାଳୟ ପରିଦର୍ଶନ କରିଛନ୍ତି 5 ଟି ସଚିବ ଭିକେ ପାଣ୍ଡିଆନ। କ୍ୟାପିଟାଲ ହାଇସ୍କୁଲ, ୟୁନିଟ 6 ହାଇସ୍କୁଲ, ୟୁନିଟ 9 ହାଇସ୍କୁଲ ୟୁନିଟ 1 ହାଇସ୍କୁଲ ଓ ନୟାପଲ୍ଲୀ ଆଇଆରସି ଭିଲେଜ ହାଇସ୍କୁଲ ବୁଲି ସମୀକ୍ଷା କରିଛନ୍ତି। ବିଦ୍ୟାଳୟ ଗସ୍ତ ସମୟରେ ସ୍କୁଲର କର୍ତ୍ତୃପକ୍ଷ ଓ ବ୍ଲକ ଶିକ୍ଷା ଅଧିକାରୀ ଓ ବିଏମସି କମିଶନରଙ୍କ ସହ ଆଲୋଚନା କରିଛନ୍ତି। ସ୍କୁଲରେ ରହିଥିବା ଲାଇବ୍ରେରୀ, ସ୍କଟ ଲାବୋରଟୋରୀ, ପିଲାଙ୍କ ରେଜଲ୍ଟ ଆଦି ବିଷୟରେ କର୍ତ୍ତୃପକ୍ଷଙ୍କ ପଚାରି ବୁଝିଥିଲେ। ବିଶେଷ ଭାବରେ କିଭଳି ଭାବରେ ସ୍କୁଲର କ୍ଳାସରୁମ ଗୁଡିକ ସ୍ମାର୍ଟ କ୍ଳାସ ରୁମ ହୋଇପାରିବ ସେନେଇ ସୁବିଧା ଅସୁବିଧା ପଚାରି ବୁଝିଛନ୍ତି। ରାଜ୍ୟରେ ସରକାର ଶିକ୍ଷା କ୍ଷେତ୍ରରେ ଉନ୍ନତି ପାଇଁ ବିଭିନ୍ନ ପ୍ରକାରର ଯୋଜନା କରିଛନ୍ତି । ସ୍କୁଲର ଭିତ୍ତିଭୂମି ତଦାରଖ କରିବା ସହ ଲାଇବ୍ରେରୀ ଓ ବୈଷୟକ ବିଜ୍ଞାନର ଉପରେ ଗୁରୁତ୍ବ ଦେଇଛନ୍ତି । କ୍ଲାସ ଗୁଡିକୁ ଡିଜିଟାଲ ମାଧ୍ୟମରେ ସ୍ମାର୍ଟ କ୍ଲାସ କରିବା ପାଇଁ ଅଧିକ ଗୁରୁତ୍ବ ଦେଇଛନ୍ତି ।

ଅନ୍ୟପଟେ ବିଦ୍ୟାଳୟ ପରିଦର୍ଶନ ସମୟରେ ଅନେକ ସ୍କୁଲର ଭିତ୍ତିଭୂମି ଓ ପିଲାଙ୍କ ରେଜଲ୍ଟ ଭଲ ରହିଥିବା ବେଳେ ପିଲାଙ୍କ ସୁବିଧା ପାଇଁ ଆଉ କିଛି ପଦକ୍ଷେପ ନେବା ଆବଶ୍ୟକତା ରହିଛି। ଆଜି ରବିବାର ରହିଥିବାରୁ କୋରୋନା କଟକଣାକୁ ଦୃଷ୍ଟିରେ ରଖି ପିଲାମାନେ କିଭଳି କ୍ଳାସ ରୁମରେ ବସୁଛନ୍ତି ଓ କେତେ ମାତ୍ରାରେ ଆସୁଛନ୍ତି ଏନେଇ ସମସ୍ତ ବ୍ୟବସ୍ଥାକୁ ପଚାରି ବୁଝିଥିଲେ 5ଟି ସଚିବ।

ଭୁବନେଶ୍ବରରୁ ବିକାଶ ଦାସ,ଇଟିଭି ଭାରତ

Last Updated : Jan 17, 2021, 3:49 PM IST

ABOUT THE AUTHOR

...view details