ଓଡିଶା

odisha

ETV Bharat / city

5T School Reformation: ହିଞ୍ଜିଳିର ସମସ୍ତ ୫୦ଟି ରୂପାନ୍ତରିତ ସରକାରୀ ସ୍କୁଲ ଲୋକାର୍ପିତ - ସ୍କୁଲ ଲୋକାର୍ପିତ

ହିଞ୍ଜିଳିର ସମସ୍ତ ୫୦ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରବିବାର ପଞ୍ଚମ ଓ ଶେଷ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ଆଉ ୧୦ଟି ସ୍କୁଲକୁ ଲୋକାର୍ପିତ କରିଛନ୍ତି । ଅଧିକ ପଢନ୍ତୁ...

5T School Reformation: ହିଞ୍ଜିଳିର ସମସ୍ତ ୫୦ଟି ରୂପାନ୍ତରିତ ସରକାରୀ ସ୍କୁଲ ଲୋକାର୍ପିତ
5T School Reformation: ହିଞ୍ଜିଳିର ସମସ୍ତ ୫୦ଟି ରୂପାନ୍ତରିତ ସରକାରୀ ସ୍କୁଲ ଲୋକାର୍ପିତ

By

Published : Aug 30, 2021, 10:17 PM IST

Updated : Aug 30, 2021, 10:55 PM IST

ଭୁବନେଶ୍ବର: 5T କାର୍ଯ୍ୟକ୍ରମର ହିଞ୍ଜିଳିର ସମସ୍ତ ୫୦ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରବିବାର ପଞ୍ଚମ ଓ ଶେଷ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ଆଉ ୧୦ଟି ସ୍କୁଲକୁ ଲୋକାର୍ପିତ କରିଛନ୍ତି । ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ସବୁ ଛାତ୍ରଛାତ୍ରୀଙ୍କୁ ଜୀବନରେ ସଫଳ ହେବା ପାଇଁ ଶୁଭେଚ୍ଛା ଓ ଆଶୀର୍ବାଦ ଦେଇଛନ୍ତି । ହିଞ୍ଜିଳି ଓ ଶେରଗଡରେ ୫ ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀଙ୍କ ସହିତ କଥା ହୋଇଛନ୍ତି । ସେମାନଙ୍କ ମନୋଭାବକୁ ଲକ୍ଷ୍ୟ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପିଲାମାନଙ୍କ ମଧ୍ୟରେ ଏ ରୂପାନ୍ତର କାର୍ଯ୍ୟକ୍ରମ ଦୃଢ ଆତ୍ମବିଶ୍ବାସ ସୃଷ୍ଟି କରିଛି । ଏହି ନୂଆ ପରିବେଶ ପିଲାମାନଙ୍କ ମନରେ ମଧ୍ୟ ଏକ ରୂପାନ୍ତର ଆଣିପାରିଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ଅତ୍ୟନ୍ତ ଆନନ୍ଦ ପ୍ରକାଶ କରିଛନ୍ତି ।

ପିଲାମାନଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ତୁମମାନଙ୍କ ଉପରେ ମୋର ପୁରା ଭରସା ଅଛି । ତୁମେମାନେ ଦିନେ ବଡ ହେବ ଓ ଭଲ କାମ କରି ଓଡିଆ ଜାତିର ଗୌରବ ବଢାଇବ । ଏ ବିଶ୍ବାସ ଆମ ସମସ୍ତଙ୍କ ଭିତରେ ରହିଛି । ମୁଖ୍ୟମନ୍ତ୍ରୀ କହିଛନ୍ତି, “ପିଲାମାନେ ତୁମେମାନେ ଆଗକୁ ବଢ, ମୋର ଶୁଭେଚ୍ଛା ଓ ଆଶୀର୍ବାଦ ସବୁବେଳେ ତୁମ ସାଥିରେ ରହିଛି ।”ଏ ରୂପାନ୍ତର କାର୍ଯ୍ୟକ୍ରମ ଶିକ୍ଷକଙ୍କ ଦାୟିତ୍ବ ବଢାଇଛି । ପିଲାମାନେ ଯେପରି ଏହ ରୂପାନ୍ତର ସୁଯୋଗର ସଠିକ ଉପଯୋଗ କରିପାରିବେ, ସେଥିପ୍ରତି ଧ୍ୟାନ ଦେବା ସହିତ ପିଲାଙ୍କୁ ଠିକ୍‌ ଭାବରେ ଗାଇଡ କରିବାକୁ ମୁଖ୍ୟମନ୍ତ୍ରୀ ଶିକ୍ଷକଙ୍କୁ ପରାମର୍ଶ ଦେଇଛନ୍ତି । ନିଜ ନିଜ ସ୍କୁଲର ଫଳାଫଳକୁ ଶତପ୍ରତିଶତ କରିବା ପାଇଁ ଶିକ୍ଷକଙ୍କ ମଧ୍ୟରେ ପ୍ରତିଯୋଗୀତା ହେଲେ, ସେ ଖୁସି ହେବେ ବୋଲି ପ୍ରକାଶ କରିଛନ୍ତି ।

ଏହି ପାଞ୍ଚ ଦିନ କାର୍ଯ୍ୟକ୍ରମରେ ପିଲାମାନେ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିବାରୁ ଖୁସି ବ୍ୟକ୍ତ କରିଛନ୍ତି । ଭବିଷ୍ୟତରେ ସେମାନେ ସମସ୍ତେ ଡାକ୍ତର, ଇଞ୍ଜିନିୟରିଂ, ଶିକ୍ଷକ, ଆଇ.ଏ.ଏସ୍‌. ଆଇ.ପି.ଏସ୍‌, ସାମ୍ବାଦିକ ତଥା ବିଚାରପତି ହେବେ ବୋଲି ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି । ପିଲାଙ୍କ ମନରେ ଆତ୍ମବିଶ୍ବାସର ଝଲକ ଭରି ରହିଥିଲା । ସ୍କୁଲର ରୂପାନ୍ତର ସେମାନଙ୍କ ମାନସିକ ସ୍ତରରେ ଏକ ବଡ ପରିବର୍ତ୍ତନ ଆଣିପାରିଛି । ଆମେ ସମସ୍ତେ ବର୍ତ୍ତମାନ ସରକାରୀ ସ୍କୁଲରେ ପଢୁଛୁ ବୋଲି ଗର୍ବ ଅନୁଭବ କରିପାରୁଛୁ ପିଲା କହିଛନ୍ତି । ମୁଖ୍ୟମନ୍ତ୍ରୀ ଆମ ମାନଙ୍କ ପାଇଁ ଯେଉଁ ସ୍ବପ୍ନ ଦେଖିଛନ୍ତି, ତାକୁ ପୂରଣ କରିବା ପାଇଁ ଆମେ ଆମର ଶ୍ରେଷ୍ଠ ଉଦ୍ୟମ କରିବୁ ବୋଲି ଛାତ୍ରଛାତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ପ୍ରତିଶୃତି ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା ୫ଟି ସଚିବ ଭି କେ ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଛନ୍ତି । ଆଜିର କାର୍ଯ୍ୟକ୍ରମରେ ଛାତ୍ରୀ କାବେରୀ, ସ୍ୱୟଂ ସମ୍ପୁର୍ଣ୍ଣା, ସୋନାଲି, କାଜଲ, ଶିଳ୍ପା, ଖୁସି, ମାମାଲି, ଶୁଭସ୍ମିତା ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ରୁପାନ୍ତର କାର୍ଯ୍ୟକ୍ରମ ପାଇଁ ସେମାନେ ଶିକ୍ଷା ଲାଭରେ ବହୁତ ଆଗକୁ ଯାଇପାରିଛନ୍ତି ବୋଲି ପ୍ରକାଶ କରିଛନ୍ତି ।
digital platformରେ ଶିକ୍ଷାଦାନ ଅଧିକ ଆକର୍ଷଣୀୟ ହୋଇପାରିଛି ବୋଲି ଶିକ୍ଷକମାନେ କହିଛନ୍ତି । କାର୍ଯ୍ୟକ୍ରମରେ ପୁର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ ପ୍ରମୁଖ ଯୋଗ ଦେଇଥିଲେ ।


ଲୋକାର୍ପିତ ହୋଇଥିବା ବିଦ୍ୟାଳୟ ଗୁଡିକ ହେଲା:-

ସତ୍ୟଭାମା ବିଦ୍ୟାପୀଠ, ବଡଖଣ୍ଡି ପଞ୍ଚାୟତ
ମହାତ୍ମାଗାନ୍ଧୀ ହାଇସ୍କୁଲ, ଶେରଗଡ ପଞ୍ଚାୟତ
ଖରିଡା ହାଇସ୍କୁଲ, ଖରିଡା ପଞ୍ଚାୟତ
ରାମଚନ୍ଦ୍ରପୁର ହାଇସ୍କୁଲ, ରାମଚନ୍ଦ୍ରପୁର, ଶେରଗଡ଼
ମକରଝୋଳ ହାଇସ୍କୁଲ, ମକରଝୋଳ ପଞ୍ଚାୟତ
ବରମୁଣ୍ଡୁଳି ହାଇସ୍କୁଲ, ବରମୁଣ୍ଡୁଳି ପଞ୍ଚାୟତ
କାଞ୍ଜିଆମା ହାଇସ୍କୁଲ, କାଞ୍ଜିଆମା ତନହର ପଞ୍ଚାୟତ
ବାଳିକା ହାଇସ୍କୁଲ, ପିତ୍ତଳ ପଞ୍ଚାୟତ
ବ୍ରାହ୍ମଣଛାଇ ହାଇସ୍କୁଲ, ବ୍ରାହ୍ମଣଛାଇ ପଞ୍ଚାୟତ
ଓଡିଶା ଆଦର୍ଶ ବିଦ୍ୟାଳୟ, ପକିଡି, ଶେରଗଡ ପଞ୍ଚାୟତ

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Aug 30, 2021, 10:55 PM IST

ABOUT THE AUTHOR

...view details