ଓଡିଶା

odisha

ETV Bharat / city

ଉଚ୍ଚଶିକ୍ଷା ବିଭାଗରେ '5ଟି' ଲାଗୁ କରିବାକୁ ଚିଠି

'5ଟି' ଲାଗୁ କରିବାକୁ ଉଚ୍ଚଶିକ୍ଷା ବିଭାଗକୁ ଚିଠି । ଚିଠିରେ ସବିଶେଷ ତଥ୍ୟ ବି ରଖାଯାଇଛି। ଲାଗୁ ହେଲେ ବ୍ୟବସ୍ଥାରେ ସୁଧାର ଆସିବ ତାଉପରେ ଗୁରୁତ୍ବ ଦିଆଯାଇଛି। ଅଧିକ ପଢନ୍ତୁ...

ଉଚ୍ଚଶିକ୍ଷା ବିଭାଗରେ 5ଟି ଲାଗୁ କରିବାକୁ ଚିଠି
ଉଚ୍ଚଶିକ୍ଷା ବିଭାଗରେ 5ଟି ଲାଗୁ କରିବାକୁ ଚିଠି

By

Published : Dec 12, 2019, 12:35 PM IST

ଭୁବନେଶ୍ବର: ଉଚ୍ଚଶିକ୍ଷା ବିଭାଗରେ '5ଟି' ଲାଗୁ କରିବାକୁ ଚିଠି । ଯୋଜନା ଓ ସଂଯୋଜନା ବିଭାଗକୁ ଏ ସଂକ୍ରାନ୍ତରେ ଚିଠି ଲେଖାଯାଇଛି । ଚିଠିରେ ସବିଶେଷ ତଥ୍ୟ ବି ରଖାଯାଇଛି । ଲାଗୁ ହେଲେ ବ୍ୟବସ୍ଥାରେ ସୁଧାର ଆସିବ ତାଉପରେ ଗୁରୁତ୍ବ ଦିଆଯାଇଛି ।

ଉଚ୍ଚଶିକ୍ଷା ବିଭାଗରେ 5ଟି ଲାଗୁ କରିବାକୁ ଚିଠି

'5ଟି' ଲାଗୁ ହେବା ଦ୍ବାରା ଅଧ୍ୟାପକଙ୍କ ଉପସ୍ଥାନ ସାତ ଘଣ୍ଟା ବାଧ୍ୟତାମୂଳକ ରହିବ । ଛାତ୍ରଛାତ୍ରୀ ବୃତ୍ତି ଲାଗି ସ୍କଲାରସିପ୍ ପରିଷଦ ଗଠନ ହେବ । ଲ୍ୟାପଟପ ବଣ୍ଟନ ଲାଗି ରାଜ୍ୟସ୍ତରୀୟ ବଦଳରେ ଜିଲ୍ଲା ଓ ବ୍ଲକସ୍ତରୀୟ ମେଧାବୀ ତାଲିକା ବଛା ଯାଇ ଲ୍ୟାପଟପ ବଣ୍ଟାଯିବ ।

ଉଚ୍ଚଶିକ୍ଷା ବିଭାଗରେ 5ଟି ଲାଗୁ କରିବାକୁ ଚିଠି

ତେବେ Sams ୱେବସାଇଟ ମାଧ୍ୟମରେ ଛାତ୍ରଛାତ୍ରୀ ଫିଡ଼ ବ୍ୟାକ ପଠାଇପାରିବେ | କଲେଜ ଓ ବିଶ୍ବବିଦ୍ୟାଳୟ କ୍ଷେତ୍ରରେ ଅଧ୍ୟାପକଙ୍କୁ ରାଜ୍ୟ ତଥା ଦେଶ ବାହାରକୁ ପଠାଯିବ । ସମସ୍ତ ବିଶ୍ବବିଦ୍ୟାଳୟ ସ୍ତରରେ କ୍ୟାରିଅର କାଉନ୍ସେଲିଂ ସେଲକୁ ସୁଦୃଢ କରାଯିବ । ଓଡ଼ିଆ ଛାତ୍ରଛତ୍ରୀଙ୍କୁ ସର୍ବ ଭାରତୀୟ ସେବା ପରୀକ୍ଷା ବାହାର ରାଜ୍ୟରେ ଦେବା ପାଇଁ ବ୍ୟବସ୍ଥା କରାଯିବ । ମୋ ସ୍କୁଲ ଭଳି ମୋ କଲେଜ ମଧ୍ୟ ପ୍ରତିଷ୍ଠା କରାଯିବ, ଯେଉଁଥିରେ ପୁରୁଣା ଛାତ୍ରଛାତ୍ରୀ କଲେଜ ଲାଗି ଅର୍ଥ ପ୍ରଦାନ କରିପାରିବେ।

ଉଚ୍ଚଶିକ୍ଷା ବିଭାଗରେ 5ଟି ଲାଗୁ କରିବାକୁ ଚିଠି


ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details