ଭୁବନେଶ୍ବର: ରାଜଧାନୀରେ କୋରୋନା ହେଲାଣି ଅସମ୍ଭାଳ। ଦିନକୁ ଦିନ ଭୁବନେଶ୍ବରରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟୁଛି। ହୋମ କ୍ଵାରେଣ୍ଟାଇନ ଅପେକ୍ଷା ସ୍ଥାନୀୟ ସଂକ୍ରମଣ ଅଧିକ ଚିହ୍ନଟ ହୋଇଛି । ଯାହା ଫଳରେ ଭୁବନେଶ୍ୱରରେ ଗୁରୁବାର 570 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେପଟେ ହୋମ କ୍ଵାରେଣ୍ଟାଇନରେ 221 ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣ ହୋଇଛନ୍ତି 359 ଓ ସୁସ୍ଥ ହୋଇଛନ୍ତି 316 ଜଣ ।
ହୋମ କ୍ଵାରେଣ୍ଟାଇନରୁ 11 ଜଣ ଆଇଆରସି ଭିଲେଜ ଅଂଚଳର, 5 ଜଣ ପଥର ବନ୍ଧ, 6 ଜଣ ଭି ଏସ ଏସ ନଗର, 3 ଜଣ ୟୁନିଟ 6, 5 ଜଣ ଚକେଇସିଆଣି, 3 ଜଣ ପ୍ରାଚୀ ବିହାର, 4 ଜଣ ନୀଳାଦ୍ରି ବିହାର, 4 ଜଣ ଚନ୍ଦ୍ରଶେଖରପୁର, 4 ଜଣ ନୟାପାଲି, 4 ଜଣ ହସ୍ପିଟାଲ କର୍ମଚାରୀ, 5 ଜଣ ଫରେଷ୍ଟ ପାର୍କ, 5 ଜଣ ପୋଲିସ କର୍ମଚାରୀ ଚିହ୍ନଟ ହୋଇଛନ୍ତି ।