ଓଡିଶା

odisha

ETV Bharat / city

ରାଜ୍ୟରେ ପୁଣି ରେକର୍ଡ ସଂଖ୍ୟକ 561 କୋରୋନା ପଜିଟିଭ ଚିହ୍ନଟ, 2 ମୃତ

ଗତ 24 ଘଣ୍ଟାରେ ରାଜ୍ୟରେ ରେକର୍ଡ ସଂଖ୍ୟକ 561 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରେ ସର୍ବାଧିକ 283 ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ମିଳିଛି ସୂଚନା । ଆଉ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା 29ରେ ପହଞ୍ଚିଛି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 8106ରେ ପହଞ୍ଚିଥିବା ସୂଚନା ରହିଛି ।

By

Published : Jul 3, 2020, 11:32 AM IST

ରାଜ୍ୟରେ ପୁଣି ରେକର୍ଡ ସଂଖ୍ୟକ 561 କୋରୋନା ପଜିଟିଭ ଚିହ୍ନଟ , 2 ମୃତ
ରାଜ୍ୟରେ ପୁଣି ରେକର୍ଡ ସଂଖ୍ୟକ 561 କୋରୋନା ପଜିଟିଭ ଚିହ୍ନଟ , 2 ମୃତ

ଭୁବନେଶ୍ବର: ଗତ 24 ଘଣ୍ଟାରେ ରାଜ୍ୟରେ ରେକର୍ଡ ସଂଖ୍ୟକ 561 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରେ ସର୍ବାଧିକ 283 ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ମିଳିଛି ସୂଚନା । ଆଉ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା 29ରେ ପହଞ୍ଚିଛି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 8,106 ଥିବା ସୂଚନା ରହିଛି ।

ରାଜ୍ୟରେ ପୁଣି ରେକର୍ଡ ସଂଖ୍ୟକ 561 କୋରୋନା ପଜିଟିଭ ଚିହ୍ନଟ , 2 ମୃତ

ଚିହ୍ନଟ ହୋଇଥିବା 561 ଜଣଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ 425 ଚିହ୍ନଟ ହୋଇଥିବା ବେଳେ 136 ସ୍ଥାନୀୟ ସଂକ୍ରମଣ ଭାବରେ ଚିହ୍ନଟ ହୋଇଛନ୍ତି । ବରଗଡ ରେ 21 ଜଣ ଚିହ୍ନଟ ହୋଇଥିବା ବେଳେ ଭଦ୍ରକ ରେ 1, ବଲାଙ୍ଗୀର ରେ 19, କଟକ ରେ 81, ଢେଙ୍କାନାଳରେ 3, ଗଞ୍ଜାମ ରେ 283, ଜଗତସିଂହପୁରରେ 6, ଯାଜପୁର ରେ 3, ଝାରସୁଗୁଡା ରେ 2, କଳାହାଣ୍ଡିରେ 5, କେନ୍ଦ୍ରାପଡାରେ 2, କେନ୍ଦୁଝରରେ 6, ଖୋର୍ଦ୍ଧାରେ 26, କୋରାପୁଟରେ 4, ମୟୁରଭଞ୍ଜରେ 10, ପୁରୀ ରେ 1, ରାୟଗଡାରେ 76, ସମ୍ବଲପୁରରେ 8, ସୁନ୍ଦରଗଡରେ 3 ଓ ଏନଡ଼ିଆରଏଫ କର୍ମଚାରୀଙ୍କର ମଧ୍ୟରୁ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି ।

କୋରୋନାରେ ପ୍ରାଣ ହରାଇଥିବା ଦୁଇ ମୃତକ ଗଞ୍ଜାମ ଜିଲ୍ଲାର ହୋଇଥିବା ଜଣାପଡିଛି । ଉଭୟ ପୁରୁଷ ଥିବାବେଳେ ତାଙ୍କ ବୟସ 66 ଓ 40 ବର୍ଷ । ଉଭୟ ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗରେ ପୀଡିତ ଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ତେବେ ରାଜ୍ୟରେ ମୋଟ ପଜିଟିଭ ସଂଖ୍ୟା 8106 ହୋଇଥିବା ବେକେ 5502 ସୁସ୍ଥ ହୋଇ ହୋଇ ଘରକୁ ଫେରିଛନ୍ତି . ସେହିଭଳି ରାଜ୍ୟରେ ଏବେ ମୋଟ 2567ଟି ସକ୍ରିୟ ମାମଲା ରହିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details