ଓଡିଶା

odisha

ETV Bharat / city

3 ବର୍ଷରେ 5 ହଜାରରୁ ଉର୍ଦ୍ଧ୍ବ ମହିଳାଙ୍କୁ ମିଳିଛି ନ୍ୟାୟ, ବିଧାନସଭାରେ ଉତ୍ତର ରଖିଲେ ମନ୍ତ୍ରୀ

ରାଜ୍ୟ ମହିଳା ଓ ଶିଶୁଙ୍କ ବିକାଶକୁ ନେଇ ବିଧାନସଭାରେ ପ୍ରଶ୍ନ କଲେ ବିରୋଧୀ । ଉତ୍ତର ରଖିଲେ ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁ । ଅଧିକ ପଢନ୍ତୁ....

ବିଧାନସଭାରେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀଙ୍କ ଉତ୍ତର: 3 ବର୍ଷ ମଧ୍ୟରେ 5557 ଜଣ ମହିଳାଙ୍କୁ ମିଳିଛି ନ୍ୟାୟ
ବିଧାନସଭାରେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀଙ୍କ ଉତ୍ତର: 3 ବର୍ଷ ମଧ୍ୟରେ 5557 ଜଣ ମହିଳାଙ୍କୁ ମିଳିଛି ନ୍ୟାୟ

By

Published : Feb 20, 2021, 8:16 PM IST

ଭୁବନେଶ୍ୱର: ରାଜ୍ୟରେ ମହିଳା ଓ ଶିଶୁମାନଙ୍କ ବିକାଶ ପାଇଁ କି କି ପଦକ୍ଷେପ ନିଆଯାଇଛି ବୋଲି ପ୍ରଶ୍ନର ଉତ୍ତର ରଖିଲେ ବିଭାଗୀୟ ମନ୍ତ୍ରୀ । ଆଜି(ଶନିବାର) ବିଧାନସଭାରେ ବିଧାୟକ ପ୍ରଶାନ୍ତ ବେହେରା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କୁ ମହିଳା ଓ ଶିଶୁଙ୍କ ବିକାଶ ନେଇ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଉପରେ ପ୍ରଶ୍ନ କରିଛନ୍ତି ।

ଉତ୍ତରରେ ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ଯେ, 2020 ସୁଦ୍ଧା 11130 ଟି ମାମଲା ରାଜ୍ୟ ମହିଳା କମିଶନରେ ବିଚାରଧୀନ ରହିଛି । ୧୯୯୩ ରୁ ୨୦୨୦ ପର୍ଯନ୍ତ ୭୪୧୭୬ଟି କେଶ ପଞ୍ଜିକୃତ ହୋଇଛି । ସେଥି ମଧ୍ୟରୁ ୬୩୦୪୬ଟି କେଶ ସମାଧାନ ହୋଇଛି । ସେହିପରି ଗତ 3 ବର୍ଷ ମଧ୍ୟରେ ମହିଳା କମିଶନରେ ହସ୍ତଗତ ହୋଇଥିବା 7354 କେଶ୍ ମଧ୍ୟରୁ 5557 ଜଣ ମହିଳାଙ୍କୁ ନ୍ୟାୟ ମିଳିଛି ।

ଅଧାର ପାଠପଢା ଛାଡୁଥିବା ଶିଶୁମାନଙ୍କ ଶିକ୍ଷା ଉପରେ କମିଶନ ପ୍ରାଥମିକତା ଦଇ ବିଭିନ୍ନ ସ୍ୱେଚ୍ଛାସେବୀ ସଂସ୍ଥାର ସହଭାଗୀତାରେ ରାଜ୍ୟ ବିଭିନ୍ନ ଜିଲ୍ଲାରେ ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ବାଳ ଶ୍ରମିକ ରୋକିବା ପାଇଁ ଅଦ୍ୟାବଧୀ 15ଟି ଜିଲ୍ଲାରେ ରାଜ୍ୟ ଶ୍ରମ ବିଭାଗ ସହାୟତାରେ ସଚେତନତା କାର୍ଯ୍ୟକ୍ରମ ମାନ ଗ୍ରହଣ କରାଯାଇଛି । ଜାତୀୟ ଶିଶୁ ସୁରକ୍ଷା କମିଶନର ପ୍ରସ୍ତାବ ଅନୁସାରେ 2019-2020 ବର୍ଷରେ 5ଟି ଜିଲ୍ଲାରେ ଓ ଏକ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଓ ସଚେତନତା କାର୍ଯ୍ୟକ୍ରମ 'ପରୀକ୍ଷା ପର୍ବ'ର ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମ ଦ୍ୱାରା ଛାତ୍ରଛାତ୍ରୀଙ୍କ ମନରେ ପରୀକ୍ଷା ପ୍ରତି ଉପୁଜୁଥିବା ଭୟ ଦୂର ହେବ ବୋଲି କହିଛନ୍ତି ମନ୍ତ୍ରୀ ଟୁକୁନି ସାହୁ ।

ଭୁବନେଶ୍ୱରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details