ଓଡିଶା

odisha

ଗୁରୁ ନାନକ ଜୟନ୍ତୀ ପାଇଁ ଚଳଚଞ୍ଚଳ ରାଜଧାନୀ

By

Published : Nov 12, 2019, 3:10 PM IST

ଗୁରୁ ନାନକଙ୍କ 550ତମ ଜୟନ୍ତୀ ପାଇଁ ଚଳଚଞ୍ଚଳ ହୋଇଉଠିଛି ରାଜଧାନୀ । ଭୁବନେଶ୍ବର ସ୍ଥିତ ଗୁରୁଦ୍ବାରରେ ଆଜି ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା ।

ଗୁରୁ ନାନକଙ୍କ ଜୟନ୍ତୀ ପାଇଁ ଚଳଚଞ୍ଚଳ ରାଜଧାନୀ

ଭୁବନେଶ୍ବର: ଆଜି ହେଉଛି ଶିଖ୍ ଧର୍ମଗୁରୁ ନାନକଙ୍କ 550ତମ ଜୟନ୍ତୀ । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ରାମମନ୍ଦିର ନିକଟସ୍ଥ ଗୁରୁଦ୍ବାରା । ଗୁରୁ ନାନକଙ୍କ ଜୟନ୍ତୀ ପାଇଁ ଗୁରୁଦ୍ବାରାରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା ।

ଗୁରୁ ନାନକଙ୍କ ଜୟନ୍ତୀ ପାଇଁ ଚଳଚଞ୍ଚଳ ରାଜଧାନୀ

ଶିଖ୍ ଧର୍ମାବଲମ୍ବୀ ମାନେ ଗୁରୁଦ୍ବାରରେ ଏକତ୍ରିତ ହୋଇ ପୂଜାର୍ଚ୍ଚନା କରିଥିଲେ । ଆଜି ଭଳି ପବିତ୍ର ଦିନରେ ଗୁରୁଦ୍ବାରାରେ ସମସ୍ତଙ୍କ ପାଇଁ ଖାଦ୍ୟ ଗ୍ରହଣର ବ୍ୟବସ୍ଥା କରାଯାଇଛି । କେବଳ ଶିଖ୍ ଧର୍ମାବଲମ୍ବୀ ନୁହେଁ ସମସ୍ତେ ଗୁରୁ ନାନକଙ୍କ ପୂଜା କରିବା ସହ ଲଙ୍ଗର ଖାଇବାର ବ୍ୟବସ୍ଥା କରାଯାଇଛି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details