ଭୁବନେଶ୍ବର: ରାଜଧାନୀରେ କରୋନା ଚିନ୍ହଟ ଅସମ୍ଭାଳ। ଦିନକୁ ଦିନ ଭୁବନେଶ୍ବରରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟୁଛି। ହୋମ କ୍ଵରେଣ୍ଟାଇନ ଅପେକ୍ଷା ସ୍ଥାନୀୟ ସଂକ୍ରମଣ ଅଧିକ ଚିନ୍ହଟ ହୋଇଛି। ଶୁକ୍ରବାର ଭୁବନେଶ୍ୱରରେ 550 ଜଣ ଆକ୍ରାନ୍ତ ଚିନ୍ହଟ ହୋଇଛନ୍ତି।ଏପଟେ ସର୍ବାଧିକ ଗଣମାଧ୍ୟମ ସଂସ୍ଥାର କର୍ମଚାରୀ ଚିନ୍ହଟ ହୋଇଛନ୍ତି।
ରାଜଧାନୀରେ ଶୁକ୍ରବାର 550 ଆକ୍ରାନ୍ତ ଚିନ୍ହଟ ହୋଇଥିବା ବେଳେ ହୋମ କ୍ଵରେଣ୍ଟାଇନ ରେ 243 ସ୍ଥାନୀୟ ସଂକ୍ରମଣ ରେ 307 ଓ ସୁସ୍ଥ ହୋଇଛନ୍ତି 272 ଜଣ। ହୋମ କ୍ଵରେଣ୍ଟାଇନ ରୁ 31 ଜଣ ଏକ ଗଣମାଧ୍ୟମ ସଂସ୍ଥାର କର୍ମଚାରୀ ଚିନ୍ହଟ ହୋଇଥିବା ବେଳେ 18 ଜଣ ବ୍ୟାଙ୍କ କର୍ମଚାରୀ, 7 ଜଣ ୟୁନିଟ 9, 7 ଜଣ ଭିଏସଏସ ନଗର, 6 ଜଣ ଓଲଡ଼ ଟାଉନ, 8 ଜଣ ପୋଲିସ କର୍ମଚାରୀ, 6 ଜଣ ରସୁଲଗଡ, 4 ଜଣ ବରଗଡ ବ୍ରିଟ କଲୋନୀ, 4 ଜଣ ମଞ୍ଚେଶ୍ୱର ଆଦି ଅଂଚଳରୁ ଆକ୍ରାନ୍ତ ଚିନ୍ହଟ ହୋଇଛନ୍ତି।
ରାଜଧାନୀରେ ଅସମ୍ଭାଳ କୋରୋନା, ସର୍ବାଧିକ 31 ଜଣ ଗଣମାଧ୍ୟମ ସଂସ୍ଥା କର୍ମଚାରୀ - ରାଜଧାନୀ
ଶୁକ୍ରବାର ଭୁବନେଶ୍ୱର ରେ 550 ଜଣ ଆକ୍ରାନ୍ତ ଚିନ୍ହଟ ହୋଇଛନ୍ତି। ଏପଟେ ସର୍ବାଧିକ ଗଣମାଧ୍ୟମ ସଂସ୍ଥାର କର୍ମଚାରୀ ଚିନ୍ହଟ ହୋଇଛନ୍ତି। ଅଧିକ ପଢନ୍ତୁ..
ତେବେ ରାଜଧାନୀର ସ୍ଥାନୀୟ ସଂକ୍ରମଣ 307 ଜଣ ଚିନ୍ହଟ ହୋଇଥିବା ବେଳେ 7 ଜଣ ଶାସ୍ତ୍ରୀ ନଗର , 4 ଜଣ ୟୁନିଟ 3 ଅଞ୍ଚଳର, 4 ଜଣ ସୁନ୍ଦରପଦା, 4 ଜଣ ଲକ୍ଷ୍ମୀସାଗର, 4 ଜଣ କୋଲଥିଆ, 4 ଜଣ ଡୁମ ଡୁମା, 5 ଜଣ ଟଙ୍କପାଣି ରୋଡ଼, 6 ଜଣ ଶୈଳେଶ୍ରୀ ବିହାର, 5 ଜଣ ସହିଦ ନଗର, 8 ଜଣ ଝରପଡ଼ା, 4 ଜଣ ଚକେଇସିଆଣି, 6 ଜଣ ବିଡିଏ କଲୋନୀ, 7 ଜଣ ପଟିଆ, 8 ଜଣ ପାତ୍ରପଡା, 9 ଜଣ ନୟାପଲି, 10 ଜଣ ବ୍ରିଟି କଲୋନୀ, 11 ଜଣ ନୟାପାଲି,
ସେହିପରି 6 ଜଣ ଭରତପୁର ଅଂଚଳରେ ଆକ୍ରାନ୍ତ ଚିନ୍ହଟ ହୋଇଛନ୍ତି। ତେବେ ଭୁବନେଶ୍ୱର ରେ ସୁସ୍ଥ ହୋଇଛନ୍ତି ଆଜି 272 ଜଣ ଆକ୍ରାନ୍ତ। ତେବେ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତ 12403 ଜଣ। ସୁସ୍ଥ ହେଲେଣି 7523 ଜଣ ସକ୍ରିୟ ଅଛନ୍ତି 4822 ଜଣ 46 ଜଣ ମୃତ୍ୟୁ ବରଣ କରିଛନ୍ତି।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ