ଓଡିଶା

odisha

ETV Bharat / city

ନିଯୁକ୍ତି ପାଇଲେ 55 ଡାକ୍ତର, ସୁଧୁରିବ ସ୍ବାସ୍ଥ୍ୟ ସେବା - 59 ପାରାମେଡିକ୍ସ ଙ୍କୁ ନିଯୁକ୍ତି

ସୁଲଭ ଗୁଣବତ୍ତା ସ୍ବାସ୍ଥ୍ୟ ସେବା ଯୋଗାଇବା ପାଇଁ ରାଜ୍ୟ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ଏହି କ୍ରମରେ ଆଜି ନିଯୁକ୍ତି ପାଇଛନ୍ତି 55 ଡାକ୍ତର, 59 ପାରାମେଡିକ୍ସ । ନୂତନ ନିଯୁକ୍ତିରେ ରାଜ୍ୟ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ସୁଧାର ଆସିବାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଅଧିକ ପଢନ୍ତୁ

ନିଯୁକ୍ତି ପାଇଲେ 55 ଡାକ୍ତର, 59 ପାରାମେଡିକ୍ସ, ସୁଧାର ହେବ ସ୍ବାସ୍ଥ୍ୟ ସେବା
ନିଯୁକ୍ତି ପାଇଲେ 55 ଡାକ୍ତର, 59 ପାରାମେଡିକ୍ସ, ସୁଧାର ହେବ ସ୍ବାସ୍ଥ୍ୟ ସେବା

By

Published : May 9, 2022, 10:37 PM IST

ଭୁବନେଶ୍ବର: ସୁଲଭ ଗୁଣବତ୍ତା ସ୍ବାସ୍ଥ୍ୟ ସେବା ଯୋଗାଇବା ପାଇଁ ରାଜ୍ୟ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ଏହି କ୍ରମରେ ଆଜି ନିଯୁକ୍ତି ପାଇଛନ୍ତି 55 ଡାକ୍ତର, 59 ପାରାମେଡିକ୍ସ । ନୂତନ ନିଯୁକ୍ତିରେ ରାଜ୍ୟ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ସୁଧାର ଆସିବାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ନିଯୁକ୍ତି ପାଇଲେ 55 ଡାକ୍ତର, 59 ପାରାମେଡିକ୍ସ, ସୁଧାର ହେବ ସ୍ବାସ୍ଥ୍ୟ ସେବା

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସ୍ବାସ୍ଥ୍ୟସେବା ରାଜ୍ୟ ସରକାରଙ୍କର ଏକ ପ୍ରମୁଖ ପ୍ରାଥମିକତା । ଲୋକମାନଙ୍କୁ ନିରନ୍ତର ଗୁଣାତ୍ମକ ସ୍ବାସ୍ଥ୍ୟ ସେବା ଯୋଗାଇବା ପାଇଁ ରାଜ୍ୟ ସରକାର ନିରନ୍ତର ଉଦ୍ୟମ କରୁଛନ୍ତି । ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ନୂତନ ଭାବେ ନିଯୁକ୍ତ ଡାକ୍ତର ଏବଂ ପାରାମେଡିକ୍ସ ପାଇଁ କର୍ମଚାରୀଙ୍କ ରାଜ୍ୟ ବୀମା (ESI) ହସ୍ପିଟାଲ ଏବଂ ଡିସପେନସାରି ପାଇଁ ଓରିଏଣ୍ଟେସନ ପ୍ରୋଗ୍ରାମର ଉଦଘାଟନ କରିବା ସମୟରେ ସେ ଏହା କହିଛନ୍ତି।

ଆଜି ରାଜ୍ୟର 55 ଟି ନୂତନ ଡାକ୍ତର ଏବଂ 59 ଜଣ ପାରାମେଡିକ ଯୋଗ ଦେଇଛନ୍ତି । ଭିସି ଜରିଆରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମର ସ୍ବାସ୍ଥ୍ୟସେବା ବିତରଣ ବ୍ୟବସ୍ଥାକୁ ବିଶେଷ ଭାବରେ ସମସ୍ତ 8 ଲକ୍ଷ ବୀମାଭୁକ୍ତ ବ୍ୟକ୍ତିଙ୍କ ପାଇଁ ମଜବୁତ କରିବାରେ ଏହା ଏକ ବଡ ପଦକ୍ଷେପ । ଆଦିବାସୀ ବହୁଳ ଜିଲ୍ଲାମାନଙ୍କରେ ସ୍ବାସ୍ଥ୍ୟସେବା ପାଇଁ ମାନବ ସମ୍ବଳକୁ ଆକୃଷ୍ଟ ତଥା ବଜାୟ ରଖିବା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ପ୍ରତିଶ୍ରୁତିବଦ୍ଧ ଅଟନ୍ତି । ରାଜ୍ୟର ବିଭିନ୍ନ ଅଞ୍ଚଳରେ କାର୍ଯ୍ୟ କରୁଥିବା ବୀମାଭୁକ୍ତ ବ୍ୟକ୍ତିଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ESI ହସ୍ପିଟାଲ ଏବଂ ଡିସପେନସାରି ଏକ ପ୍ରମୁଖ ଜନସ୍ବାସ୍ଥ୍ୟ ପ୍ରଦାନକାରୀ ଭାବରେ କାର୍ଯ୍ୟ କରିବ ବୋଲି ସେ ଆଶା ରଖିଛନ୍ତି । ରାଜ୍ୟର 92 ପ୍ରତିଶତରୁ ଅଧିକ ରୋଗୀ ଜନସ୍ବାସ୍ଥ୍ୟ ସେବାରେ ସ୍ବାସ୍ଥ୍ୟ ସେବାରେ ସନ୍ତୁଷ୍ଟ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସମସ୍ତ ନୂତନ ଡାକ୍ତରମାନେ ଲୋକଙ୍କ ଆଶା ପୂରଣ କରିବେ । ସମସ୍ତ ଲୋକଙ୍କୁ ଗୁଣାତ୍ମକ ସ୍ବାସ୍ଥ୍ୟସେବା ଯୋଗାଇବାରେ ଓଡିଶାର ଏକ ଅଗ୍ରଣୀ ରାଜ୍ୟ ହେବା ଦିଗରେ ନିଜକୁ ଉତ୍ସର୍ଗ କରିବେ । ଏହି କାର୍ଯ୍ୟକ୍ରମରେ ଶ୍ରମ ଏବଂ ଇଏସଆଇ ମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି ଯେ, ରାଜ୍ୟରେ ସ୍ବାସ୍ଥ୍ୟ ଭିତ୍ତିଭୂମୀରେ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ୟମ କରୁଛନ୍ତି ।

ରାଜ୍ୟରେ ଆହୁରି 4 ଟି ESI ଡାକ୍ତରଖାନା ଏବଂ 12 ଟି ଡିସପେନସାରି ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ଶିଳ୍ପାୟନ ବୃଦ୍ଧି ସହିତ ନୂତନ କର୍ମଜୀବୀ ସୃଷ୍ଟି ହେଉଛି । ସେମାନେ ESI ସ୍ବାସ୍ଥ୍ୟ ବୀମା ବ୍ୟବସ୍ଥା ଦ୍ବାରା ଉପକୃତ ହେବେ । ସାରା ରାଜ୍ୟରେ ଗୁଣାତ୍ମକ ସ୍ବାସ୍ଥ୍ୟସେବା ପାଇଁ ସରକାରଙ୍କ ପଦକ୍ଷେପ ଉପରେ ସେ ଆଲୋକପାତ କରିଛନ୍ତି । ବିଭାଗୀୟ ପ୍ରମୁଖ ଶାସନ ସଚିବ ସ୍ମୃତି ଚିତ୍ରା ଅରୁମୁଗାମ ସ୍ବାଗତ ଭାଷଣ ଦେଇଥିବାବେଳେ ନିର୍ଦ୍ଦେଶକ ESI ଧନ୍ୟବାଦ ଅର୍ପଣ କରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details