ଓଡିଶା

odisha

By

Published : Nov 5, 2021, 10:07 PM IST

ETV Bharat / city

ରାଜ୍ୟରେ ସୁସ୍ଥ ହେଲେ 536 କୋଭିଡ ଆକ୍ରାନ୍ତ

ଆସିଲା ଦୈନିକ ସୁସ୍ଥ ରିପୋର୍ଟ । ଶୁକ୍ରବାର ରାଜ୍ୟରୁ ସୁସ୍ଥ ହେଲେ ଆଉ 536 କୋଭିଡ ସଂକ୍ରମିତ । ନୂଆ ସୁସ୍ଥଙ୍କୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା 10 ଲକ୍ଷ 31 ହଜାର 889କୁ ବୃଦ୍ଧି ହୋଇଛି । ଅଧିକ ପଢନ୍ତୁ...

ରାଜ୍ୟରେ ସୁସ୍ଥ ହେଲେ 536 କୋଭିଡ ଆକ୍ରାନ୍ତ
ରାଜ୍ୟରେ ସୁସ୍ଥ ହେଲେ 536 କୋଭିଡ ଆକ୍ରାନ୍ତ

ଭୁବନେଶ୍ବର : ଆସିଲା ଦୈନିକ ସୁସ୍ଥ ରିପୋର୍ଟ । ଶୁକ୍ରବାର ରାଜ୍ୟରୁ ସୁସ୍ଥ ହେଲେ ଆଉ 536 କୋଭିଡ ସଂକ୍ରମିତ । ନୂଆ ସୁସ୍ଥଙ୍କୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା 10 ଲକ୍ଷ 31 ହଜାର 889କୁ ବୃଦ୍ଧି ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସୁସ୍ଥ ହୋଇଛନ୍ତି ସର୍ବାଧିକ ୨୯୦ ଆକ୍ରାନ୍ତ । ଖୋର୍ଦ୍ଧା ପରେ କଟକରୁ 37 ଆକ୍ରାନ୍ତ କୋରୋନା ମୁକ୍ତ ହୋଇଛନ୍ତି ।

ସେହିପରି କେନ୍ଦ୍ରାପଡାରୁ ୨୦, ରାୟଗଡାରୁ ୧୫, ଯାଜପୁରରୁ ୧୩,ମୟୁରଭଞ୍ଜରୁ ୧୩, ପୁରୀରୁ ୧୧, ସମ୍ବଲପୁରରୁ ୧୦, ଜଗତସିଂହପୁରରୁ ୯, ବାଲେଶ୍ବରରୁ ୮ ଓ ଭଦ୍ରକରୁ ୭ ଜଣ କୋରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ସୁନ୍ଦରଗଡରୁ ୭, ଦେବଗଡରୁ ୬, ଗଜପତି, କଳାହାଣ୍ତିରୁ ୪ , ଗଞ୍ଜାମ, ଝାରସୁଗୁଡା, ନୟାଗଡରୁ ୩ ଜଣ ସୁସ୍ଥ ହୋଇଛନ୍ତି । ବରଗଡ , ବଲାଙ୍ଗୀରରୁ ୨ ଜଣ ଓ ଅନୁଗୋଳ, କୋରାପୁଟ , ସୋନପୁରରୁ ଜଣ ଲେଖାଏଁ କୋରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି । ଷ୍ଟେଟ ପୁଲ ସୁସ୍ଥ ସଂଖ୍ୟା ୬୬ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details