ଭୁବନେଶ୍ବର:ହ୍ରାସ ପରେ ପୁଣି ବୃଦ୍ଧି ପାଇଲା କୋରୋନା ସଂକ୍ରମଣ । ଗତକାଲି ଦୈନିକ ସଂକ୍ରମଣ ୫ଶହ ତଳକୁ ଖସିଥିବା ବେଳେ ଆଜି ୫ଶହ ଅତିକ୍ରମ କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୫୨୮ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ୭୩ ଜଣ ୧୮ ବର୍ଷରୁ କମ୍ ଶିଶୁ ଓ କିଶୋର-କିଶୋରୀ କୋରୋନାରେ ସଂକ୍ରମିତ ହୋଇଥିବା ବେଳେ କ୍ବାରେଣ୍ଟାଇନ ସେଣ୍ଟରରୁ ୩୧୦ ଓ ୨୧୮ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।
STATE CORONA: ଦିନକରେ ୫୨୮ ପଜିଟିଭ ଚିହ୍ନଟ, ୭୩ ଶିଶୁ ଆକ୍ରାନ୍ତ - କୋରୋନା ସଂକ୍ରମିତ
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୫୨୮ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୭୩ ଜଣ ୧୮ ବର୍ଷରୁ କମ୍ ଶିଶୁ ଓ କିଶୋର-କିଶୋରୀ କୋରୋନାରେ ସଂକ୍ରମିତ । ଅଧିକ ପଢନ୍ତୁ...
ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୨୪୩ ଜଣ ଥିବାବେଳେ ଅନୁଗୋଳରୁ ୧, ବାଲେଶ୍ବରରୁ ୯, ବରଗଡରୁ ୨, ଭଦ୍ରକରୁ୬, କଟକରୁ ୬୯, ଦେଓଗଡରୁ ୩, ଗଞ୍ଜାମରୁ ୪, ଜଗତସିଂହପୁରରୁ ୨୪, ଯାଜପୁରରୁ ୧୬, ଝାରସୁଗୁଡା ୪, କେନ୍ଦ୍ରାପଡ଼ାରୁ ୮, କୋରାପୁଟରୁ ୩, ମୟୂରଭଞ୍ଜରୁ ୩୧, ନବରଙ୍ଗପୁରରୁ ୧, ନୟାଗଡରୁ ୨, ପୁରୀ ୧୭, ସମ୍ବଲପୁରରୁ ୧୪, ସୋନପୁରରୁ ୨, ସୁନ୍ଦରଗଡ଼ରୁ ୯ ଏବଂ ଷ୍ଟେଟ ପୁଲ୍ରୁ ୫୯ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୨୭ ହଜାର ୯୫୯ରେ ପହଞ୍ଚିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ