ଭୁବନେଶ୍ବର:ରାଜ୍ୟରେ ହ୍ରାସ ପରେ ପୁଣି ବୃଦ୍ଧି ପାଇଲା କୋରୋନା ସଂକ୍ରମଣ । କିଛି ଦିନ ପୂର୍ବେ ସଂକ୍ରମଣ ୫ଶହ ତଳକୁ ଖସିଥିବା ବେଳେ ଲଗାତାର ୩ଦିନ ପୁଣି ୫ ଶହ ଅତିକ୍ରମ କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୫୨୪ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ୭୫ ଜଣ ୧୮ ବର୍ଷରୁ କମ୍ ଶିଶୁ ଓ କିଶୋର-କିଶୋରୀ କୋରୋନାରେ ସଂକ୍ରମିତ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ ସେଣ୍ଟରରୁ ୩୦୬ ଜଣ ଥିବା ବେଳେ ୨୧୮ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।
STATE CORONA: 24 ଘଣ୍ଟାରେ ୫୨୪ ପଜିଟିଭ ଚିହ୍ନଟ, ୭୫ ଶିଶୁ ଆକ୍ରାନ୍ତ - କୋରୋନା ଅପଟେଡ
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୫୨୪ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ୭୫ ଜଣ ୧୮ ବର୍ଷରୁ କମ୍ ଶିଶୁ ଓ କିଶୋର-କିଶୋରୀ କୋରୋନାରେ ସଂକ୍ରମିତ ହୋଇଛନ୍ତି । ଅଧିକ ପଢନ୍ତୁ...
ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୨୫୦ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୋଳରୁ ୬, ବାଲେଶ୍ବରରୁ ୨୦, ଭଦ୍ରକରୁ୩, ବଲାଙ୍ଗୀରରୁ ୧, କଟକରୁ ୭୫, ଦେବଗଡରୁ ୧, ଢେଙ୍କାନାଳରୁ ୧୪, ଗଞ୍ଜାମରୁ ୧, ଜଗତସିଂହପୁରରୁ ୧୮, ଯାଜପୁରରୁ ୨୪, ଝାରସୁଗୁଡା ୨, କନ୍ଧମାଳରୁ ୨, ଢେଙ୍କାନାଳରୁ ୧, ଗଞ୍ଜାମରୁ ୩, ଜଗତସିଂହପୁରରୁ ୧୫, ଯାଜପୁରରୁ ୧୪, କଳାହାଣ୍ଡିରୁ ୧, କେନ୍ଦ୍ରାପଡ଼ାରୁ ୭, କେନ୍ଦୁଝରରୁ ୩, ମାଲକାନଗିରିରୁ ୧, ମୟୂରଭଞ୍ଜରୁ ୨୨, ନୟାଗଡ ୩, ନୂଆପଡାରୁ ୧, ପୁରୀ ୧୩, ରାୟଗଡାରୁ ୨, ସମ୍ବଲପୁରରୁ ୮, ସୁନ୍ଦରଗଡ଼ରୁ ୧୧ ଏବଂ ଷ୍ଟେଟ ପୁଲ୍ରୁ ୫୮ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୩୦ ହଜାର ୫୧୮ରେ ପହଞ୍ଚିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ