ଭୁବନେଶ୍ବର : ରାଜ୍ୟରୁ ଆରୋଗ୍ୟ ହେଲେ 523 କୋରୋନା ଆକ୍ରାନ୍ତ । ଏହାକୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା ଏବେ 3 ଲକ୍ଷ 16 ହଜାର 970ରେ ପହଞ୍ଚିଛି । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ରାଜ୍ୟରେ ଆଉ 523 କୋରୋନା ଆକ୍ରାନ୍ତ ସୁସ୍ଥ
ରାଜ୍ୟରେ ଆଉ 523 କୋରୋନା ଆକ୍ରାନ୍ତ ସୁସ୍ଥ । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା । ଅଧିକ ପଢନ୍ତୁ...
30ଟି ଜିଲ୍ଲାରୁ 523 ଜଣ ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି । ବଲାଙ୍ଗୀରରୁ 55, ମୟୂରଭଞ୍ଜରୁ 52, ଖୋର୍ଦ୍ଧାରୁ 51, ସୁନ୍ଦରଗଡରୁ 47 ଓ କଟକରୁ 45 ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି । ସେହିପରି ଅନୁଗୁଳରୁ 32, ଯାଜପୁରରୁ 29, ବାଲେଶ୍ବରରୁ 26, ବରଗଡରୁ 24, ନୂଆପଡାରୁ 24, ଜଗତସିଂହପୁରରୁ 21 ଓ ସମ୍ବଲପୁରରୁ 16 ଜଣ ସୁସ୍ଥ ହୋଇଛନ୍ତି । କେନ୍ଦ୍ରାପଡାରୁ 14, ପୁରୀରୁ 13, ଗଞ୍ଜାମରୁ 9, କେନ୍ଦୁଝର, ରାୟଗଡାରୁ 9, କୋରାପୁଟରୁ 8, ନୟାଗଡରୁ 7 ,ଭଦ୍ରକ ଓ କଳାହାଣ୍ଡିରୁ 6 ଜଣ ଆରୋଗ୍ୟ ଲାଭ କରିଛନ୍ତି । ଝାରସୁଗୁଡ଼ା ଓ ମାଲକାନଗିରିରୁ 3, ଢେଙ୍କାନାଳ ଓ ନବରଙ୍ଗପୁରରୁ 2 ଓ ଦେଓଗଡରୁ ଜଣେ ଆକ୍ରାନ୍ତ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ