ଓଡିଶା

odisha

ETV Bharat / city

ରାଜଧାନୀରେ ବଢୁଛି କୋରୋନା ଟେନସନ, ପୁଣି 51 ଚିହ୍ନଟ - ଭୁବନେଶ୍ବରରେ 51 ପଜିଟିଭ ଚିହ୍ନଟ

ଭୁବନେଶ୍ବରରେ ଆଜି(ମଙ୍ଗଳବାର) ଗୋଟେ ଦିନରେ 51 ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ 35 ଜଣ ହୋମ କ୍ଵରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ 16 ଜଣ ଲୋକାଲ କେସ ବୋଲି ଜଣାପଡିଛି ।

corona-positive
ରାଜଧାନୀରେ ବଢୁଛି କୋରୋନା ଟେନସନ

By

Published : Jul 14, 2020, 6:13 PM IST

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ କାୟା ମେଲାଉଛି କୋରୋନା ଭୁତାଣୁ । ଦିନକୁ ଦିନ ବଢିବାରେ ଲାଗିଛି କୋରୋନା ପଜିଟିଭଙ୍କ ସଂଖ୍ୟା । ସାରା ରାଜଧାନୀରେ ଭୟଙ୍କର ରୂପ ନେଉଛି କୋରୋନା ସଂକ୍ରମଣ । ଭୁବନେଶ୍ବରରେ ଆଜି(ମଙ୍ଗଳବାର) ଗୋଟିଏ ଦିନରେ 51ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ 35 ଜଣ ହୋମ କ୍ଵରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ 16 ଜଣ ଲୋକାଲ କେସ ବୋଲି ଜଣାପଡିଛି ।

ତେବେ 35 ଜଣ ହୋମ କ୍ଵାରେଣ୍ଟାଇନରେ ରହିଥିବା ବେଳେ ସେଥିରୁ ଓଲଡ଼ ଟାଉନରେ 3 ଜଣଙ୍କର ଚିହ୍ନଟ କରାଯାଇଛି । ଲକ୍ଷ୍ମୀସାଗର ଅଞ୍ଚଳର 6 ଜଣ, ମାଷ୍ଟର କ୍ୟଣ୍ଟିନ ଛକ ନିକଟରେ ଥିବା ଲାଲଚାନ୍ଦ ଜୁଏଲର୍ସ କର୍ମଚାରୀ, 2 ଜଣ ରସୁଲଗଡ ଓ କଳିଙ୍ଗ ବିହାର, ନାଗେଶ୍ବର ଟାଙ୍ଗି, ୟୁନିଟ-2 , ଘାଟିକିଆ, 2 ଜଣ ପଟିଆ, ନୟାପଲ୍ଲୀ ଅଞ୍ଚଳରୁ 4 ଜଣ ଚିହ୍ନଟ କରାଯାଇଥିବା ବେଳେ ଝରପଡ଼ା, ଡୁମଡୁମା, ସହିଦନଗର, ୟୁନିଟ-6 , 2ଜଣ, ରସୁଲଗାଡ, ଗଜପତି ନଗର, ବମିଖାଲ ଅଂଚଲ ରୁ ଚିହ୍ନଟ କରାଯାଇଛି ।

ସେହିପରି ଲୋକାଲ କେସ ସଂକ୍ରମଣ 2 ଜଣ ସରକାରୀ ହସ୍ପିଟାଲର 2 ଜଣ ମହିଳା କର୍ମଚାରୀ ଚିହ୍ନଟ ହୋଇଛନ୍ତି । 2 ଜଣ ଚନ୍ଦ୍ରଶେଖରପୁର ଅଞ୍ଚଳର ପୁରୁଷ ଚିହ୍ନଟ, 2 ଜଣ ଝାରପଡ଼ା ଲକ୍ଷ୍ମୀସାଗର ଅଞ୍ଚଳର, 2 ଜଣ କଳିଙ୍ଗବିହାର କେ-5 ଅଞ୍ଚଳର, ଭରତପୁର ଅଞ୍ଚଳର, ଖାରବେଳ ନଗର, 2 ଜଣ ଶାସ୍ତ୍ରୀନଗର, 2 ଜଣ ୟୁନିଟ-6 ଅଞ୍ଚଳର, ନୟାପଲ୍ଲୀ ଏନ-3 ଅଞ୍ଚଳର ଓ ନୟାପଲ୍ଲୀ ଏନ-5 ଅଞ୍ଚଳରୁ ଚିହ୍ନଟ କରାଯାଇଛି ।

ଭୁବନେଶ୍ବରରେ ମୋଟ 769 ସଂକ୍ରମଣ ହୋଇଥିବା ବେଳେ 361 ଜଣ ସୁସ୍ଥ ହୋଇଛନ୍ତି । ତେବେ 10 ଜଣଙ୍କର ବର୍ତମାନ ସୁଦ୍ଧା ମୃତ୍ୟୁ ହୋଇଛି । 397 କେସ ଏବେ ବି ସକ୍ରିୟ ଅଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details