ଭୁବନେଶ୍ବର: ଚାଷୀଙ୍କ ହିତରେ କାମ କରୁଛି ଓଡିଶା ଲିଫ୍ଟ ଜଳସେଚନ ନିଗମ (OLIC) । ବିଗତ 50 ବର୍ଷ ଧରି OLIC ରାଜ୍ୟର ଏକ ଅପରିହାର୍ଯ୍ୟ ଅଙ୍ଗ ହୋଇପାରିଛି । କୃଷକମାନଙ୍କୁ ଜଳର ଗୁରୁତ୍ବପୂର୍ଣ୍ଣ ଉପାଦାନ ଯୋଗାଇବାରେ ଏହା ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଗକୁ 5ଟି ନୀତିରେ ଉଠା ଜଳସେଚନ ବ୍ୟବସ୍ଥାରେ ପରିବର୍ତ୍ତନ ଅଣାଯିବାକୁ ଲକ୍ଷ୍ୟ ରଖାଯାଇଛି । କୃଷକଙ୍କ ସମସ୍ୟା ବୁଝି ଏହାର ସମାଧାନ କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ଲୋକସେବା ଭବନରେ ଆୟୋଜିତ ଉଠା ଜଳସେଚନ ନିଗମର 50ତମ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି ।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, "ଚାଷୀଙ୍କ ହାତ ପାହାନ୍ତାରେ ଜଳ ଯୋଗାଣ ଲାଗି 1973 ଅକ୍ଟୋବର 1 ରେ OLIC ପ୍ରତିଷ୍ଠା କରାଯାଇଥିଲା । ରାଜ୍ୟର ଚାଷୀ ଜମିର ପ୍ରାୟ 30 ପ୍ରତିଶତ ଜଳ ଯୋଗାଣ କାର୍ଯ୍ୟ OLIC ମାଧ୍ୟମରେ ହେଉଛି । ପ୍ରତିବର୍ଷ OLIC 13 ଲକ୍ଷ 50 ହଜାର ହେକ୍ଟରରୁ ଅଧିକ ଚାଷଜମିରେ ଜଳସେଚନ କରୁଛି । ଦେଶରେ ଖାଦ୍ୟ ଶସ୍ୟ ଅଭାବୀ ରାଜ୍ୟରୁ ଆଜି ଓଡ଼ିଶା ଖାଦ୍ୟ ଶସ୍ୟର ତୃତୀୟ ବୃହତ୍ତମ ଯୋଗାଣକାରୀ ରାଜ୍ୟରେ ପରିଣତ ହୋଇପାରିଛି । ଫସଲର ବିବିଧକରଣ, ଉନ୍ନତ ଜଳ ଯୋଗାଣ ଏବଂ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଚାଷର ପଦ୍ଧତିକୁ ପରିବର୍ତ୍ତନ କରୁଛି ।" ଜଟିଳ ଜଳ ଉପାଦାନ ଯୋଗାଇବାରେ OLIC ର ଭୂମିକାକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । ଉଠା ଜଳସେଚନ କ୍ଷେତ୍ରରେ ପରିବର୍ତ୍ତନ ଆଣିବାରେ 5T ନୀତି ଅନୁସରଣ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଏହା ବି ପଢନ୍ତୁ...ନିଆରା ମାଣିକାଗୋଡାର ଦଶହରା ପର୍ବ, କର୍ତ୍ତା ସାଜନ୍ତି ମୁସଲିମ ଦଳବେହେରା