ଭୁବନେଶ୍ବର:ଉତ୍କଳ ବିଶ୍ଵବିଦ୍ୟାଳୟରେ ଆରମ୍ଭ ହେଲା 50 ତମ ସମାବର୍ତ୍ତନ ଉତ୍ସବ। ଆଜିଠୁ(ଗୁରୁବାର) ଆସନ୍ତା 3 ତାରିଖ ଯାଏଁ ଏହି କାର୍ଯ୍ୟକ୍ରମ ଚାଲିବ । 3 ତାରିଖରେ ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ ମୁଖ୍ୟ ଅତିଥି ଭାବରେ ଉତ୍ସବରେ ଯୋଗ ଦେବେ । ସମାବର୍ତ୍ତନ ଉତ୍ସବ ଅବସରରେ ଗୁରୁବାର 2018-19 ଶିକ୍ଷାବର୍ଷ ପାଇଁ 130 ଜଣଙ୍କୁ ପିଏଚଡ଼ି, ଡିଗ୍ରୀ ଏବଂ 90 ଜଣଙ୍କୁ ସ୍ୱର୍ଣ୍ଣ ପଦକ ଦିଆଯାଇଛି ।
ଆରମ୍ଭ ହେଲା ଉତ୍କଳ ବିଶ୍ଵବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ
ଉତ୍କଳ ବିଶ୍ୱବିଦ୍ୟାଳୟରେ ଆରମ୍ଭ ହେଲା 50 ତମ ସମାବର୍ତ୍ତନ ଉତ୍ସବ । ତିନି ଧରି ଧରି ଚାଲିବ ଉତ୍ସବ । ଅଧିକ ପଢନ୍ତୁ...
ଆରମ୍ଭ ହେଲା ଉତ୍କଳ ବିଶ୍ଵବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ
ଏହି ସ୍ୱତନ୍ତ୍ର ଉତ୍ସବରେ ଜାତୀୟ ବିଜ୍ଞାନ ପ୍ରତିଷ୍ଠା କେନ୍ଦ୍ରର ନିର୍ଦ୍ଦେଶକ ଡ଼ଃ ସୁଧାକର ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଉତ୍କଳ ବିଶ୍ଵବିଦ୍ୟାଳୟର 50 ତମ ସମାବର୍ତ୍ତନ ଉତ୍ସବରେ କରୋନା କଟକଣାକୁ କଡ଼ାକଡି ଭାବରେ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ 500 ଜଣ ଉପସ୍ଥିତ ରହିବେ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିିଭି ଭାରତ