ଭୁବନେଶ୍ବର: ଗଞ୍ଜେଇ ଚାଲାଣର ନୂଆ ଫଣ୍ଡା । ଲୁଚା ଛପା ନୁହେଁ , ଇ ଓ୍ବେ ବିଲ ଓ ଲଜିଷ୍ଟିକ ଟ୍ରାନ୍ସପୋର୍ଟ ଜରିଆରେ ଗଞ୍ଜେଇ ଚାଲାଣ । ଏଭଳି ହାଇଫାଇଗଞ୍ଜେଇ ଚାଲାଣର ପର୍ଦ୍ଦାଫାଶ କରିଛି କମିସନରେଟ ପୋଲିସ । ରସୁଲଗଡ ଶିଳ୍ପାଞ୍ଚଳରେ ଗଜେଇ ପ୍ୟାକ ବେଳେ ଗଜେଇ ଜବତ କରିଛି ପୋଲିସ । ୪୬କେଜି ଗଞ୍ଜେଇ ଜବତ କରିବା ସହ ଦୁଇଜଣକୁ ଗିରଫ କରିଛି କମିସନରେଟ ପୋଲିସ । ଯାହାର ଆନୁମାନିକ ମୂଲ୍ୟ ପାଖାପାଖି ୩ ଲକ୍ଷ ଟଙ୍କା ହେବ । ଗିରଫ ଦୁଇ ଯୁବକ ଦିଲ୍ଲୀ ଚାନ୍ଦିନି ଚୌକ ଅଞ୍ଚଳର ଅନିରୁଦ୍ଧ ମିଶ୍ରା ଓ ମନିଷ କୁମାର ବୋଲି ଜଣାପଡିଛି । ଏନଡିପିଏସ ଆକ୍ଟରେ ଏହି ୨ ଜଣଙ୍କୁ ପୋଲିସ ଗିରଫ କରିଛି ।
ସୁଚନା ମୁତାବକ ଗଜପତି ଜିଲ୍ଲାରୁ ବସ ଯୋଗେ ଗଞ୍ଜେଇ ଆଣୁଥିଲେ ୨ ଯୁବକ। ପରେ ରସୁଲଗଡରେ ଲଜିଷ୍ଟିକ ଟ୍ରାନସପୋର୍ଟ ପାଇଁ ସ୍ବତନ୍ତ୍ର ପ୍ୟାକ କରୁଥିଲେ । ଅର୍ଥାତ କପଡା ପେଟିରେ ଗଜେଇ ବୋଝେଇ କରି ସ୍ବତନ୍ତ୍ର ପ୍ୟାକ କରୁଥିଲେ ପରେ ଏହାକୁ ଯେପରି କପଡା ସପ୍ଲାଏ କରାଯାଏ ସେହିପରି ପ୍ୟାକ କରି ଯେଉଁ ସ୍ଥାନକୁ ଯିବ ସେଥିପାଇଁ ଇ ଓ୍ବେ ବିଲ ବା କୋରିଅର ଜରିଆରେ ପ୍ୟାକ କରି ଟ୍ରେନ ବା ବସ ନଚେତ ଫ୍ଲାଇଟ ଯୋଗେ ପଠାଉଥିଲେ । ପୋଲିସର ନଜରରୁ ବର୍ତ୍ତିବା ପାଇଁ ଏଭଳି ସପ୍ଲାଏର ଫଣ୍ଡା ଆପଣାଇଥିଲେ ଅଭିଯୁକ୍ତ ।