ଓଡିଶା

odisha

ETV Bharat / city

ସପ୍ତାହରେ ଭୁବନେଶ୍ବରରେ ହେବ 5 ହଜାର ନମୁନା ପରୀକ୍ଷା - କୋଭିଡ ସଂକ୍ରମଣ

କୋଭିଡ ସଂକ୍ରମଣ ପାଇଁ ସ୍ମାର୍ଟସିଟି ଭୁବନେଶ୍ବରକୁ ଅଧିକ ଗୁରୁତ୍ବ ଦେଉଛନ୍ତି ସରକାର । ଏକ ସପ୍ତାହରେ ଭୁବନେଶ୍ବରରେ ହେବ 5 ହଜାର ନମୁନା ପରୀକ୍ଷା ଲକ୍ଷ୍ୟ ରଖାଯାଇଥିବା ସୂଚନା ଦେଲେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ । ଅଧିକ ପଢନ୍ତୁ...

ଏକ ସପ୍ତାହରେ ଭୁବନେଶ୍ବରରେ ହେବ 5 ହଜାର ନମୁନା ପରୀକ୍ଷା
ଏକ ସପ୍ତାହରେ ଭୁବନେଶ୍ବରରେ ହେବ 5 ହଜାର ନମୁନା ପରୀକ୍ଷା

By

Published : Apr 17, 2020, 6:45 PM IST

ଭୁବନେଶ୍ବର: କୋରୋନା ସଂକ୍ରମଣ ଦୃଷ୍ଟିରୁ ସ୍ମାର୍ଟସିଟି ଭୁବନେଶ୍ବରକୁ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର । 3ଟି ଜୋନ୍‌ରେ ରାଜଧାନୀ ଭୁବନେଶ୍ବରକୁ ବିଭକ୍ତ କରାଯାଇଛି । ଏକ ସପ୍ତାହ ମଧ୍ୟରେ ରାଜଧାନୀରେ 5 ହଜାର ନମୁନା ପରୀକ୍ଷା ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ।

ଏକ ସପ୍ତାହରେ ଭୁବନେଶ୍ବରରେ ହେବ 5 ହଜାର ନମୁନା ପରୀକ୍ଷା

ସାରା ଦେଶ ତଥା ରାଜ୍ୟରେ କୋରୋନା ଭାଇରସ ଆତଙ୍କ ଖେଳାଇଥିବା ବେଳେ ଭୁବନେଶ୍ବରର ସ୍ଥିତି ଅନୁଧ୍ୟାନ କରି ଏହାକୁ ଭୂତାଣୁ ମୁକ୍ତ କରିବା ଉପରେ ଗୁରୁତ୍ବାରୋପ କରିଛନ୍ତି ରାଜ୍ୟ ସରକାର । ଏପର୍ଯ୍ୟନ୍ତ 1 ଲକ୍ଷ ଜନସଂଖ୍ୟା ଅନୁପାତରେ ଅନ୍ୟ ସହର ଅପେକ୍ଷା ରାଜଧାନୀରେ ଅଧିକ ନମୁନା ପରୀକ୍ଷା ହୋଇପାରିଛି । ସମସ୍ତ ପ୍ରଶାସନିକ ଅଧିକାରୀ ଆବଶ୍ୟକୀୟ ପଦକ୍ଷପ ଗ୍ରହଣ କରୁଛନ୍ତି । ଏଥିରେ ବରିଷ୍ଠ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି ।

ବାଗଚୀ କହିଛନ୍ତି ଯେ ସର୍ବସାଧାରଣ ଅଞ୍ଚଳରେ ଛେପ ପକାଇବା ଏକ ଦଣ୍ଡନୀୟ ଅପରାଧ । ଏଥିପାଇଁ ଜୋରିମାନାର ପ୍ରାବଧାନ କରାଯାଇଛି । ବ୍ଲକ ସ୍ଥରୀୟ ଅଧିକାରୀ ଓ ପୌରାଞ୍ଚଳରେ ପୋଲିସ ଏହାର ତଦାରଖ କରିବେ । 113ଟି ପୌରାଞ୍ଚଳରେ 24 ଘଣ୍ଟା ଭିତରେ 122ଟି ମାମଲା ରୁଜୁ ହୋଇଛି । କୋଭିଡ 19 ବିରୋଧରେ ଅଧିକ ଶକ୍ତିଶାଳୀ ହୋଇ ଲଢିବା ପାଇଁ ପୁରୀଠାରେ 200 ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ପ୍ରସ୍ତୁତ ହୋଇଛି ।

ABOUT THE AUTHOR

...view details