ଭୁବନେଶ୍ବର:କ୍ୟାବିନେଟ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ବଦଳିଲା ଠିକା କର୍ମଚାରୀ ସର୍ଭିସ ରୁଲ । ଏଥର ଠିକା ନିଯୁକ୍ତି ବଦଳରେ ହେଲା ପ୍ରାରମ୍ଭିକ ନିଯୁକ୍ତି ।
ବଦଳିଲା କଣ୍ଟ୍ରାକ୍ଟଚ୍ୟୁଆଲ ସର୍ଭିସ ରୁଲ । କଣ୍ଟ୍ରାକ୍ଟଚ୍ୟୁଆଲ ସର୍ଭିସ ନୁହେଁ, ପ୍ରାରମ୍ଭିକ ନିଯୁକ୍ତି । ଏହି ନିୟମ ଅନୁସାରେ ଏଣିକି ପ୍ରଥମ ବର୍ଷରୁ ଯେତିକି ଦରମା ମିଳୁଥିଲା ତାହାର 50 ପ୍ରତିଶତ ଅଧିକ ଦରମା ମିଳିବ । ଏନେଇ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏହି ବ୍ୟବସ୍ଥା ଅନୁଯାୟୀ ରାଜ୍ୟ ସରକାରଙ୍କୁ ପ୍ରତି ବର୍ଷ ଅଧିକ 250 କୋଟି ବ୍ୟୟ କରିବେ । ସେମାନେ ମେଡ଼ିକାଲ ଟ୍ରିଟମେଣ୍ଟର ସୁବିଧା ପାଇପାରିବେ । ଚାକିରୀର ପ୍ରଥମବର୍ଷରୁ ସରକାରଙ୍କୁ ନୂଆ ନିୟମ ଲାଗୁ କରାଯିବ ।