ଭୁବନେଶ୍ବର:ଲକ୍ଷ୍ମୀସାଗର ଥାନା ଅଞ୍ଚଳର ବଡଧରଣର ଚୋରି । ରାତି ଅଧରେ ଘର କବାଟ ତାଡି ୫୦ ଲକ୍ଷର ଗହଣା ସହ ଲୁଟେରା ଲୁଟିନେଲେ ୪୦ରୁ ୪୫ ହଜାର ଟଙ୍କା । ଲକ୍ଷ୍ମୀସାଗର ଝାରପଡା ବୈରାଗୀ ନଗରର ହରିଷ ଚନ୍ଦ୍ର ଜେନାଙ୍କ ଘରୁ ଏହି ଚୋରି ହୋଇଥିବା ଅଭିଯୋଗ ହୋଇଛି ।
ଚୋରଙ୍କ ପାର୍ବଣ ମଜା, ବାଲକୋନି ବାଟେ ଲୁଟିନେଲେ ୫୦ ଲକ୍ଷର ଅଳଙ୍କାର - ଗହଣା ଚୋରି
ଲକ୍ଷ୍ମୀସାଗର ଥାନା ଅଞ୍ଚଳର ବଡଧରଣର ଚୋରି । କବାଟ ତାଡି ୫୦ ଲକ୍ଷର ଗହଣା ସହ ଲୁଟିନେଲେ ୪୦ରୁ ୪୫ ହଜାର ଟଙ୍କା । ଅଧିକ ପଢନ୍ତୁ...
ପୂଜା ଛୁଟିରେ ଚୋରଙ୍କୁ ମିଳିଲା ସୁଯୋଗ, କବାଟ ତାଡି ଲୁଟି ନେଲେ ୫୦ଲକ୍ଷର ସୁନା ଗହଣା
ଚୋରଙ୍କ ପାର୍ବଣ ମଜା, ବାଲକୋନି ବାଟେ ଲୁଟିନେଲେ ୫୦ ଲକ୍ଷର ଅଳଙ୍କାର
ସୁଚନା ମୁତାବକ, ଗତକାଲି ରାତ୍ରୀ ସମୟରେ ବୈରାଗୀ ନଗର ପ୍ଲଟ ନମ୍ବର ୨୩୩/୩ ରେ ରହୁଥିବା ହରିଷ ଚନ୍ଦ୍ର ଜେନାଙ୍କ ଉପରମହଲାରେ କେହିନଥିବାର ସୁଯୋଗ ନେଇ ଦୁର୍ବୃତ୍ତ ମାନେ ପ୍ରବେଶ କରିଥିଲେ । ଏହାପରେ ବାଲକୋନିର କବାଟ ତାଡି ୪୦ ଭରି ସୁନା ସହ ନଗଦ ୪୦ରୁ ୪୫ହଜାର ଟଙ୍କା ଲୁଟ କରି ଚମ୍ପଟ ମାରିଥିଲେ । ଏନେଇ ଆଜି ଥାନାରେ ଅଭିଯୋଗ ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ
Last Updated : Oct 17, 2021, 11:51 AM IST