ଓଡିଶା

odisha

ETV Bharat / city

ଆଶା ଓ ଅଙ୍ଗନବାଡିକର୍ମୀଙ୍କ କୋଭିଡ ଡ୍ୟୁଟିରେ ମୃତ୍ୟୁ ହେଲେ ମିଳିବ 50 ଲକ୍ଷ - package

କୋଭିଡ ଡ୍ୟୁଟିରେ ଥାଇ ଆଶା ଓ ଅଙ୍ଗନବାଡିକର୍ମୀଙ୍କ ମୃତ୍ୟୁ ହେଲେ 50 ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ଆଜି(ମଙ୍ଗଳବାର) ଘୋଷଣା କରିଛନ୍ତି ରାଜ୍ୟ ସରକାର । ଅଧିକ ପଢନ୍ତୁ...

ଆଶା ଓ ଅଙ୍ଗନବାଡିକର୍ମୀଙ୍କ ପାଇଁ ପ୍ୟାକେଜ
ଆଶା ଓ ଅଙ୍ଗନବାଡିକର୍ମୀଙ୍କ ପାଇଁ ପ୍ୟାକେଜ

By

Published : May 25, 2021, 12:32 PM IST

ଭୁବନେଶ୍ବର:ଆଶା ଓ ଅଙ୍ଗନବାଡି କର୍ମୀଙ୍କ ପାଇଁ ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା । କୋଭିଡ ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ 50ଲକ୍ଷ ଟଙ୍କାର ଆର୍ଥିକ ସହୟତା ଯୋଗାଇ ଦିଆଯିବ ବୋଲି ଆଜି(ମଙ୍ଗଳବାର) ଘୋଷଣା କରିଛନ୍ତି ରାଜ୍ୟ ସରକାର ।

ଆଶା ଓ ଅଙ୍ଗନବାଡିକର୍ମୀଙ୍କ ପାଇଁ ପ୍ୟାକେଜ

ମହିଳା ଓ ଶିଶୁ ବିକାଶ ପକ୍ଷରୁ ଜାରି ହୋଇଥିବା ଏହି ପ୍ୟାକେଜ ଅନୁସାରେ କୋଭିଡ୍ ଡ୍ୟୁଟି ସମୟରେ ଯଦି କୌଣସି ଆଶା କିମ୍ବା ଅଙ୍ଗନବାଡି କର୍ମୀଙ୍କ କୋଭିଡରେ ଆକ୍ରାନ୍ତ ହୋଇ ମୃତ୍ୟୁ ହୁଏ ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ଯଦି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ହିତାଧିକାରୀ ହୋଇନଥିବେ ତାଙ୍କୁ ଏହି ସୁବିଧା ଯୋଗାଇ ଦିଆଯିବ । ଏହ ସହ ସେମାନଙ୍କୁ ମାସ୍କ ସାନିଟାଇଜର ,ଫେସ ସିଲ୍ଡ ମାଗଣାରେ ଯୋଗାଇ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ହୋଇଛି ।

କୋରୋନାର ଦ୍ବିତୀୟ ଲହରରେ ସଂକ୍ରମଣ ସହରରୁ ଗାଁ ମୁହାଁ ହୋଇଛି । ଏ ନେଇ ପ୍ରତି ଜିଲ୍ଲାର ଆଶା ଓ ଅଙ୍ଗନବାଡିକର୍ମୀଙ୍କୁ ଡୋର ଟୁ ସର୍ଭେ କରିବାକୁ ଦାୟିତ୍ବ ଦିଆଯାଇଛି । ଘର ଘର ବୁଲି ଲୋକଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରିବାକୁ ଆଶ ଓ ଅଙ୍ଗନବାଡୀ କର୍ମୀଙ୍କୁ ନିର୍ଦ୍ଦେଶ ହୋଇଛି । ସେମାନଙ୍କ ଏହି କାର୍ଯ୍ୟ କରିବା ସମୟରେ ଯଦି ମୃତ୍ୟୁ ହୁଏ ତେବେ ତାଙ୍କୁ ସରକାରଙ୍କ ପକ୍ଷରୁ ସହୟତା ରାଶି ମିଳିବ ବୋଲି ଘୋଷଣା କରିଛନ୍ତି ରାଜ୍ୟ ସରକାର ।

ଭୁବନେଶ୍ବରରୁ ତାପସ କୁମାର ଦାସ,ଇଟିଭି ଭାରତ

ABOUT THE AUTHOR

...view details