ଭୁବନେଶ୍ବର: କୋଭିଡକୁ ମାତ୍ ଦେବାରେ ମୁଖ୍ୟାସ୍ତ୍ର ସାଜିଛି ଟୀକାକରଣ । ତେଣୁ ରାଜ୍ୟରେ ଟୀକାକରଣକୁ ଜୋରଦାର କରୁଛନ୍ତି ରାଜ୍ୟ ସରକାର । ବର୍ତ୍ତମାନ ସୁଦ୍ଧା ଓଡିଶାରେ ଦୁଇ କୋଟିରୁ ଉର୍ଦ୍ଧ୍ବ ଲୋକ ପ୍ରଥମ ଡୋଜ ନେଇ ସାରିଛନ୍ତି । ସେହିପରି ଏଯାବତ୍ ପ୍ରାୟ ୫୦ ଲକ୍ଷ ଲୋକଙ୍କୁ ଦ୍ବିତୀୟ ଡୋଜ ଟିକା ଦିଆଯାଇଥିବା ବୁଧବାର ସୂଚନା ଦେଇଛି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।
କୋଭିଡ ବିରୋଧୀ ଲଢେଇରେ ଟୀକାକରଣ ମୁଖ୍ୟ ଅସ୍ତ୍ର ରୂପେ କାର୍ଯ୍ୟ କରୁଛି । ଲୋକେ ମଧ୍ୟ ଟୀକାକରଣ ଡ୍ରାଇଭରେ ସକ୍ରିୟ ଅଂଶଗ୍ରହଣ କରୁଛନ୍ତି । ସମସ୍ତଙ୍କର ପୂର୍ଣ୍ଣ ସହଯୋଗ ପାଇଁ କୃତଜ୍ଞତା ଜଣାଇଛି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।