ଓଡିଶା

odisha

ମାଲବାହୀ ଟ୍ରେନ ଲାଇନଚ୍ୟୁତ: ୫ଟି ଟ୍ରେନ ବାତିଲ, ୩ଟି ଟ୍ରେନର ଦିଗ ପରିବର୍ତ୍ତନ

By

Published : Sep 14, 2021, 7:25 PM IST

ଅନୁଗୋଳ ଜିଲ୍ଲାର ତାଳଚେର ରୋଡ ଷ୍ଟେସନଠାରୁ ଅଳ୍ପ ଦୂରରେ ସମ୍ବଲପୁର ରେଳପଥର ଭୋଗବେରଣୀ ପଞ୍ଚାୟତ କୁସପଙ୍ଗି ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଥିବାରୁ ୫ଟି ଟ୍ରେନ ବାତିଲ କରାଯାଇଥିବାବେଳେ ୩ଟି ଟ୍ରେନର ଦିଗ ପରିବର୍ତ୍ତନ କରାଯାଇଛି । ଅଧିକ ପଢନ୍ତୁ...

ମାଲବାହୀ ଟ୍ରେନ ଲାଇନଚ୍ୟୁତ: ୫ଟି ଟ୍ରେନ ବାତିଲ, ୩ଟି ଟ୍ରେନର ଦିଗ ପରିବର୍ତ୍ତନ
ମାଲବାହୀ ଟ୍ରେନ ଲାଇନଚ୍ୟୁତ: ୫ଟି ଟ୍ରେନ ବାତିଲ, ୩ଟି ଟ୍ରେନର ଦିଗ ପରିବର୍ତ୍ତନ

ଭୁବନେଶ୍ବର: ରାଜ୍ୟରେ ବର୍ଷା ଓ ଟ୍ରେନ ଲାଇନଚ୍ୟୁତକୁ ଦୃଷ୍ଟିରେ ରଖି ଟ୍ରେନ ଚଳାଚଳରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ଅନୁଗୋଳ ଏବଂ ତାଳଚେର ରୋଡ୍ ସିଙ୍ଗଲ୍ ଲାଇନ୍ ସେକ୍ସନ୍ ମଧ୍ୟରେ ଥିବା ଟ୍ରେନ୍ ସେବାଗୁଡିକ ପ୍ରଭାବିତ ହୋଇଛି । ଏନେଇ ଅନେକ ଟ୍ରେନ ବାତିଲ କରିଦିଆଯାଇଥିବାବେଳେ ଟ୍ରେନର ରୁଟ ମଧ୍ୟ ପରିବର୍ତ୍ତନ କରାଯାଇଛି ।

ବାତିଲ ହୋଇଥିବା ଟ୍ରେନ:-

1. 02861 ରାଉରକେଲାରୁ ଭୁବନେଶ୍ବର ଇଣ୍ଟର ସିଟି ସ୍ପେଶାଲ୍

2. 02862 ଭୁବନେଶ୍ବରରୁ-ରାଉରକେଲା ଇଣ୍ଟର ସିଟି ସ୍ପେଶାଲ୍

3. 08493 ଭୁବନେଶ୍ବରରୁ-ବାଲାଙ୍ଗୀର ଇଣ୍ଟର ସିଟି ସ୍ପେଶାଲ୍

4. 08494 ବଲାଙ୍ଗୀରରୁ-ଭୁବନେଶ୍ବର ଇଣ୍ଟର ସିଟି ସ୍ପେଶାଲ୍

ଏହା ବି ପଢନ୍ତୁ: ମାଲବାହୀ ଟ୍ରେନ ଦୁର୍ଘଟଣା; ଉଦ୍ଧାର କାର୍ଯ୍ୟ ଜାରି, ରେଳ ଚଳାଚଳ ପାଇଁ ଆହୁରି ୨୪ରୁ ୩୦ ଘଣ୍ଟା

ଟ୍ରେନ ରୁଟ ପରିବର୍ତ୍ତନ:

1. 02146 ପୁରୀରୁ LTI ସ୍ପେସିଆଲ୍ ଆସନ୍ତାକାଲି ସକାଳ 3 ଘଣ୍ଟା ରେ ଛାଡିବ ଏବଂ ଖୋର୍ଦ୍ଧାରୋଡ୍-ବିଜୟନଗରମ- ଟିଟିଲାଗଡ-ରାୟପୁର ଦେଇ ଚଳାଚଳ କରିବ ।

2. 02828 ସୁରତ-ପୁରୀ ଟିଟିଲାଗଡ-ବିଜୟନଗରମ-ଖୋର୍ଦ୍ଧା ରୋଡ ଦେଇ ଡାଇଭର୍ଟ ରୁଟରେ ଚାଲିବ ।

3. 04710 ପୁରୀରୁ 15.09.2021 ରେ ପୁରୀ-ବିକାନର୍ ସ୍ପେଶାଲ୍ ଚକ୍ରଧରପୁର ଦେଇ ଡାଇଭର୍ଟ ରୁଟରେ ଚାଲିବ ।

ଟ୍ରେନ ବାତିଲ:-

08105/08106 ରାଉରକେଲା-ପୁରୀ-ରାଉରକେଲା ସ୍ପେଶାଲ୍ 15.09.2021 ରେ ରାଉରକେଲା ଏବଂ ସମ୍ବଲପୁର ମଧ୍ୟରେ ଚାଲିବ ଏବଂ ଉଭୟ ଦିଗରୁ ସମ୍ବଲପୁର ଏବଂ ପୁରୀ ମଧ୍ୟରେ ବାତିଲ୍ ରହିବ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details