ଓଡିଶା

odisha

ETV Bharat / city

ରାଜଧାନୀରେ ଲାଗିବ ୫ ହଜାର ନୂଆ ଗଛ - Bhubaneswar

ଚଳିତ ବର୍ଷ ସାମୁଦ୍ରିକ ଝଡ 'ଫନି'ର ପ୍ରଭାବରେ ବହୁ ଗଛ ଭାଙ୍ଗି ଯାଇଛି । ସେଥିପାଇଁ ୫ ହଜାର ନୂଆ ଗଛ ଲଗାଯିବ । ବିଭିନ୍ନ କିସମର ବୃକ୍ଷ ଯଥା ନିମ୍ବ, କରଞ୍ଜ, ପାକଳି ଭଳି ଗଛ ଲଗାଯିବ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

By

Published : Jun 25, 2019, 9:16 PM IST

Updated : Jun 25, 2019, 9:47 PM IST

ଭୁବନେଶ୍ୱର: ମହାନଗର ନିଗମ ଅଞ୍ଚଳରେ ୫ ହଜାର ନୂଆ ଗଛ ଲଗାଯିବ । ପ୍ରତିବର୍ଷ ବର୍ଷାଋତୁ ଆରମ୍ଭରୁ ଭୁବନେଶ୍ୱରରେ ନୂତନ ବୃକ୍ଷରୋପଣ କରାଯାଏ । ଚଳିତ ବର୍ଷ ସାମୁଦ୍ରିକ ଝଡ 'ଫନି'ର ପ୍ରଭାବରେ ବହୁ ଗଛ ଭାଙ୍ଗି ଯାଇଛି । ସେଥିପାଇଁ ୫ ହଜାର ନୂଆ ଗଛ ଲଗାଯିବ । ବିଭିନ୍ନ କିସମର ବୃକ୍ଷ ଯଥା ନିମ୍ବ, କରଞ୍ଜ, ପାକଳି ଭଳି ଗଛ ଲଗାଯିବ। ଜୁଲାଇ ପ୍ରଥମ ସପ୍ତାହରୁ ଅଗଷ୍ଟ ଶେଷ ସପ୍ତାହ ପର୍ଯ୍ୟନ୍ତ ଏହି ଗଛ ଲଗାଯିବ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ରାଜଧାନୀର ସମସ୍ତ ୬୭ଟି ୱାର୍ଡର ବିଭିନ୍ନ ସ୍ଥାନରେ ୫ ହଜାର ନିମ୍ବ, କରଞ୍ଜ, ପାକଳି ଗଛ ଲାଗିବ । ଗତବର୍ଷ ୩ ହଜାର ଗଛ ଲାଗିଥିଲା, ଚଳିତ ବର୍ଷ ବାତ୍ୟାରେ ଅଧିକାଂଶ ଗଛ ନଷ୍ଟ ହୋଇଯାଇଥିବାରୁ ଅଧିକ ଗଛ ଲାଗିବ । ରାଜ୍ୟ ଜଙ୍ଗଲ ବିଭାଗ ପକ୍ଷରୁ ପ୍ରାୟ ୪୦ ହଜାର ବଡ ଅର୍ଥାତ ବାର ଫୁଟିଆ ଗଛ ଲାଗିବ ବୋଲି ବିଏମସି ପରିବେଶ ଅଧିକାରୀ କପିଳେନ୍ଦ୍ର ସେଠୀ କହିଛନ୍ତି।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : Jun 25, 2019, 9:47 PM IST

ABOUT THE AUTHOR

...view details