ଭୁବନେଶ୍ବର: ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି)କୁ 5ଟି ସଚିବ ଭି.କେ ପାଣ୍ଡିଆନଙ୍କ ଅଚାନକ ଗସ୍ତ । ଓୟୁଏଟିର ଭିତ୍ତିଭୂମି ଯାଞ୍ଚ କରିବା ସହ ଛାତ୍ରାବାସ ବୁଲି ଦେଖିଲେ ପାଣ୍ଡିଆନ ।
ଓୟୁଏଟି ସହ ବେସିକ ସାଇନ୍ସ କଲେଜ, ବନ ମହାବିଦ୍ୟାଳୟ ମଧ୍ୟ ସେ ବୁଲି ଦେଖିଛନ୍ତି। ଏହି ଅବସରରେ 5ଟି ସଚିବ ଛାତ୍ରଛାତ୍ରୀଙ୍କ ପାଇଁ ଅଧିକ ଛାତ୍ରାବାସ ନିର୍ମାଣ ଓ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ପ୍ରତିଷ୍ଠା ଉପରେ ଗୁରୁତ୍ବ ଦେଇଥିଲେ।