ଭୁବନେଶ୍ବର: ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ କ୍ରମେ ଦେଶରେ ଜାରି ରହିଛି ଜନତା କର୍ଫ୍ୟୁ । ସେହିପରି ପ୍ରଧାନମନ୍ତ୍ରୀଙ୍କ କହିବା ଅନୁଯାୟୀ ସଂନ୍ଧ୍ୟା 5ଟାରେ କୋରୋନା ଭାଇରସ ପରିସ୍ଥିତି ସହ ମୁକାବିଲା କରୁଥିବା ବ୍ୟକ୍ତି ବିଶେଷମାନଙ୍କୁ ତାଳି ମାରି, ଘଣ୍ଟି ଏବଂ ବାସନ ବାଡାଇ ଧନ୍ୟବାଦ ଜଣାଇଛନ୍ତି ଦେଶର ସମସ୍ତ ଜନତା । ଆଉ ଏହି ଧାରାରେ ସାମିଲ ହୋଇଛନ୍ତି ଓଡିଶାର କିଛି ବିଧାୟକ ଓ ସଚିବ ଗଣ ।
ତେବେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ତାଳିମାରି ଧନ୍ୟବାଦ ଜଣାଇଥିବା ବେଳେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତ ରାୟ ଏବଂ ତାଙ୍କ ପରିବାର ତାଳି ବାଡାଇ ଧନ୍ୟବାଦ ଜଣାଇଛନ୍ତି । ସେହିପରି ସଚିବାଳୟ ଆଗରେ ମୁଖ୍ୟ ଶାସନ ସଚିବ, ୫‘ଟି’ ସଚିବ, ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚି ଏବଂ ସ୍ଵାସ୍ଥ୍ୟ ସଚିବ ହାତରେ ପ୍ଲାକାର୍ଡ ଧରି ଏବଂ ତାଳି ମାରି ଧନ୍ୟବାଦ ଜଣାଇଛନ୍ତି । ତେବେ ଏମାନଙ୍କ ସହ ଆଡସିନାଲ ସେକ୍ରେଟେରୀ ଶାଲିନ୍ ପଣ୍ଡିତଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା ।