ଓଡିଶା

odisha

ETV Bharat / city

କମୁଛି ମୃତ୍ୟୁ ସଂଖ୍ୟା, 24 ଘଣ୍ଟାରେ 5 ଜୀବନ ନେଲା କୋରୋନା - କୋରୋନା ମୃତ୍ୟୁ

ରାଜ୍ୟରେ ତଳମୁହାଁ କୋରୋନା ମୃତ୍ୟୁ ସଂଖ୍ୟା । ଗତ 24 ଘଣ୍ଟାରେ ଆଉ 5 ଜଣଙ୍କ ଜୀବନ ନେଲା କୋରୋନା । ଏହାକୁ ମିଶାଇ ରାଜ୍ୟରେ କୋରୋନା ଜନିତ ମୃତ୍ୟୁସଂଖ୍ୟା 1794ରେ ପହଞ୍ଚିଛି । ଅଧିକ ପଢନ୍ତୁ...

5 new corona death reported in odisha
କମୁଛି ମୃତ୍ୟୁ ସଂଖ୍ୟା, 24 ଘଣ୍ଟାରେ 5 ଜୀବନ ନେଲା କୋରୋନା

By

Published : Dec 10, 2020, 12:23 PM IST

Updated : Dec 10, 2020, 12:40 PM IST

ଭୁବନେଶ୍ବର:ରାଜ୍ୟରେ କୋରୋନା ସଂକ୍ରମଣ କମୁଥିବା ବେଳେ କୋରୋନା ମୃତ୍ୟୁ ସଂଖ୍ୟା ମଧ୍ୟ କମିବାରେ ଲାଗିଛି । ଦିନକରେ 5 ଜଣଙ୍କ ଯାଇଛି ଜୀବନ । ଏନେଇ ସ୍ବାସ୍ଥ୍ୟ ଓ ପରବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହାକୁ ମିଶାଇ ରାଜ୍ୟରେ କୋରୋନା ଜନିତ ମୃତ୍ୟୁସଂଖ୍ୟା 1794ରେ ପହଞ୍ଚିଛି ।

ତେବେ ମୃତ୍ୟୁବରଣ କରିଥିବା 5 ଜଣଙ୍କ ମଧ୍ୟରେ ବଲାଙ୍ଗୀରରୁ ଜଣେ 70 ବର୍ଷର ମହିଳା, ଖୋର୍ଦ୍ଧାରେ 53 ବର୍ଷର ପୁରୁଷ, କେନ୍ଦୁଝରରେ 70 ବର୍ଷର ପୁରୁଷ, ମୟୂରଭଞ୍ଜରେ 70 ବର୍ଷର ମହିଳା, ସୁନ୍ଦରଗଡରେ 66 ବର୍ଷର ପୁରୁଷ ରହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Dec 10, 2020, 12:40 PM IST

ABOUT THE AUTHOR

...view details