ଓଡିଶା

odisha

5 ପୌରାଞ୍ଚଳରେ 18-44 ବର୍ଷିୟଙ୍କୁ ମିଳିବ ଟିକା: ଏସିଏସ

By

Published : May 8, 2021, 9:24 PM IST

ରାଜ୍ୟର 5 ପୌରାଞ୍ଚଳରେ ଅଗ୍ରାଧିକ୍ଷେତ୍ରରେ ଦିଆଯିବ ଟିକା । ସୂଚନା ଦେଲେ ମୁଖ୍ୟ ଶାସନ ସଚିବ । ଅଧିକ ପଢନ୍ତୁ....

5 ପୌରାଞ୍ଚଳରେ 18-44 ବର୍ଷିୟଙ୍କୁ ମିଳିବ ଟିକା: ଏସିଏସ
5 ପୌରାଞ୍ଚଳରେ 18-44 ବର୍ଷିୟଙ୍କୁ ମିଳିବ ଟିକା: ଏସିଏସ

ଭୁବନେଶ୍ବର: ଟୀକାକରଣକୁ ନେଇ ରାଜ୍ୟ ସରକାରଙ୍କ ପୁଣି ଏକ ବଡ ଘୋଷଣା । 5 ପୌରାଞ୍ଚଳରେ ଟୀକାକରଣକୁ ନେଇ ତତ୍ପର ହେଲେ ରାଜ୍ୟ ସରକାର । ଏହି ସବୁ ପୌରାଞ୍ଚଳରେ ଥିବା 18 ରୁ 44 ବର୍ଷ ବ୍ୟକ୍ତିଙ୍କୁ ତୁରନ୍ତ ଟିକା ଦିଆଯିବ ବୋଲି ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି ।

ତେବେ ଆଗାମୀ ଦିନରେ ୫ ପୌରାଞ୍ଚଳ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲାରେ ଟୀକାକରଣ ନେଇ ନିଷ୍ପତ୍ତି ନିଆଯାଇଛି । ସକାଳ ୮ଟା ରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ 18-44 ଏବଂ ଅପରାହ୍ନ ୩ଟା ରୁ ୬ଟା ପର୍ଯ୍ୟନ୍ତ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକା ଦିଆଯିବ । ତେବେ ଟିକା ଆସିଲେ ଅନ୍ୟ ଜିଲ୍ଲାରେ ୧୮ ରୁ ୪୪ ବର୍ଷ ବ୍ୟକ୍ତିଙ୍କୁ ମିଳିବ ବୋଲି ଏସିଏସ କହିଛନ୍ତି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details