ଓଡିଶା

odisha

କଟୁରୀ ଗ୍ଯାଙ୍ଗର ପର୍ଦ୍ଦାଫାଶ, ୫ ମୁଖ୍ୟ ଅଭିଯୁକ୍ତ ଗିରଫ

By

Published : May 5, 2021, 5:31 PM IST

Updated : May 5, 2021, 5:48 PM IST

ଟ୍ବିନ ସିଟିରେ ଆତଙ୍କ ସୃଷ୍ଟି କରିଥିବା କଟୁରୀ ଗ୍ୟାଙ୍ଗର ପର୍ଦ୍ଦାଫାଶ । ଗ୍ୟାଙ୍ଗର 5 ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଅଧିକ ପଢନ୍ତୁ....

କଟୁରୀ ଗ୍ଯାଙ୍ଗ ପର୍ଦ୍ଦାଫାସ, ୫ ମୁଖ୍ୟ ଅଭିଯୁକ୍ତ ଗିରଫ
କଟୁରୀ ଗ୍ଯାଙ୍ଗ ପର୍ଦ୍ଦାଫାସ, ୫ ମୁଖ୍ୟ ଅଭିଯୁକ୍ତ ଗିରଫ

ଭୁବନେଶ୍ବର: କମିଶନରେଟ ପୋଲିସକୁ ଆଉ ଏକ ସଫଳତା । ଦୀର୍ଘଦିନ ଧରି ପୋଲିସକୁ ଭୂଆଁ ବୁଲାଇ ସୁନା ଅଳଙ୍କାର ଲୁଟ୍ କରୁଥିବା କଟୁରୀ ଗ୍ୟାଙ୍ଗର 5 ମୁଖ୍ୟ ଅଭିଯୁକ୍ତ ଗିରଫ । ସହିଦ ନଗର ଥାନା ଏବଂ ଖଣ୍ଡଗିରି ଥାନା ପୋଲିସର ମିଳିତ ଅଭିଯାନରେ ଏହି ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି ପୋଲିସ ।

କଟୁରୀ ଗ୍ଯାଙ୍ଗର ପର୍ଦ୍ଦାଫାଶ, ୫ ମୁଖ୍ୟ ଅଭିଯୁକ୍ତ ଗିରଫ

ସୂଚନା ଅନୁଯାୟୀ ଏହି ଗ୍ୟାଙ୍ଗ ରାଜଧାନୀ ସମେତ କଟକରେ ଦୀର୍ଘ 4 ମାସ ଧରି ଆତଙ୍କ ସୃଷ୍ଟି କରିଥିଲେ । ଦିନ ଦ୍ବିପ୍ରହରରେ ଲୋକଙ୍କ ଠାରୁ ଝାମ୍ପୁଥିଲେ ସୁନା ଚେନ, କାନ ଫୁଲ, ଚୁଡି ଇତ୍ୟାଦି । ଆବଶ୍ୟକ ପଡିଲେ କଟୁରୀରେ ଆକ୍ରମଣ ମଧ୍ୟ କରୁଥିଲେ । କମିଶନରେଟ ପୋଲିସ ଆଜି(ବୁଧବାର) 5 ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଗ୍ୟାଙ୍ଗର ଅସଲ ମୁଖା ଖୋଲିଛି । ଗିରଫ ଅଭିଯୁକ୍ତମାନେ ହେଲେ ଗଣେଶ ପୃଷ୍ଟି, ଶଙ୍କର ଦାସ, ଜଗା, ସୁଶାନ୍ତ ଏବଂ ସୁଦାମ ନାୟକ । ଏମାନଙ୍କ ନାଁରେ ଭୁବନେଶ୍ବରରେ 18ଟି ଏବଂ କଟକରେ 7ଟି ମାମଲା ରହିଛି ।

ପୋଲିସ ସେମାନଙ୍କ ନିକଟରୁ 19ଟି ସୁନା ଚେନ, 6.2 କେଜି ରୂପା ଅଳଙ୍କାର, ନଗଦ 13 ହଜାର 600 ଟଙ୍କା, ମାରଣାସ୍ତ୍ର, ଗୋଟିଏ ପଲ୍ସର ଏବଂ ଆକ୍ଟିଭା ଜବତ କରିଛି । ଏନେଇ ଷ୍ଟ୍ରିଟ କ୍ରାଇମ ଉପରେ ଅଧିକ ଫୋକସ ଦିଆଯାଉଥିବା ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : May 5, 2021, 5:48 PM IST

ABOUT THE AUTHOR

...view details