ଭୁବନେଶ୍ବର: ଓଡ଼ିଶାରେ କୋରୋନା ଭୟ । ଏନଆଇଭି ପୁନେକୁ ପଠାଗଲା 5ଜଣଙ୍କ ରକ୍ତ ନମୁନା । ସେପଟେ ଫୁଲବାଣୀର ଡାକ୍ତରୀ ଛାତ୍ରଙ୍କୁ ଏସସିବିରେ ଭର୍ତ୍ତି କରାଯାଇଥିବାବେଳେ, ଅନ୍ୟ 4ଜଣକୁ ହୋମ ଆଇସୋଲେସନରେ ରଖାଯାଇଛି। ଏନେଇ ମୁଖ୍ୟ ଶାସନ ସଚିବ ଭିଡିଓ କନଫରେନ୍ସ ଜରିଆରେ ଜିଲ୍ଲାପାଳ ଓ ସିଡିଏମଓଙ୍କ ଅବଗତ କରିଛନ୍ତି ।
ଓଡ଼ିଶାକୁ କୋରୋନା ଭୟ: ପୁନେ ପଠାଗଲା ୫ରକ୍ତ ନମୁନା - ଓଡ଼ିଶାକୁ କୋରନା ଭୟ
ଓଡ଼ିଶାକୁ ଘାରିଛି କୋରୋନା ଭୟ । ଏନଆଇଭି ପୁନେକୁ ପଠାଗଲା 5ଜଣଙ୍କ ରକ୍ତ ନମୁନା । ଏହା ସହ ସମସ୍ତ ଜିଲ୍ଲାପାଳ ଓ ସିଡିଏମଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟଶାସନ ସଚିବ । ଅଧିକ ପଢନ୍ତୁ...
ଓଡ଼ିଶାକୁ କୋରନା ଭୟ : ପୁନେ ପଠାଗଲା ୫ରକ୍ତ ନମୁନା
ଏହା ସହ କୋରୋନା ଭାଇରସକୁ ନେଇ ସଚେତନ ରହିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ, ଏହି ଭାଇରାସ ପାଇଁ ଏ ପର୍ଯ୍ୟନ୍ତ କୌଣସି ଔଷଧ ବାହାରି ନାହିଁ । ରୋଗୀ ଅତ୍ୟଧିକ ଗୁରୁତର ହେବାର ମଧ୍ୟ ଆଶଙ୍କା କମ ରହିଛି । ବୁଧବାର ଲୋକସଭା ଭବନରେ ମୁଖ୍ୟଶାସନ ସଚିବ ସମସ୍ତ ଜିଲ୍ଲାପାଳ ଓ ସିଡିଏମଓଙ୍କ ସହ କୋରୋନା ଭାଇରସ ମୁକାବିଲା ପ୍ରସ୍ତୁତିର ସମୀକ୍ଷା ପରେ ସୂଚନା ଦେଇଛନ୍ତି ଡିଏମଇଟି ଡା.ବିକେ ମହାନ୍ତି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ
Last Updated : Feb 1, 2020, 5:02 PM IST