ଭୁବନେଶ୍ବର:ଗାଁରେ ଟେଲିଫୋନ ଟାୱାର ନଥିବାରୁ ବିଧାନସଭାରେ ଉଦବେଗ ପ୍ରକାଶ ପାଇଛି । ବର୍ତ୍ତମାନ ଟେକ୍ନୋଲୋଜିର ସମୟ ହୋଇଥିବାରୁ ଅଧିକରୁ ଅଧିକ ଟେଲିଫୋନ ଟାୱାର ନିର୍ମାଣ କରାଯାଉ ବୋଲି ଉଭୟ ଶାସକ ଓ ବିରୋଧୀ ସଦସ୍ୟ ଏହି ଦାବି କରିଛନ୍ତି । ଏହା ଉପରେ ବିଧାନସଭାରେ ଆଇଟି ମନ୍ତ୍ରୀ ତୁଷାର କାନ୍ତି ବେହେରା କହିଛନ୍ତି, ''3,093 ଗାଁରେ 493ଟି ଟେଲିଫୋନ ଟାୱାର ନିର୍ମାଣ କରିବା ପାଇଁ ନିଷ୍ପତ୍ତି ହୋଇଛି । ଏନେଇ କେନ୍ଦ୍ର ସରକାର ମଧ୍ୟ ଅନୁମତି ଦେଇଛନ୍ତି । ସେଥିରୁ 158ଟି ଟାୱାର ନିର୍ମାଣ ସରିଛି । ଆଉ 325ଟି ଟେଲିଫୋନ ଟାୱାର ନିର୍ମାଣ ହେବ । ଏହାବାଦ୍ 100ଟି ଅଧିକ ଟେଲିଫୋନ ଟାୱାର ନିର୍ମାଣ କରିବା ପାଇଁ ପ୍ରସ୍ତାବ ରହିଛି । ବର୍ତ୍ତମାନ ସରକାରୀ କାର୍ଯ୍ୟାଳୟ ଉପରେ ଟେଲିଫୋନ ଟାୱାର ନିର୍ମାଣ କରିବା ପାଇଁ ଯୋଜନା କରାଯାଉଛି ।''
ରାଜ୍ୟରେ ଆଉ ୪୯୩ ଟେଲିଫୋନ୍ ଟାୱାର ନିର୍ମାଣ ନିଷ୍ପତ୍ତି - ମୋବାଇଲ ଟାୱାର ଉପରେ ଆଇଟି ମନ୍ତ୍ରୀଙ୍କ ସୂଚନା
ଗ୍ରାମୀଣ ଅଞ୍ଚଳରେ ଟେଲିଫୋନ ଟାୱାର ନଥିବାରୁ ଗୃହରେ ଉଦବେଗ । ବିଭିନ୍ନ ଗାଁରେ ୪୯୩ ଟେଲିଫୋନ ଟାୱାର ନିର୍ମାଣ ହେବେ ବୋଲି ସୂଚନା ଦେଲେ ଆଇଟି ମନ୍ତ୍ରୀ । ଅଧିକ ପଢନ୍ତୁ
ଗାଁରେ ୪୯୩ ଟେଲିଫୋନ ଟାୱାର ନିର୍ମାଣ ନିଷ୍ପତ୍ତି
ଇଟିଭି ଭାରତ, ଭୁବନେଶ୍ବର
Last Updated : Jul 21, 2022, 2:00 PM IST
TAGGED:
odisha assembly