ଭୁବନେଶ୍ୱର: ରାଜଧାନୀରେ ବଢୁଛି କୋରୋନା ସଂକ୍ରମଣ। ଶନିବାର 480 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ବଢ଼ିବାରେ ଲାଗିଛି। ଅନ୍ୟପଟେ ଭୁବନେଶ୍ୱରରେ 642 ଜଣ ଆରୋଗ୍ୟ ହୋଇଛନ୍ତି। ଭୁବନେଶ୍ୱରରେ ହୋମ କ୍ବାରେଣ୍ଟାଇନ ସେଣ୍ଟରରୁ 182 ଚିନ୍ହଟ କରାଯାଇଥିବା ବେଳେ ଲୋକାଲ ସଂକ୍ରମଣ 298 ରେ ପହଁଚିଛି।
ତେବେ ହୋମ କ୍ଵରେଣ୍ଟାଇନ ଅପେକ୍ଷା ସ୍ଥାନୀୟ ସଂକ୍ରମଣ ବୃଦ୍ଧି ଘଟୁଛି। ହୋମ କ୍ଵରେଣ୍ଟାଇନରେ 182 ଙ୍କ ମଧ୍ୟରୁ 13 ଜଣ ସହିଦ ନଗର ଅଂଚଳର ଆକାନ୍ତ ଚିହ୍ନଟ ହୋଇଥିବା ବେଳେ 4 ଜଣ ଲକ୍ଷ୍ମୀସାଗର ଅଂଚଳର, 2 ଜଣ ଡୁମଡୁମା, 8 ଜଣ ସରକାରୀ ହସ୍ପିଟାଲ କର୍ମଚାରୀ, 5 ଜଣ ଚକେଇସିଆଣି, 3 ଜଣ ପୋଲିସ କର୍ମଚାରୀ , 5 ଜଣ ୟୁନିଟ 9, 5 ଜଣ ଜାଗମରା, 5 ଜଣ ଚନ୍ଦ୍ରଶେଖରପୁର, 6 ଜଣ ବରମୁଣ୍ଡା, 3 ଜଣ ମଞ୍ଚେଶ୍ୱର, 3 ଜଣ ଭରତପୁର ଅଂଚଳରୁ ଚିନ୍ହଟ ହୋଇଛନ୍ତି।