ଭୁବନେଶ୍ବର:ରାଜ୍ୟରେ ହ୍ରାସ ପାଉଛି କରୋନା ସଂକ୍ରମଣ । ଆଜି ମଧ୍ୟ ରାଜ୍ୟରେ ୫୦୦ ତଳକୁ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୭୮ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୫୭ ଜଣ ୧୮ ବର୍ଷରୁ କମ୍ ଶିଶୁ ଓ କିଶୋର-କିଶୋରୀ କୋରୋନାରେ ସଂକ୍ରମିତ ହୋଇଛନ୍ତି । ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ ସେଣ୍ଟରରୁ ୨୮୧ ଜଣ ଥିବାବେଳେ ୧୯୭ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।
STATE CORONA: ଦିନକରେ ୪୭୮ ଆକ୍ରାନ୍ତ ଚିହ୍ନଟ, ୫୭ ଶିଶୁ ପଜିଟିଭ - କୋରୋନା ପଜିଟିଭ
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୭୮ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୫୭ ଜଣ ୧୮ ବର୍ଷରୁ କମ୍ ଶିଶୁ ଓ କିଶୋର-କିଶୋରୀ କୋରୋନାରେ ସଂକ୍ରମିତ ହୋଇଛନ୍ତି । ଅଧିକ ପଢନ୍ତୁ...
ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୨୧୧ ଜଣ ଥିବାବେଳେ ଅନୁଗୋଳରୁ ୭, ବାଲେଶ୍ବରରୁ ୨୫, ଭଦ୍ରକରୁ ୪, କଟକରୁ ୫୭, ଢେଙ୍କାନାଳରୁ ୧୨, ଗଜପତିରୁ ୨, ଗଞ୍ଜାମରୁ ୩, ଜଗତସିଂହପୁରରୁ ୨୯, ଯାଜପୁରରୁ ୧୬, ଝାରସୁଗୁଡା ୭, କଳାହାଣ୍ଡିରୁ ୧, କେନ୍ଦ୍ରାପଡ଼ାରୁ ୩, କେନ୍ଦୁଝରରୁ ୧, ମାଲକାନଗିରିରୁ ୧, ମୟୂରଭଞ୍ଜରୁ ୧୩, ନୟାଗଡରୁ ୨, ପୁରୀ ୧୪, ସମ୍ବଲପୁରରୁ ୧୨, ସୋନପୁରରୁ ୧, ସୁନ୍ଦରଗଡ଼ରୁ ୧୦ ଏବଂ ଷ୍ଟେଟ ପୁଲ୍ରୁ ୪୭ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୨୭ ହଜାର ୪୩୧ରେ ପହଞ୍ଚିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ