ଓଡିଶା

odisha

ETV Bharat / city

ଧରାପଡିଲେ ଅଟୋ ଚାଳକ, ଫସିଲେ ମାଲିକ - ପଲ୍ୟୁସନ୍ କ୍ଲିୟରାନ୍ସ

ଆଚାର୍ଯ୍ୟ ବିହାର ଛକରେ ଚେକିଂ ବେଳେ ଜଣେ ଅଟୋ ଡ୍ରାଇଭର ମଦ୍ୟପ ଅବସ୍ଥାରେ ଗାଡି ଚଲାଉଥିଲେ। ଭୁବନେଶ୍ବରରେ ଏମଭିଆଇ ଚେକିଂ ବେଳେ ସେହି ଅଟୋ ଚାଳକ ଧରାପଡିଥିଲେ । ତାଙ୍କୁ 47500 ଟଙ୍କାର ଫାଇନ କରିଛନ୍ତି ଭୁବନେଶ୍ବର ଆରଟିଓ ।

ଧରାପଡିଲେ ଅଟୋ ଚାଳକ, ଫସିଲେ ମାଲିକ

By

Published : Sep 4, 2019, 5:04 PM IST

Updated : Sep 4, 2019, 5:55 PM IST

ଭୁବନେଶ୍ବର: ନୂଆ ମୋଟର ଯାନ ଆଇନ ପଡିଲା ମହଙ୍ଗା । ଧରାପଡିଲେ ଅଟୋ ଚାଳକ । ଫସିଲେ ଅଟୋ ମାଲିକ । ଭୁବନେଶ୍ବରରେ ଏମଭିଆଇ ଚେକିଂ ବେଳେ ଧରାପଡି 47500 ଟଙ୍କାର ଫାଇନ କରିଛି ଆରଟିଓ ଭୁବନେଶ୍ବର।

ଧରାପଡିଲେ ଅଟୋ ଚାଳକ, ଫସିଲେ ମାଲିକ
ଧରାପଡିଲେ ଅଟୋ ଚାଳକ, ଫସିଲେ ମାଲିକ


ତେବେ ଆଚାର୍ଯ୍ୟ ବିହାର ଛକରେ ଚେକିଂ ବେଳେ ଜଣେ ଅଟୋ ଡ୍ରାଇଭର ମଦ୍ୟପ ଅବସ୍ଥାରେ ଗାଡି ଚଲାଉଥିଲେ । ଏହି ସମୟରେ ସାଧାରଣ ଚେକିଂରେ ସେ ଧରାପଡିଥିଲେ । ଏହାପରେ ସେ ଅଟୋର ସମସ୍ତ ଚେକିଂ ହୋଇଥିଲା । ଆଉ ଏହି ସମୟରେ ଅଟୋ ଉପରେ 47500ଟଙ୍କାର ଫାଇନ ଲଗାଇଥିଲେ ଆରଟିଓ। ତେବେ କେଉଁ କାରଣରୁ ଅଟୋ ମାଲିକଙ୍କୁ ଏତେ ଟଙ୍କାର ଜୋରିମାନା ଦେବାକୁ ପଡିବ ପଢନ୍ତୁ....

  • ଅଟୋର ରେଜିଷ୍ଟ୍ରେସନ ନଥିବା କାରଣରୁ 5 ହଜାର
  • ଡ୍ରାଇଭିଂ ଲାଇସେନ୍ସ ନଥିବା ଯୋଗୁଁ 5 ହଜାର
  • ବିନା ମାଲିକାନାରେ ଅଟୋ ଚାଳନା 5 ହଜାର
  • ମଦ୍ୟପାନ ଅବସ୍ଥାରେ ଅଟୋ ଚଲାଇବା କାରଣରୁ 10 ହଜାର
  • ପଲ୍ୟୁସନ୍ କ୍ଲିୟରାନ୍ସ ନଥିବା ପାଇଁ 10 ହଜାର
  • ସହର ଭିତରେ ବିନା ଅନୁମତିରେ ଅଟୋ ଚାଳନା କରିବା ନେଇ 10 ହଜାର
  • ଇନ୍ସୁରାନ୍ସ ନଥିବା କାରଣରୁ 2 ହଜାର

ଏହାସହ କୌଣସି କାଗଜପତ୍ର ପ୍ରମାଣ ନ ଦେବାରୁ ମୋଟ 47500 ଟଙ୍କା ଫାଇନ ହୋଇଛି । ଏସବୁର ପ୍ରମାଣ ଦେଖାଇଲେ ହୁଏତ ପରବର୍ତ୍ତୀ ପର୍ଯ୍ୟାୟରେ ଏହି ଫାଇନ ପରିମାଣ କମିପାରେ ।

ତେବେ ଅଟୋ ଡ୍ରାଇଭର ହରିବନ୍ଧୁ କହଁରକୁ ଫାଇନ ଚାଲାଣ ଦିଆଯାଇଛି । ପରବର୍ତ୍ତୀ ପର୍ଯ୍ୟାୟରେ ଫାଇନ ନଦେଲେ ଅଟୋର ମାଲିକ ନୟାଗଡର କଣ୍ଡୁରି ଖଟୁଆଙ୍କ ବିରୋଧରେ କୋର୍ଟରେ ମାମଲା ଦାଏର କରାଯିବ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Sep 4, 2019, 5:55 PM IST

ABOUT THE AUTHOR

...view details