ଭୁବନେଶ୍ବର: ଗୁରୁବାର ରାଜଧାନୀରୁ 460 କୋରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଛି । ସେହିପରି 405 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି ।
ସହରର ହୋମ କ୍ବାରେଣ୍ଟାଇନ ସେଣ୍ଟରରୁ 185 ଚିହ୍ନଟ କରାଯାଇଥିବାବେଳେ ସ୍ଥାନୀୟ ସଂକ୍ରମଣ 275ରେ ପହଞ୍ଚିଛି । ଫଳରେ ହୋମ କ୍ଵାରେଣ୍ଟାଇନ ଅପେକ୍ଷା ସ୍ଥାନୀୟ ସଂକ୍ରମଣ ବୃଦ୍ଧି ପାଉଥିବା ଜଣାପଡିଛି । ହୋମ କ୍ଵାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ 185ଜଣଙ୍କ ମଧ୍ୟରୁ 7 ଜଣ ଚନ୍ଦ୍ରଶେଖରପୁର ବିଡିଏ କଲୋନୀ, 8 ଜଣ ଚନ୍ଦ୍ରଶେଖରପୁର ଅଂଚଳର ହୋଇଥିବାବେଳେ, 6 ଜଣ ୟୁନିଟ-8, 6 ଜଣ ମେଡିକାଲ କର୍ମଚାରୀ, 4 ଜଣ ୟୁନିଟ-4, 4 ଜଣ କଳିଙ୍ଗନଗର, 4 ଜଣ ବରମୁଣ୍ଡା, 4 ଜଣ ଭରତପୁର, 4 ଜଣ ରସୁଲଗଡ ପାଲାମଣ୍ଡପ, 7 ଜଣ ଡେ଼ଲ୍ଟା କଲୋନୀ ଆଦି ଅଂଚଳରୁ ଚିହ୍ନଟ କରାଯାଇଛି ।