ଭୁବନେଶ୍ବର: ଖସୁଛି ସଂକ୍ରମଣ । ରାଜ୍ୟରେ ଏବେ ତଳମୁହାଁ କୋରୋନା ଗ୍ରାଫ । କାହିଁକିନା ଦୈନିକ ଶିଶୁ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ତଳେ ରହୁଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ 457 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ 73 ଜଣ ୧୮ ବର୍ଷ କମ୍ ଶିଶୁ ଓ କିଶୋର-କିଶୋରୀ କୋରୋନାରେ ସଂକ୍ରମିତ ହୋଇଛନ୍ତି । ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ ସେଣ୍ଟରରୁ 265 ଜଣ ଥିବା ବେଳେ 192 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।
ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ 207 ଜଣ ଥିବାବେଳେ ଅନୁଗୋଳରୁ 5, ବାଲେଶ୍ବରରୁ 28, ବରଗଡ଼ରୁ 4, ଭଦ୍ରକରୁ 10, ବଲାଙ୍ଗୀରରୁ 1, କଟକରୁ 44, ଦେବଗଡ଼ରୁ 3, ଢେଙ୍କାନାଳରୁ 1, ଗଜପତିରୁ 3, ଗଞ୍ଜାମରୁ 8, ଜଗତସିଂହପୁରରୁ 10 , ଯାଜପୁରରୁ 18, ଝାରସୁଗୁଡା 2, କଳାହାଣ୍ତିରୁ 1, କେନ୍ଦ୍ରାପଡ଼ାରୁ 3, କେନ୍ଦୁଝରରୁ 3, କୋରାପୁଟ4, ମାଲକାନଗିରିରୁ 1, ମୟୂରଭଞ୍ଜରୁ 19, ନବରଙ୍ଗପୁରରୁ 4,ନୟାଗଡରୁ 4, ପୁରୀ 7, ସମ୍ବଲପୁରରୁ 3, ସୁନ୍ଦରଗଡରୁ 10 ଏବଂ ଷ୍ଟେଟ ପୁଲ୍ରୁ 47 କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।