ଓଡିଶା

odisha

ରାଜ୍ୟରୁ ଦିନକରେ 4521 କୋରୋନା ଆକ୍ରାନ୍ତ ସୁସ୍ଥ

By

Published : Apr 28, 2021, 7:01 PM IST

ରାଜ୍ୟରୁ ମୋଟ 4521 କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥ ସଂଖ୍ୟା 3 ଲକ୍ଷ 75 ହଜାର ପାର । ଅଧିକ ପଢନ୍ତୁ....

ରାଜ୍ୟରୁ ଦିନକରେ 4521 କୋରୋନା ଆକ୍ରାନ୍ତ ସୁସ୍ଥ
ରାଜ୍ୟରୁ ଦିନକରେ 4521 କୋରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରୁ ଆଜି(ବୁଧବାର) 4 ହଜାର 521 କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସୁନ୍ଦରଗଡରୁ ସର୍ବାଧିକ 721 ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ 596 ଖୋର୍ଦ୍ଧା ଜିଲ୍ଲାରୁ ସୁସ୍ଥ ହୋଇଛନ୍ତି ।

ସେହିପରି ନୂଆପଡାରୁ 366, ବଲାଙ୍ଗୀରରୁ 320, କଳାହାଣ୍ଡିରୁ 272, କଟକରୁ 253, ସମ୍ବଲପୁରରୁ 241, ପୁରୀରୁ 192, ବରଗଡରୁ 191, ଝାରସୁଗୁଡାରୁ 168, ନବରଙ୍ଗପୁରରୁ 150, କେନ୍ଦୁଝରରୁ 101, ଯାଜପୁରରୁ 93, ମୟୂରଭଞ୍ଜରୁ 86, କେନ୍ଦ୍ରାପଡା ଏବଂ ରାୟଗଡାରୁ 85 ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସେହିପରି ନୟାଗଡରୁ 72, ଗଞ୍ଜାମରୁ 57, ଜଗତସିଂହପୁରରୁ 49, ଅନୁଗୋଳ, ଗଜପତି ଏବଂ ଭଦ୍ରକରୁ 43, ବାଲେଶ୍ୱରରୁ 39, କୋରାପୁଟରୁ 27, ଦେବଗଡରୁ 21, କନ୍ଧମାଳ 20, ଢେଙ୍କାନାଳ 19, ମାଲକାନଗିରିରୁ ଜଣେ ଏବଂ ଷ୍ଟୋଟ ପୋଲରୁ 125 କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ତେବେ ନୂଆ ସୁସ୍ଥ ସଂଖ୍ୟାକୁ ମିଶାଇ ଏଯାବତ୍ ରାଜ୍ୟରୁ ମୋଟ 3 ଲକ୍ଷ 75 ହଜାର 721 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details