ଭୁବନେଶ୍ବର:ଆଜି(ଗୁରୁବାର)ଠାରୁ ଦେଶରେ ଦୈନିକ ୨ ଲକ୍ଷ ଟୀକାକରଣ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ 45 ବର୍ଷରୁ ଅଧିକ ବୟସ୍କଙ୍କ ଟୀକାକରଣ ଆଜିଠୁ ଆରମ୍ଭ ହେବାକୁ ଯାଉଛି । ତେବେ ରାଜ୍ୟର ଜିଲ୍ଲାଗୁଡିକରେ ଅଧିକ ଟୀକାକରଣ ବୃଦ୍ଧି କରିବା ପାଇଁ ଜିଲ୍ଲାପାଳଙ୍କୁ କୁହାଯାଇଛି ।
ଆଜିଠୁ 45ବର୍ଷରୁ ଉର୍ଦ୍ଧ୍ବ ବୟସ୍କଙ୍କୁ କୋରୋନା ଟିକା - 45ବର୍ଷଙ୍କୁ କୋରୋନା ଟିକା
ଆଜିଠାରୁ 45 ବର୍ଷ ଅଧିକ ବୟସ୍କଙ୍କୁ ଦେଶ ସମେତ ରାଜ୍ୟରେ ଟିକା ଦିଆଯିବ । ଅଧିକ ପଢନ୍ତୁ...
![ଆଜିଠୁ 45ବର୍ଷରୁ ଉର୍ଦ୍ଧ୍ବ ବୟସ୍କଙ୍କୁ କୋରୋନା ଟିକା ଆଜିଠୁ 45ବର୍ଷରୁ ଅଧିକ ବୟସ୍କଙ୍କୁ ଦିଆଯିବ କୋରୋନା ଟିକା](https://etvbharatimages.akamaized.net/etvbharat/prod-images/768-512-11234091-thumbnail-3x2-vaccination.jpeg)
ଏହି ନିର୍ଦ୍ଦିଷ୍ଟ ବର୍ଷର ବୟସ୍କ ବ୍ୟକ୍ତିଙ୍କ ଟୀକାକରଣ ପାଇଁ ପ୍ରେସ୍କିପସନର ଆବଶ୍ୟକତା ପଡୁନାହିଁ । ବର୍ତ୍ତମାନ ସୁଦ୍ଧା ୪୦ ଲକ୍ଷ କୋଭିସିଲ୍ଡ ଏବଂ କୋଭକ୍ସିନ ଟିକା ରାଜ୍ୟରେ ପହଞ୍ଚି ସାରିଛି । ତେବେ ରାଜ୍ୟରେ ୨୩ ଲକ୍ଷ ଡୋଜ ଟିକା ଦିଆସରିଛି । ଏପ୍ରିଲ ୧ ତାରିଖରୁ ଦୈନିକ ୨ ଲକ୍ଷ ଟିକାକରଣ ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି । ଟୀକାକରଣରେ ଅନୁଗୋଳ, ବରଗଡ଼, ସୁନ୍ଦରଗଡ, କଳାହାଣ୍ଡି, ବଲାଙ୍ଗୀର, ମୟୂରଭଞ୍ଜ, ସୋନପୁର, ନବରଙ୍ଗପୁର, ନୂଆପଡା ପଛରେ ରହିଛନ୍ତି। ବୈଠକରେ ଅଧିକ ଟୀକାକରଣ ନେଇ ଆଲୋଚନା ହୋଇଥିବା ବେଳେ ଗ୍ରାମାଞ୍ଚଳରେ ଲୋକଙ୍କୁ ବୁଝାଇ ସୁଝାଇ ଟିକା ଦେବାକୁ ପଡୁଛି । ଏହାସହିତ ଜିଲ୍ଲାପାଳଙ୍କୁ ମଧ୍ୟ ଅଧିକ ଟୀକାକରଣ ଦେବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ