ଭୁବନେଶ୍ବର: ଆସିଲା ଦୈନିକ ସୁସ୍ଥ ରିପୋର୍ଟ (Odisha Covid Recovery Report) । ରବିବାର ରାଜ୍ୟରୁ ସୁସ୍ଥ ହେଲେ ଆଉ 4452 କୋଭିଡ ସଂକ୍ରମିତ । ନୂଆ ସୁସ୍ଥଙ୍କୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା 1060067କୁ ବୃଦ୍ଧି ହୋଇଛି ।
ଏହାବି ପଢନ୍ତୁ :ସୋମବାର ପହଞ୍ଚିବ OMISURE କିଟ୍, ଆବଶ୍ୟକ ପଡ଼ବନି ଜିନୋମ ସିକ୍ବେନ୍ସ
ଖୋର୍ଦ୍ଧାରୁ ସର୍ବାଧିକ ୧୦୦୩ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡରୁ ୮୬୮, ସମ୍ବଲପୁରରୁ ୬୪୪, କଟକରୁ ୩୮୬, ଝାରସୁଗୁଡାରୁ ୩୨୬,ମୟୂରଭଞ୍ଜରୁ ୧୬୨, ବାଲେଶ୍ବରରୁ ୧୦୦, କେନ୍ଦୁଝରରୁ ୯୯, ପୁରୀରୁ ୯୯ ଓ ଯାଜପୁରରୁ ୭୮ ସୁସ୍ଥ ହୋଇଛନ୍ତି । ନବରଙ୍ଗପୁରରୁ ୭୩,କଳାହାଣ୍ତିରୁ ୭୦, ଗଞ୍ଜାମରୁ ୫୫, ବଲାଙ୍ଗୀରରୁ ୫୪, ଜଗତସିଂହପୁରରୁ ୪୬, ଅନୁଗୋଳରୁ ୪୦ ଓ ଦେଓଗଡରୁ ୩୬ ସୁସ୍ଥ ହୋଇଛନ୍ତି । ସୋନପୁରରୁ ୩୩, ଗଜପତିରୁ ୩୨, ବରଗଡରୁ ୧୬,କନ୍ଧମାଳରୁ ୮, ନୟାଗଡରୁ ୮, କେନ୍ଦ୍ରାପଡାରୁ ୬, ଭଦ୍ରକରୁ ୫ ଓ ଢେଙ୍କାନାଳରୁ ୩ ଆରୋଗ୍ୟ ଲାଭ କରିଛନ୍ତି । ଷ୍ଟେଟପୁଲ ସଂଖ୍ୟା ରହିଛି ୨୦୨ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ